Advertisment

ଅଜବ ସାଧନା; ୧ ଘଣ୍ଟା ଧରି ସୂର୍ଯ୍ୟଙ୍କୁ ଚାହିଁ ରହିଲେ ବୃଦ୍ଧ

ବୃଦ୍ଧଙ୍କର ଏହି ସାଧନା ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଦୀର୍ଘ ୧ ଘଣ୍ଟା ଧରି ସେ ଆଖିର ବିନା ପଲକରେ ସୂର୍ଯ୍ୟଙ୍କୁ ଚାହିଁ ରହି କରିଛନ୍ତି ରେକର୍ଡ।

ଅଦ୍ୟତନ ହୋଇଛି
Old man allegedly stares directly into the sun for an hour without blinking

Old man allegedly stares directly into the sun for an hour without blinking

Advertisment

ସୂର୍ଯ୍ୟର ଉତ୍ତାପକୁ ସହିବାର ସାମର୍ଥ୍ୟ କାହାର ବା ଅଛି! ସୂର୍ଯ୍ୟଙ୍କ ଶକ୍ତିଶାଳୀ କିରଣକୁ ଗୋଟିଏ ସେକେଣ୍ଡ ବି ଦେଖିବା କଷ୍ଟକର ହୋଇଯାଏ। ଏପରି ପରିସ୍ଥିତିରେ ଯଦି ଜଣେ ବ୍ୟକ୍ତି ଏକ ଘଣ୍ଟା ଧରି ସୂର୍ଯ୍ୟଙ୍କୁ ବିନା ପଲକରେ ଚାହିଁ ରହେ ତେବେ ଏହା ନିଶ୍ଚିତ ଏକ ଆଶ୍ଚର୍ଯ୍ୟଜନକ। ଆମ ଦେଶର ଜଣେ ବୃଦ୍ଧଙ୍କ ସହ ଆଖି ମିଶେଇବାର ଏକ ଚମତ୍କାର ରେକର୍ଡ କରିଛନ୍ତି।

Advertisment

ତାଙ୍କୁ ୭୦ ବର୍ଷ ବୟସ। ସେ ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀ। ତାଙ୍କ ନାଁ ହେଉଛି ଏମ୍‌.ଏସ୍ ବର୍ମା। ସେ ଯେଉଁ ଚମତ୍କାର କରିଛନ୍ତି ତାହା ନିଶ୍ଚିତ ସମସ୍ତଙ୍କୁ ଚକିତ କରିଦେବା ଭଳି। ଏହି ବୃଦ୍ଧ ଜଣକ କୌଣସି ଚଷମା ବିନା ସୂର୍ଯ୍ୟକୁ ଏକ ଘଣ୍ଟା ଧରି ଚାହିଁ ରହିଥିଲେ। ଏହି ସମୟ ଭିତରେ ତାଙ୍କର ଥରେ ହେଲେ ଆଖିପତା ପଡି ନଥିଲା।

ଉତ୍ତରପ୍ରଦେଶର ଏହି ବୃଦ୍ଧ ବାସିନ୍ଦାଙ୍କ ସାଧନା ବର୍ତ୍ତମାଣ ଏକ ଜାତୀୟ ରେକର୍ଡ ସୃଷ୍ଟି କରିଛି। ଡାକ୍ତରଙ୍କ ଉପସ୍ଥିତିରେ ସେ ଏହି ରେକର୍ଡ ସୃଷ୍ଟି କରିଛନ୍ତି ଏବଂ ତାଙ୍କ ନାମ ଭାରତର ବୁକ୍ ଅଫ୍ ରେକର୍ଡରେ ପଞ୍ଜୀକୃତ ହୋଇଛି।

Advertisment

ଦୀର୍ଘ ୨୫ ବର୍ଷର ସାଧନା:

ତେବେ ଏମ୍‌.ଏସ୍ ବର୍ମାଙ୍କର ଏହି ରେକର୍ଡ ତିଆରି କରିବା ଏତେ ସହଜ ହୋଇନାହିଁ। ଏହା ପଛରେ ରହିଛି ଦୀର୍ଘ ଦିନର ସାଧନା। ସେ ଗତ ୨୫ ବର୍ଷ ଧରି ଏହାକୁ ଅଭ୍ୟାସ କରିଛନ୍ତି। ସେ କହିଛନ୍ତି ଯେ ଗୁରୁଜୀଙ୍କ ଦ୍ୱାରା ପ୍ରଭାବିତ ହେବା ପରେ ସେ ଏହି କୀର୍ତ୍ତି କରିବାକୁ ଚାହୁଁଥିଲେ। ଏଥିପାଇଁ ଡାକ୍ତର ଏବଂ ଭାରତର ବୁକ୍ ଅଫ୍ ରେକର୍ଡର ପ୍ରତିନିଧୀଙ୍କ ଉପସ୍ଥିତିରେ ସେ ସିଧାସଳଖ ସୂର୍ଯ୍ୟଙ୍କ ସମ୍ମୁଖରେ ବସି ୨ ଘଣ୍ଟା ଧରି ଅଖିର ବିନା ପଲକରେ ନଜର ପକାଇଲେ। ଡାକ୍ତରଙ୍କ ଅନୁଯାୟୀ ତାଙ୍କ ଆଖି ସମ୍ପୂର୍ଣ୍ଣ ସୁସ୍ଥ ଅଛି।

ଏହାପୂର୍ବରୁ, ଅନ୍ୟ ଜଣେ ବ୍ୟକ୍ତି ବିନା ପଲକରେ ୧୦ ମିନିଟ୍ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କୁ ଦେଖି ଏକ ରେକର୍ଡ ତିଆରି କରିଥିଲେ, କିନ୍ତୁ ଏମ୍. ଏସ୍. ବର୍ମାଙ୍କର ଏହି ରେକର୍ଡ ଏହାଠାରୁ ବହୁତ ଆଗରେ। ଏବେ ସେ ଗିନିଜ ୱାର୍ଲ୍ଡ ରେକର୍ଡରେ ନିଜର କୀର୍ତ୍ତିରାଜି ପଞ୍ଜିକରଣ କରିବାକୁ ଚାହୁଁଛନ୍ତି।

Advertisment

ଆଖି ପାଇଁ ଉପକାରୀ:

କୁହାଯାଏ ଯେ ସୂର୍ଯ୍ୟଙ୍କୁ ଦେଖିବା ଦ୍ୱାରା ଆଖି ଯନ୍ତ୍ରଣା ହୋଇଥାଏ ଏବଂ ରେଟିନା ନଷ୍ଟ ହେବାର ଆଶଙ୍କା ମଧ୍ୟ ରହିଥାଏ। ତଥାପି ଏଭଳି ଅଭ୍ୟାସ କରି ମଧ୍ୟ ଏହି ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କର କୌଣସି ସମସ୍ୟା ଦେଖାଦେଇନି। ଖାଲି ଆଖିରେ ସୂର୍ଯ୍ୟଙ୍କୁ ଏକ ଘଣ୍ଟା ଦେଖିବା ପରେ ମଧ୍ୟ ସେ ହସୁଥିଲେ ଏବଂ ଫଟୋ ପାଇଁ ମଧ୍ୟ ପୋଜ୍ ଦେଉଥିଲେ।

ସେ ସୂର୍ଯ୍ୟକୁ ଦେଖିବାର ସମସ୍ତ ଉପକାର ମଧ୍ୟ କୁହନ୍ତି। ଅନେକ ଯୋଗ ଗୁରୁ ମଧ୍ୟ ସୂର୍ଯ୍ୟଙ୍କୁ ଏଭଳି ଭାବେ ଦେଖିବାର ଅଭ୍ୟାସ ଦ୍ୱାର ଆଖିର ଚିକିତ୍ସା ହୋଇଥାଏ ବୋଲି କୁହନ୍ତି। ଏହାକୁ ଯୋଗ ଅଭ୍ୟାସରେ ତ୍ରାଟକ ବୋଲି କୁହାଯାଏ।

Record
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ