Advertisment

ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ବିଗିଡ଼ିଲେ ହିଂସା ବଢ଼ିବ : ସଦ୍‌ଗୁରୁ

ଆମେରିକାର କିଛି ଯୁବ ପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ସହ ବେପରୁଆ ଗୁଳିକାଣ୍ଡ ଜଡ଼ିତ ବୋଲି କହିଛନ୍ତି ସଦ୍‌ଗୁରୁ ଜଗି ବାସୁଦେବ।

author-image
Otv Khabar Bureau
ଅଦ୍ୟତନ ହୋଇଛି
On shootings in US, Sadhguru says gun violence related to mental health

On shootings in US, Sadhguru says gun violence related to mental health

ଆମେରିକାର କିଛି ଯୁବ ପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ସହ ସେମାନେ ଭିଆଉଥିବା ହିଂସା ଜଡ଼ିତ ବୋଲି କହିଛନ୍ତି ସେଭ୍ ସଏଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସଦ୍‌ଗୁରୁ ଜଗି ବାସୁଦେବ। ନିକଟରେ ଆମେରିକାରେ ଚାଲିଥିବା ମୃତ୍ତିକା ସଂରକ୍ଷଣକୁ ନେଇ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଗୁରୁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଦ୍‌ଗୁରୁ ମୃତ୍ତିକା ସଚେତନତା ସହ ଯୁକ୍ତରାଷ୍ଟ୍ରରେ ଚାଲିଥିବା ବେପରୁଆ ଗୁଳିଚାଳନା ଉପରେ ନିଜ ମନ୍ତବ୍ୟ ରଖିଥିଲେ ।

Advertisment

ନ୍ୟୁଜ୍‌ ଏଜେନ୍ସି ANI ସହ ଏକ ଆଲୋଚନାରେ ସଦ୍‌ଗୁରୁ କହିଛନ୍ତି ଯେ ,ଟିଭି ବିତର୍କ ମାଧ୍ୟମରେ ଅନେକ ଖବର ପରିବେଷଣ କରାଯାଇଥାଏ । ଯାହା କାରଣରୁ ଦେଶରେ ଧାର୍ମିକ ଅସହିଷ୍ଣୁତା ବୃଦ୍ଧି ପାଉଛି । ଯୁବ ପିଢ଼ିଙ୍କ ଉପରେ ଟିଭି ଶୋ, ଚଳଚିତ୍ର ଏବଂ ବିଭିନ୍ନ ପ୍ରକାରର ଭିଡ଼ିଓ ଗେମ୍‌ର କୁପ୍ରଭାବ ପଡ଼ୁଛି । ଯାହା ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ଭୟଙ୍କର ପ୍ରଭାବ ପକାଉଛି ।

Advertisment

ସଦ୍‌ଗୁରୁ ଆହୁରି ମଧ୍ୟ କହିଛନ୍ତି ଯେ , ‘କରୋନା ମହାମାରୀର ସମୟ ମୋ ପାଇଁ ଭଲ ଥିଲା ହେଲେ ଏଥିରେ ୬ ମିଲିୟନରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । କେବଳ ଏତିକି ନୁହେଁ କରୋନା କାଳ ମଣିଷକୁ ଏକ ସୁନ୍ଦର ଶିକ୍ଷା ମଧ୍ୟ ଦେଇଛି । ମଣିଷ କିପରି ନିଜ ଶାରୀରିକ, ମାନସିକ ଓ ଭାବନାତ୍ମକ ରୂପକୁ ସଶକ୍ତ କରିବ ତାହା ମଧ୍ୟ ଏହି ସମୟ ଶିକ୍ଷା ଦେଇଯାଇଛି ।

ଆମେରିକା ଓ ଅନ୍ୟ ସ୍ଥାନରେ ଚାଲିଥିବା ହିଂସାକାଣ୍ଡକୁ ନେଇ ସଦ୍‌ଗୁରୁ କହିଛନ୍ତି ଯେ, ଯୁବପିଢ଼ିଙ୍କ ବେପରୁଆ ଗୁଳିଚାଳନ ପରି ହିଂସା କାଣ୍ଡ ତାଙ୍କ ମାସିକ ସ୍ୱାସ୍ଥ୍ୟ ସହ ଜଡ଼ିତ । ୫ ବର୍ଷର ଛୁଆ ମଧ୍ୟ ଭିଡ଼ିଓ ଗେମ୍‌ ଖେଳୁଛି । ଫଳରେ ସବୁବେଳେ ସେ ଗେମ୍‌ରେ ଗୁଳି ଚଳାଚଳ ଭଳି ଅନେକ ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ରହୁଛି । ଯଦି ଜଣେ ଶିଶୁ ତାର ବାଲ୍ୟ କାଳ ଅର୍ଥାତ ୫ ବର୍ଷରୁ ମୋବାଇଲ୍‌ ଆଦିରେ ଏହିଭଳି ହିଂସାତ୍ମକ ଗେମ୍‌ ମାଧ୍ୟମରେ ଗୁଳି ଚଳାଇବ, ତେବେ ସେ ବଡ଼ ହେଲେ ନିଶ୍ଚିତ ରୂପେ ସତ ବନ୍ଧୁକରେ ଗୁଳି ଚଳାଇବା ପାଇଁ ଆଗ୍ରହୀ ହେବ । ତେଣୁ ବର୍ତ୍ତମାନ ଆମେରିକା ଆଦିରେ ବଢ଼ୁଥିବା ଗୁଳିକାଣ୍ଡ ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ସହ ଜଡ଼ିତ ।

ପ୍ରାୟତଃ ଟିଭି ଓ ଚଳଚିତ୍ରରେ ଦେଖିବାକୁ ମିଳିଥାଏ କି ଯଦି ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଲାଗିଥାଏ ତେବେ ସେମାନେ ପରସ୍ପର ମୁଣ୍ଡରେ ବନ୍ଧୁକରେ ଆକ୍ରମଣ କରିଥାନ୍ତି । ଏହିପରି ଭାବେ ଲୋକଙ୍କ ଗଣ୍ଡଗୋଳ ସମାଧାନ କରାଯାଇଥାଏ ବୋଲି ସମାଜକୁ ଏହା ଏକ ପ୍ରକାରର ବାର୍ତ୍ତା ଦେଉଛି । 

ନିକଟରେ ଆମେରିକାର ଟେକ୍ସାସର ଏକ ସ୍କୁଲରେ ଜଣେ ୧୮ ବର୍ଷର ଯୁବକର ଅଆଖିବୁଜା ଗୁଳିମାଡ଼ରେ ୨ ଶିକ୍ଷକଙ୍କ ସମେତ ୨୧ ଜଣଙ୍କ ଜୀବନ ଯାଇଛି। ଏଭଳି ଘଟଣା ସ୍ପଷ୍ଟ ସୂଚେଇ ଦଉଛିଯେ, ବର୍ତ୍ତମାନ ସମୟର ଯୁବ ପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ କିଭଳି ବିଗିଡ଼ି ବିଗିଡ଼ି ଯାଉଛି। ସୁତରାଂ ଏହା ଉପରେ ଏବେ ଭାବିବାର ସମୟ ଆସିଯାଇଛି।

US Shooting Sadhguru
Advertisment
Advertisment