Advertisment

ମସାଜ୍ ନେବାକୁ ଯାଇଥିଲେ ବୃଦ୍ଧ; ମହିଳାଙ୍କ ଛୁଆଁରେ ଚାଲିଗଲା ପ୍ରାଣ ବାୟୁ

ମସାଜ୍ ହେଲା କାଳ। ନେଇଗଲା ଜୀବନ। ମହିଳାଙ୍କ ହାତର ଛୁଆଁରେ ଅଚେତ ହୋଇଯାଇଥିଲେ ବୃଦ୍ଧ। ପରେ ଜଣାଗଲା ଯେ ତାଙ୍କର ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Old man dies while getting massage by Lady

Old man dies while getting massage by Lady

Advertisment

ପର୍ଯ୍ୟଟକଙ୍କ ପାଇଁ ଥାଇଲ୍ୟାଣ୍ଡ ହେଉଛି ଅନ୍ୟତମ ପ୍ରସିଦ୍ଧ ସ୍ଥାନ। ଦୁନିଆର ବିଭିନ୍ନ ଆଡୁ ଲୋକମାନେ ମଜା ନେବା ପାଇଁ ଏଠାକୁ ଆସନ୍ତି। ବିଶେଷକରି ପୁରୁଷମାନଙ୍କ ପାଇଁ ଏହି ସ୍ଥାନ ଖୁସିର ଭୂସ୍ୱର୍ଗ ହୋଇଥାଏ। ଏନେଇ ସେମାନେ ନିଜ ପରିବାର ଛାଡି ମଜା କରିବାକୁ ଏଠାକୁ ଚାଲିଆସନ୍ତି। ଏଠାକାର ଆଡଲ୍ଟ ଷ୍ଟାଇଲ୍ ନାଇଟ୍ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ।

Advertisment

ଯଦି ଆପଣ କେବେ ଥାଇଲ୍ୟାଣ୍ଡ ଆସିଛନ୍ତି ଏବଂ ଏଠାକାର ମସାଜ ପାର୍ଲର ଉପଭୋଗ କରି ନାହାନ୍ତି, ତେବେ ଲାଭ କ’ଣ? କିନ୍ତୁ ଥାଇଲ୍ୟାଣ୍ଡର ପଟ୍ଟାୟାରେ ଜଣେ ବ୍ୟକ୍ତିଙ୍କ ପାଇଁ ମସାଜ୍ ନେବା ଅତ୍ୟନ୍ତ ମହଙ୍ଗା ପଡିଛି। ମସାଜ କରିବା ସମୟରେ ଏହି ବ୍ୟକ୍ତିଙ୍କର ପ୍ରାଣ ବାୟୁ ଉଡିଯାଇଛି। କିନ୍ତୁ ତାଙ୍କ ମୃତଦେହ ଯେଉଁ ଅବସ୍ଥାରେ ମିଳିଛି ​​ତାହା ସମସ୍ତଙ୍କୁ ଚକିତ କରି ଦେଇଛି।

ସୂଚନା ଅନୁଯାୟୀ, ଏହି ବ୍ୟକ୍ତି ୭୦ ବର୍ଷର ହୋଇଥିବା ବେଳେ ବ୍ରିଟେନର ବାସିନ୍ଦା ଥିଲେ। ସେ ତାଙ୍କର ଛୁଟିଦିନ କାଟିବାକୁ ବ୍ରିଟେନରୁ ପଟ୍ଟାୟା ଯାଇଥିଲେ। କିନ୍ତୁ ସେଠାରେ ସେ ମସାଜ୍‌ର ମଜା ନେବାକୁ ମନ ବଳେଇଥିଲେ। ଏନେଇ ସେ ପାର୍ଲର ଯିବାକୁ ସ୍ଥିର କରିଥିଲେ। କୁହାଯାଉଛି ଯେ ସେ ହାପି ଏଣ୍ଡିଙ୍ଗ୍ ନାମକ ଏକ ମସାଜ୍ ପାର୍ଲରକୁ ବୁକ୍ କରିଥିଲେ।

Advertisment

ସେଠାକୁ ଯିବା ପରେ ତାଙ୍କୁ ପୋଷାକ କାଢି ଟେବୁଲ ଉପରେ ଶୋଇବାକୁ କୁହାଯାଇଥିଲା। ସେ ଶୋଇଲା ପରେ ମସାଜ୍ ବାଲୀ ତାଙ୍କ ପାଖକୁ ଗଲେ ଏବଂ ତାଙ୍କର ସେବା ଆରମ୍ଭ କରିଦେଲେ।

ମହିଳା ଜଣଙ୍କ ମସାଜ କରୁଥିବା ବେଳେ ଯେତେବେଳେ ବୃଦ୍ଧଙ୍କୁ ସିଧା ଶୋଇବାକୁ କହିଥିଲେ ସେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ଯାଞ୍ଚ କରିବା ପରେ ଜଣାପଡିଥିଲା ​​ଯେ ତାଙ୍କର ମୃତ୍ୟୁ ହୋଇଯାଇଛି।

Advertisment

ତେବେ ଏହି ବୃଦ୍ଧଙ୍କୁ ମସାଜ୍ କରୁଥିବା ମହିଳାଙ୍କ ନାମ ଥିଲା ମିସ୍ ଓରୈୟା। ସେ କହିଛନ୍ତି ଯେ ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଛି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଆରମ୍ଭରୁ ବ୍ୟକ୍ତି ଜଣକ ସ୍ୱାଭାବିକ ଥିଲେ। କିନ୍ତୁ ପରେ ସେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିଲେ। ଏହି ସମୟରେ ଯେତେବେଳେ ମହିଳା ଜଣଙ୍କ ପଚାରିଲେ ସେ ଭଲ ଅଛନ୍ତି କି ନାହିଁ ସେ ଉତ୍ତରରେ ହଁ ବୋଲି କହିଥିଲେ।

କିଛି ସମୟ ପରେ ଅବଶ୍ୟ ତାଙ୍କ ହଲଚଲ ବନ୍ଦ ହୋଇଯାଇଥିଲା। ଏହା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ତେବେ ସେହି ବ୍ୟକ୍ତିଙ୍କୁ ଅଚେତ ଅବସ୍ଥାରେ ଦେଖି ଓରୈୟା ଚିତ୍କାର କରିବାକୁ ଲାଗିଥିଲେ। ଲୋକେ ତାଙ୍କୁ ସାହାଯ୍ୟ କରିବା ନେଇ ଧାଇଁ ଆସିଥିଲେ। ଆସିଥିବା ଦଳ ବ୍ୟକ୍ତିଙ୍କୁ CPR ଦେବା ଆରମ୍ଭ କରିଥିଲେ ମଧ୍ୟ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ।

ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଉକ୍ତ ବ୍ୟକ୍ତିଙ୍କ ମୃତଦେହକୁ କପଡାରେ ଘୋଡେଇବା ସହ ତଦନ୍ତ କରିବା ପାଇଁ ନେଇ ଯାଇଥିଲେ। ଖବର ଲେଖାହେବା ବେଳକୁ ବ୍ୟକ୍ତିଙ୍କ କୌଣସି ପରିଚୟ ମିଳି ନଥିଲା। ମସାଜ୍‌ ପାର୍ଲରର କହିବା କଥା ଏହି ବ୍ୟକ୍ତି ମସାଜ୍ ସେବା ପାଇଁ ପ୍ରଥମ ଥର ତାଙ୍କ ନିକଟକୁ ଆସିଥିଲେ। ଏହି ବ୍ୟକ୍ତିଙ୍କ ପାଖରୁ କୌଣସି ଆଇଡି କାର୍ଡ ମିଳି ନଥିଲା। ସେଥିପାଇଁ ତାଙ୍କ ପରିଚୟ ପାଇବା କଷ୍ଟକର ହୋଇଛି। ବର୍ତ୍ତମାନ ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ଯାହା ଦ୍ୱାରା ଏହି ବୃଦ୍ଧ ବ୍ୟକ୍ତିଙ୍କର କିପରି ମୃତ୍ୟୁ ହୋଇଛି ତାହା ଜଣାପଡିବ।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ