Omfed vending machine
ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରେ ଖୋଲିବ ଓମଫେଡର ଭେଣ୍ଡିଂ ମେସିନ୍ । ଏ ନେଇ ସୂଚନା ଦେଇଛନ୍ତି ଓମଫେଡର ମ୍ୟାନେଜିଂ ଡାଇରେକଟର ବିଜୟ ଅମୃତା କୁଲାଙ୍ଗେ । ଏହି ଭେଣ୍ଡିଂ ଜୋନରେ ଓମଫେଡର ବିଭିନ୍ନ ପ୍ରଡକ୍ଟ ଉପଲବ୍ଧ ରହିବ । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରାଜଧାନୀରେ ଭେଣ୍ଡିଂ ମେସିନ ସ୍ଥାପନ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ଜନପଥରେ ଭେଣ୍ଡିଂ ମେସିନ୍ ବସାଇବା ଲାଗି ଓମଫେଡ୍ ଯୋଜନା ରଖିଛି। ପରେ ପରେ ରାଜଧାନୀର ବିଭିନ୍ନ ସ୍ଥାନରେ ୨୦ଟି ଭେଣ୍ଡି ମେସିନ୍ ବସାଯିବ ।
ସେପଟେ ବଜାରକୁ ଆସିଲା ଓମଫେଡ୍ ଗୋଲ୍ଡ ପ୍ଲସ୍ କ୍ଷୀର । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ କ୍ଷୀର ପ୍ୟାକେଟର ଶୁଭାରମ୍ଭ କରିଛନ୍ତି । ମୌସୁମୀ ବୈଠକରେ କେନ୍ଦ୍ର ପଞ୍ଚାୟତରାଜ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଉପସ୍ଥିତରେ ଏହାର ଶୁଭାରମ୍ଭ କରାଯାଇଛି ।
୪.୫ ପ୍ରତିଶତ ଫ୍ୟାଟ ସହ ବଜାରକୁ ଆସିଛି ଏହି ନୂଆ କ୍ଷୀର । ଏହାର ମାର୍କେଟ ଦର ଅଧା ଲିଟରକୁ ୨୮ ଟଙ୍କା ରହିଛି । ଏଥିରେ ୧ ପ୍ରତିଶତ ଅଧିକ ଫ୍ୟାଟ ଅଂଶ ରହିଛି । ପୂର୍ବରୁ ଆସୁଥିବା ଓମ୍ଫେଡ୍ ଗୋଲ୍ଡ ବଦଳରେ ଏବେ ଗୋଲ୍ଡ ପ୍ଲସ ବଜାରକୁ ଆସିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726242772.jpg)