Advertisment

ହଠାତ୍‌ ବଦଳିଗଲା ସମୁଦ୍ର ପାଣିର ରଙ୍ଗ, ଅଧିକ ଫେଣଯୁକ୍ତ ଦେଖାଗଲା ସମୁଦ୍ର ଢେଉ...

ପାରାଦୀପରେ ଆଜି ସମୁଦ୍ର ଜଳରେ କୌଣସି କେମିକାଲ୍ ମିଶିଯାଇଥିବା ସୂଚନା ମିଳିଛି। ଫଳରେ ସମୁଦ୍ର ପାଣିର ରଙ୍ଗ ମଧ୍ୟ ବଦଳି ଯାଇଛି।

ଅଦ୍ୟତନ ହୋଇଛି
Sea Water

Sea Water

Advertisment

ସମୁଦ୍ର ପାଣିରେ ଭାସୁଛି ତେଲିଆ ପଦାର୍ଥ। ପାରାଦୀପରେ ଆଜି ସମୁଦ୍ର ଜଳରେ କୌଣସି କେମିକାଲ୍ ମିଶିଯାଇଥିବା ସୂଚନା ମିଳିଛି। ଫଳରେ ସମୁଦ୍ର ପାଣିର ରଙ୍ଗ ମଧ୍ୟ ବଦଳି ଯାଇଛି। ସମୁଦ୍ର ଢେଉ ଅଧିକ ଫେଣଯୁକ୍ତ ଦେଖା ଯାଉଥିବା ବେଳେ ନୀଳ ରଙ୍ଗ ମଧ୍ୟ ଦେଖାଯାଉଛି। ପାରାଦୀପରୁ ନେଇ ଗହୀରମଥା ପର୍ଯ୍ୟନ୍ତ ଏହି ତୈଳ ଜାତୀୟ ପଦାର୍ଥ ବ୍ୟାପିଥିବା ଜଣାପଡ଼ିଛି।

Advertisment

ଏକ କାରଖାନାରୁ ନିର୍ଗତ କେମିକାଲ ପାଇଁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି। ଏହାଦ୍ୱାରା ସାମୁଦ୍ରିକ ଜୀବଙ୍କ ଉପରେ ବିପଦ ଆଶଙ୍କା କରିଛନ୍ତି ପରିବେଶବିତ୍‌। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବିଭିନ୍ନ ସ୍ଥାନରୁ ଜଳ ନମୁନା ସଂଗ୍ରହ କରାଯାଇଥିବା ବେଲେ ଆଇଓସିଏଲ ତୈଳ ବିଶୋଧନାଗାରର ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ ମଧ୍ୟ କରିଛନ୍ତି।

Advertisment

କିନ୍ତୁ IOCLର ନିର୍ଗତ କେମିକାଲ୍ ପାଇଁ ଏଭଳି ହୋଇଥିବା ଯେଉଁ ଅଭିଯୋଗ ହେଉଛି ତାହାକୁ ଖଣ୍ଡନ କରିଛନ୍ତି IOCL ଅଧିକାରୀ। ଘଟଣାସ୍ଥଳ ଅନୁଧ୍ୟାନ କରି ଜଳ ନମୁନା ସଂଗ୍ରହ କରାଯାଇଛି। ରିପୋର୍ଟ ଆସିଲେ ଜଳରେ କ’ଣ ମିଶିଛି ଓ କେଉଁଠୁ ମିଶିଛି ଜଣାପଡ଼ିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ