Advertisment

୧୦୦ ବର୍ଷ ବୟସରେ ପୁଣି ଥରେ ହାତକୁ ଦି’ହାତ ହେଲେ ବୃଦ୍ଧ, ସହଯୋଗ କଲେ ପରିବାର

୭୦ ବର୍ଷ ପୂର୍ବେ ପ୍ରଥମ ବିବାହ ହୋଇଥିଲା। ୬ ପୁ‌ଅ, ତିନି ଝିଅ ହୋଇଥିଲେ। ସେମାନେ ସମସ୍ତେ ବିବାହ ହୋଇ ପିଲାଛୁଆ କରି ସାରିଲେଣି। ବୃଦ୍ଧ କାଳେ ନାତିନାତୁଣୀମାନଙ୍କୁ ଦେଖିବା ପରେ ପୁଣି ବାଜିଲା ସାହାନାଇ। ଆଉ ପଡିଲା ହାତ ଗଣ୍ଠି...

Old Couple In West Bengal Remarry, Set An Example Of Cherishing Love

Old Couple In West Bengal Remarry, Set An Example Of Cherishing Love

Advertisment

ବାଜିଲା ସାହାନାଇ। ପଡିଲା ହାତ ଗଣ୍ଠି। ପୁଣି ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେବାକୁ ନେଲେ ଶପଥ। ବୟସର ଅପରାହ୍ନରେ ବି ରହିଛି ପତି-ପତ୍ନୀଙ୍କ ମଧ୍ୟରେ ଭଲ ପାଇବା। ନିଜର ପ୍ରେମ ବନ୍ଧନକୁ ପୁଣି ଥରେ ଉଦ୍ଜିବିତ କରିବା ପାଇଁ ୧୦୦ ବର୍ଷ ବୟସରେ କରିଛନ୍ତି ଏମିତି କାମ ଯାହା ସବୁ ବେଳେ ପାଇଁ ମନେ ରଖିବ ଆଜିର ସମାଜ। ଯେଉଁ ସମୟରେ ପତି ପତ୍ନୀଙ୍କ ମଧ୍ୟରେ କିଛି ବର୍ଷର ବିବାହ ପରେ ଛାଡ଼ ପତ୍ରର କଥା ଆସୁଛି, ସେହି ସମୟରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଏହି ୧୦୦ ବର୍ଷର ବୃଦ୍ଧ ଓ ୯୦ ବର୍ଷର ବୃଦ୍ଧା। ବୃଦ୍ଧ ଜଣକ ନିଜର ୧୦୦ ବର୍ଷ ଜନ୍ମଦିନ ଅବସରରେ ତାଙ୍କର ୯୦ ବର୍ଷିୟା ପତ୍ନୀଙ୍କୁ ପୁଣି ଥରେ ବିବାହ କରି ସବୁ ଦିନ ପାଇଁ ହାତ ଧରି ଚାଲିବାର ଶପଥ ନେଇଛନ୍ତି।

Advertisment

ସୂଚନା ଅନୁଆସରେ, ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲାର ବିଶ୍ୱନାଥ ସରକାର ନିଜର ୯୦ ବର୍ଷିୟା ପତ୍ନୀ ସୁରୋଧୱାନୀଙ୍କ ସହ ପୁଣି ଥରେ ବିବାହ କରିଛନ୍ତି। ବିବାହରେ ଯୋଗ ଦେବା ପାଇଁ ବାହାରେ ରହୁଥିବା ବୃଦ୍ଧ ଦମ୍ପତିଙ୍କ ୬ ପୁ‌ଅ, ତିନି ଝିଅ, ନାତି ଏବଂ ନାତୁଣୀମାନେ ଗାଁରେ ଥିବା ଘରକୁ ଆସିଥିଲେ। ଆଉ ଏହି ବିବାହ କାର୍ଯ୍ୟ ଭଗବାନ ଗୋଲା ନିକଟତ ବାମୁନିଆ ଗାଁରେ ହୋଇଥିଲା। ବିବାହ ଉତ୍ସବରେ ପ୍ରାୟ ୭୦୦ରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯିବା ସହ ସ୍ୱାଦିଷ୍ଟ ଭୋଜନର ଆୟୋଜନ କରାଯାଇଥିଲା। ଦୀର୍ଘ ୭୦ ବର୍ଷ ପୂର୍ବେ ୧୯୫୩ ମସିହାରେ ଏହି ଦମ୍ପତି ପ୍ରଥମେ ବିବାହ କରିଥିଲେ।

ଏଭଳି ନିଆରା ବିବାହ ପାଇଁ ବୃଦ୍ଧ ଦମ୍ପତିଙ୍କ ବୋହୂ ଗୀତା ସରକାର ପ୍ରଥମେ ଚିନ୍ତା କରିଥିଲେ । କିଛି ମାସ ପୂର୍ବରୁ ସୋସିଆଲ ମିଡିଆରେ ଏଭଳି ବିବାହ ଦେଖିବା ପରେ ସେ ଶାଶୁ ଶଶ୍ୱରଙ୍କ ପୁନଃ ବିବାହ କରାଇବାକୁ ଚାହିଁଥିଲେ। ଏନେଇ ଗୀତା ପରିବାରର ଅନ୍ୟ ସଦସ୍ୟମାନଙ୍କ ସହିତ କଥା ହେବା ପରେ ସମସ୍ତେ ସମର୍ଥନ ଦେବା ପରେ ବିବାହ ଉତ୍ସବ ସପନ୍ନ ହୋଇଛି।

Advertisment
West Bengal Special Story Old Couple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ