ଧବଳେଶ୍ୱରରୁ ମିଳିଥିବା ମୃତଦେହ ସୀତାରାମଙ୍କର ନୁହେଁ :ନିଖୋଜ ଓଡ୍ରାଫ ଯବାନଙ୍କ ସମ୍ପର୍କରେ SRCଙ୍କ ସାନି ସୂଚନା

ସର୍ଚ୍ଚ ଅପରେସନ୍ ସମୟରେ ଧବଳେଶ୍ୱର ନିକଟରେ ନଦୀରୁ ଉଦ୍ଧାର ହୋଇଥିବା ମୃତଦେହଟି ନିଖୋଜ ଯବାନଙ୍କର ନୁହେଁ । ଗତକାଲି ମୁଣ୍ଡଳି ବ୍ୟାରେଜ ନିକଟରେ ଫସି ରହିଥିବା ହାତୀକୁ ଘଉଡାଇବାକୁ ଯାଇଥିବା ଜଣେ ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁ ଏବେ ବି ନିଖୋଜ ଅଛନ୍ତି । ତାଙ୍କୁ ଖୋଜିବାକୁ ୧୪ଟି ଟିମକୁ ନିୟୋଜିତ କରାଯାଇଛି ।

ମିଳିଥିବା ମୃତଦେହକୁ ଚିହ୍ନଟ କରିନାହାନ୍ତି ପରିବାର ଲୋକେ

News Summary

ମୁଣ୍ଡଳି ବୋଟ୍ ଦୁର୍ଘଟଣାରେ ଓଡ୍ରାଫ ଯବାନ ନିଖୋଜ ନେଇ ଏସ୍ଆରସିଙ୍କ ସ୍ପଷ୍ଟୀକରଣ

 କହିଲେ, ମିଳିଥିବା ମୃତଦେହକୁ ଚିହ୍ନଟ କରିନାହାନ୍ତି ପରିବାର ଲୋକେ

 ଗଳିତ ମୃତଦେହଟି ସୀତାରାମଙ୍କର ନୁହଁ ବୋଲି ସୂଚନା ଦେଲେ ଏନଡିଆରଏ‍ଫ୍ ଅଧିକାରୀ

କଟକ : ସର୍ଚ୍ଚ ଅପରେସନ୍ ସମୟରେ ଧବଳେଶ୍ୱର ନିକଟରେ ନଦୀରୁ ଉଦ୍ଧାର ହୋଇଥିବା ମୃତଦେହଟି ନିଖୋଜ ଯବାନଙ୍କର ନୁହେଁ । ଗତକାଲି ମୁଣ୍ଡଳି ବ୍ୟାରେଜ ନିକଟରେ ଫସି ରହିଥିବା ହାତୀକୁ ଘଉଡାଇବାକୁ ଯାଇଥିବା ଜଣେ ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁ ଏବେ ବି ନିଖୋଜ ଅଛନ୍ତି । ତାଙ୍କୁ ଖୋଜିବାକୁ ୧୪ଟି ଟିମକୁ ନିୟୋଜିତ କରାଯାଇଛି । ମହାନଦୀର ୪ଟି ସ୍ଥାନରେ ୮ଟି ଟିମ୍ ପକ୍ଷରୁ ତଲାସୀ ଚାଲିଛି ।  ଓଡ୍ରାଫ ଊଗଉଉର ୫ଟି ଟିମ୍ ସର୍ଚ୍ଚ ଅପରେସନରେ ନିୟୋଜିତ ହୋଇଛନ୍ତି । ଆଠଗଡ଼ ଅଗ୍ନିଶମ ବାହିନୀର ଗୋଟିଏ ଟିମ୍ ସର୍ଚ୍ଚ ଅପରେସନରେ ସାମିଲ ହୋଇଛି ।  ମୁଣ୍ଡଳି, ନରାଜ, କାଠଯୋଡ଼ି ଓ ଯୋବ୍ରାରେ ଖୋଜାଖୋଜି କରୁଥିବା ସୂଚନା ମିଳିଛି  ।

ଗତକାଲି ମୁଣ୍ଡଳି ବୋଟ୍ ଦୁର୍ଘଟଣାରେ ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ଏପର୍ଯ୍ୟନ୍ତ କୌଣସି ଖୋଜ୍ ଖବର ମିଳିନାହିଁ ବୋଲି ଟୁଇଟ୍ କରି ସ୍ପଷ୍ଟୀକରଣ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ପୂର୍ବରୁ ସେ ଟୁଇଟ୍ କରି ଆଜି ଧବଲେଶ୍ୱରରେ ମିଳିଥିବା ଏକ ମୃତଦେହ  ଓଡ୍ରାଫ ଯବାନ ସୀତାରାମଙ୍କ ବୋଲି ଉଲ୍ଲେଖ କରିଥିଲେ ।  ତେବେ ପରବର୍ତ୍ତୀ ଟୁଇଟରେ ସେ ଏହି ଖବର ଭୁଲ୍ ବୋଲି ଟୁଇଟ୍ କରିଛନ୍ତି ।  ଭୁଲ ସୂଚନା ଦେଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି ।  ସେପଟେ ଗଳିତ ମୃତଦେହଟି ସୀତାରାମଙ୍କର ନୁହେଁ ବୋଲି ଏନଡିଆରଏଫ୍ ଅଧିକାରୀ ମଧ୍ୟ ସ୍ପଷ୍ଟ କରିଛନ୍ତି ।

ସେପଟେ ମୁଣ୍ଡଳି ବ୍ୟାରେଜ ବୋଟ ଦୁର୍ଘଟଣାରେ ଆହତ ହୋଇଥିବା ୫ ଗୁରୁତରଙ୍କୁ ଏବେ SCBରେ ଚିକିତ୍ସାଧୀନ ଅଛନ୍ତି । ୨ ଜଣ ଓଡ୍ରାଫ୍ ଟିମ୍ କର୍ମଚାରୀ ଏବେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଓଟିଭିର କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ମଧ୍ୟ ଆଇସିୟୁରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି, ଅନ୍ୟ ୨ ଜଣ ଓଡ୍ରାଫ୍ କର୍ମଚାରୀଙ୍କ ଏସସିବି କାଜୁଆଲିଟିରେ ଚିକିତ୍ସା ଚାଲିଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି ।