Advertisment

ମୁଣ୍ଡଳି ବୋଟ୍ ଟ୍ରାଜେଡି: SCBରୁ ଡିସ୍‌ଚାର୍ଜ ହେଲେ ଓଟିଭି କ୍ୟାମେରାମ୍ୟାନ୍‌ ପ୍ରଭାତ ସିହ୍ନା

କଟକ SCBରୁ ଡିସ୍‌ଚାର୍ଜ ହେଲେ ଓଟିଭି କ୍ୟାମେରାମ୍ୟାନ୍‌ ପ୍ରଭାତ ସିହ୍ନା। ୩ ଦିନ ଚିକିତ୍ସା ପରେ ସୁସ୍ଥ ହୋଇ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ୨୪ ତାରିଖ ଦିନ ହାତୀ ଉଦ୍ଧାର ବେଳେ କଟକ ମୁଣ୍ଡଳି ବ୍ୟାରେଜ ନିକଟରେ ହୋଇଥିବା ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ପ୍ରଭାତ ଆହତ ହୋଇଥିଲେ।

Mundali Boat Tragedy

Mundali Boat Tragedy

Advertisment

ଭୁବନେଶ୍ୱର: କଟକ SCBରୁ ଡିସ୍‌ଚାର୍ଜ ହେଲେ ଓଟିଭି କ୍ୟାମେରାମ୍ୟାନ୍‌ ପ୍ରଭାତ ସିହ୍ନା। ୩ ଦିନ ଚିକିତ୍ସା ପରେ ସୁସ୍ଥ ହୋଇ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ୨୪ ତାରିଖ ଦିନ ହାତୀ ଉଦ୍ଧାର ବେଳେ କଟକ ମୁଣ୍ଡଳି ବ୍ୟାରେଜ ନିକଟରେ ହୋଇଥିବା ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ପ୍ରଭାତ ଆହତ ହୋଇଥିଲେ।

Advertisment

ନଦୀ ମଝିରେ ଫସି ଯାଇଥିବା ଦନ୍ତା ହାତୀକୁ ଘଉଡ଼ାଇ କୂଳକୁ ଆଣିବା ଲାଗି ନଦୀ ଭିତରକୁ ଯାଇଥିବା ଓଡ୍ରାଫ ଟିମ୍ ସହ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ୍‌ ପ୍ରଭାତ ସିହ୍ନା ଯାଇଥିଲେ। ତେବେ ନଦୀ ଭିତରେ ବୋଟ୍ ଦୁର୍ଘଟଣାରେ ଓଟିଭି ସାମ୍ବାଦିକ ଅରିନ୍ଦମ ପ୍ରାଣ ହରାଇଥିବାବେଳେ ପ୍ରଭାତ ଗୁରୁତର ଆହତ ହୋଇଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରାଯାଇ SCBରେ ଭର୍ତ୍ତି କରାଯାଇଥିଲା। 

Advertisment

ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣା ପରେ ସେଦିନ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ଫରେଷ୍ଟଗାର୍ଡ ମାନସ ବେହେରା। ବୁଡ଼ି ଯାଉଥିବା ଓଡ୍ରାଫ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ପ୍ରଥମେ ସେ ବ୍ରିଜ୍ ଉପରୁ ଦଉଡି ପକାଇଥିଲେ ଏବଂ ପରେ ଏକ ଦେଶୀ ଡଙ୍ଗା ଜରିଆରେ ଉଦ୍ଧାର ପାଇଁ ନଦୀ ଭିତରକୁ ଯାଇଥିଲେ। ଦୁର୍ଘଟଣା ଦିନ ଓଟିଭିର ଚିଫ୍ ରିପୋର୍ଟର ଦିବଂଗତ ଅରିନ୍ଦମ ଦାସଙ୍କୁ ସେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ବୋଲି ମାନସ କହିଛନ୍ତି। 

ନଦୀର ପ୍ରଖର ସ୍ରୋତରେ ଫସିଥିବା ଓଡ୍ରାଫ୍‌ ଟିମ୍‌, ଓଟିଭି ପ୍ରତିନିଧି ଓ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଦୁଃଖଦ ଘଟଣା, ଏଥିରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଥିଲା। ସାହସୀ, ନିର୍ଭିକ ସାମ୍ବାଦିକ ଭାବେ ପରିଚିତ ଥିଲେ ଅରିନ୍ଦମ। 

Advertisment
ODRAF Boat Mishap Arindam Das Mundali Boat Tragedy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ