Advertisment

ଅଜବ ଢଙ୍ଗରେ ସରକାରଙ୍କ ଶାସନ...ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ, ସେପଟେ ପଶୁ ସେବା ପୁରା ଠପ୍

ଅଜବ ଢଙ୍ଗରେ ଚାଲିଛି ରାଜ୍ୟ ଶାସନ। ମାସେ ହେଲା ଆନ୍ଦୋଳନରେ ବସିଛନ୍ତି ପ୍ରାଣୀ ଚିକିତ୍ସକ । ପଶୁ ଚିକିତ୍ସା ପୁରା ଠପ। ଫଳରେ କେଉଁଠି କୁକୁଡ଼ା ମରୁଛନ୍ତି ତ କେଉଁଠି ଗାଈଗୋରୁ । ଏଣେ ସରକାରଙ୍କୁ କିନ୍ତୁ ଭୋଟ ଚିନ୍ତା ।

ଅଦ୍ୟତନ ହୋଇଛି
undefined

veterinary doctors

Advertisment

ଅଜବ ଢଙ୍ଗରେ ଚାଲିଛି ରାଜ୍ୟ ଶାସନ। ମାସେ ହେଲା ଆନ୍ଦୋଳନରେ ବସିଛନ୍ତି ପ୍ରାଣୀ ଚିକିତ୍ସକ। ପଶୁ ଚିକିତ୍ସା ପୁରା ଠପ। ଫଳରେ କେଉଁଠି କୁକୁଡ଼ା ମରୁଛନ୍ତି ତ କେଉଁଠି ଗାଈଗୋରୁ।ଏଣେ ସରକାରଙ୍କୁ କିନ୍ତୁ ଭୋଟ ଚିନ୍ତା। ରାଜଧାନୀରେ ମତ୍ସ୍ୟ ଓ ପ୍ରାଣୀ ସମାବେଶ କରି ଚାଷୀଙ୍କ ଭୋଟ ହାତେଇବାକୁ ଚଳାଇଛନ୍ତି ଜୋରଦାର ଉଦ୍ୟମ ।

Advertisment

ମତ୍ସ୍ୟ ଓ ପ୍ରାଣୀ ସମାବେଶ ନାଁରେ ସରକାରଙ୍କ ଉତ୍ସବ। ଏପଟେ ଦାବି ପୂରଣ ପାଇଁ ପ୍ରାଣୀ ଚିକିତ୍ସକଙ୍କ ବିକ୍ଷୋଭ ପ୍ରାଣୀ ସମ୍ପଦ ବିକାଶ ପାଇଁ ରାଜ୍ୟ ସରକାର ବାସ୍ତବରେ କେତେ ତତ୍ପର, ଏହା ତାର ନମୁନା । ନିଃଶୁଳ୍କ ପ୍ରାଣୀ ଚିକିତ୍ସା ସେବା, ଆବଶ୍ୟକ ଡାକ୍ତର ପଦବୀ ସୃଷ୍ଟି, କ୍ୟାଡର ପୁନର୍ଗଠନ ଓ ରେଫରାଲ ସୁବିଧା ଭଳି ୪ ଦଫା ଦାବି ନେଇ ଗତମାସ ୧୮ରୁ ସାମୂହିକ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ପ୍ରାଣୀ ଚିକିତ୍ସକ। ଆଜି କଟକ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ଆଗରେ ଧାରଣା ବି ଦେଇଛନ୍ତି। ଦାବି ପୂରଣ ନ ହେଲେ ଆସନ୍ତା ୨୦ ତାରିଖରୁ ଆମରଣ ଅନଶନ ଚେତାବନୀ ଶୁଣାଇଛନ୍ତି । ହେଲେ ପ୍ରାୟ ମାସେ ହେଲା ପ୍ରାଣୀ ଚିକିତ୍ସକ ଚିତ୍କାର କରୁଥିଲେ ବି ନିଦାବିଷ୍ଣୁ ସରକାର। 

ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନକୁ ନେଇ ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡିଛି ପଶୁ ଚିକିତ୍ସା। ନୟାଗଡ଼ରୁ ପୋଲସରା, ଲକ୍ଷ୍ମୀପୁରରୁ ଆସିକାରୁ ସବୁଠୁ ଆସୁଛି, ପ୍ରାଣୀ ଚିକିତ୍ସା ଅବ୍ୟବସ୍ଥାର ପୁଳା ପୁଳା ଚିତ୍ର। କେଉଁଠି ଚିକିତ୍ସା ଅଭାବରୁ ଶହ ଶହ କୁକୁଡ଼ା ମରିଥିବା ବେଳେ ଆଉ କେଉଁଠି ଚିକିତ୍ସା କରାଇନପାରି ଗାଈଗୋରୁଙ୍କୁ ହସ୍ପିଟାଲ୍‌ରୁ ଫେରାଇ ନେବାକୁ ବାଧ୍ୟ ହୋଇଛନ୍ତି ଚାଷୀ। ଏହାକୁ ନେଇ ହତାଶ ହୋଇପଡ଼ିଛନ୍ତି ଚାଷୀ। ତେବେ ସରକାରଙ୍କୁ ଘାରିଛି ଭୋଟ ନିଶା। କୋଟି କୋଟି ଟଙ୍କା ଖର୍ଚ୍ଚ କରି, ହରିୟାଣାରୁ ଭଡ଼ାଟିଆ ବଳଦ ଆଣି, ରାଜଧାନୀରେ ମେଲିଛନ୍ତି ମତ୍ସ୍ୟ- ପ୍ରାଣୀ ସମାବେଶ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ମିଳନୀକୁ ଆସିଥିବା ଚାଷୀ ବି ସରକାରଙ୍କ ଉଦାସୀନତାକୁ ନେଇ ଅନନ୍ତୋଷ ପ୍ରକାଶ କରିଛନ୍ତି । ତେବେ ମନ୍ତ୍ରୀଙ୍କ ଅଜବ ଉତ୍ତର, ଆମେ ୧୨ଶହ ବଢେଇରେ ଦାୟୀ, ପୁଅରେ ନାହୁଁ ।

Advertisment

ସରକାରଙ୍କ ସବୁ ଯୋଜନା କେବଳ ଭୋଟ ଭେଳିକି ବୋଲି ଅଭିଯୋଗ କରିଆସୁଛନ୍ତି ବିରୋଧୀ । ପ୍ରାଣୀ ଚିକିତ୍ସକଙ୍କ ସେବା ନପାଇ ଚାଷୀ ହଇରାଣ ହେବା ସହ କ୍ଷତି ସହୁଥିବା ବେଳେ ପଶୁ ମହୋତ୍ସବ ସରକାରଙ୍କୁ ବୁମେରାଂ ହେବ ବୋଲି ଚର୍ଚ୍ଚା ହେଉଛି ।

କଟକରୁ ଦେବାଶିଷ ମହାନ୍ତି ଓ ଭୁବନେଶ୍ବରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ଓଟିଭି

Advertisment
Veterinary Veterinary Hospitals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ