Advertisment

ବାହାନଗା ଟ୍ରାଜେଡିକୁ କାଲି ପୂରିବ ୨ ମାସ,ଏବେ ବି AIIMSରେ ପଡ଼ିଛି ୨୯ ମୃତଦେହ

ଚଳିତ ସପ୍ତାହରେ ଆସିବ ଶେଷ ପର୍ଯ୍ୟାୟ DNA ରିପୋର୍ଟ । ବଳକା ମୃତ ଶରୀର ନେଇ ସରକାର ନେବେ ନିଷ୍ପତ୍ତି ।

ଅଦ୍ୟତନ ହୋଇଛି
undefined

Odisha Train Tragedy,

Advertisment

ଆସନ୍ତାକାଲି ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୨ ମାସ ପୂରିବ । ହେଲେ ଏବେ ବି ଏମ୍ସ କଣ୍ଟେନରରେ ଥିବା ୨୯ ମୃତଦେହର ମିଳିନି ପରିଚୟ। କିଏ ସେମାନେ? କ’ଣ ସେମାନଙ୍କ ପରିଚୟ? ମୃତକ ପରିବାରବର୍ଗଙ୍କ କେବେ ସରିବ ଅପେକ୍ଷା ? ଚଳିତ ସପ୍ତାହରେ ଅନ୍ତିମ ପର୍ଯ୍ୟାୟ DNA ଟେଷ୍ଟ ରିପୋର୍ଟ ଆସିବା ପରେ ବଳକା ମୃତ ଶରୀର ନେଇ ସରକାର ନିଷ୍ପତ୍ତି ନେବେ ବୋଲି ଏମ୍ସ ସୂଚନା ଦେଇଛି।...

Advertisment

ଅନ୍ୟପକ୍ଷରେ ବାହାନଗା ଟ୍ରାଜେଡି ପରଠାରୁ ନିଖୋଜ ଥିବା ନିଜ ସମ୍ପର୍କୀୟ ସମ୍ପର୍କରେ ଜାଣିବା ଲାଗି ଏମ୍ସରେ ଅପେକ୍ଷା କରି ରହିଛନ୍ତି। ଏଇ ଯେମିତି ଝାଡ଼ଖଣ୍ଡ ଡୁମକା ଜିଲ୍ଲାର କୈଳାସା କୁମାରଙ୍କ କଥା। କରମଣ୍ଡଳ ଏକ୍ସପ୍ରେସରେ ତାଙ୍କ ୨୩ ବର୍ଷୀୟ ଭେଣ୍ଡିଆ ପୁଅ ହରଦେବ କୁମାର ୩ ସାଙ୍ଗଙ୍କ ସହ ଚେନ୍ନାଇ ଯାଉଥିଲେ। ହେଲେ ଟ୍ରେନ୍ ଦୁର୍ଘଟଣା ପରଠୁ ନିଖୋଜ ହରଦେବ। କୈଳାସ କୁମାର ଏମ୍ସରେ ପଡ଼ି ରହିଥିବା ଅଚିହ୍ନା ମୃତ ଶରୀର ଭିତରେ ପୁଅ ରହିଯାଇଥିବା ଆଶଙ୍କା କରି ଡିଏନ୍ଏ ନମୁନା ଦେଇଛନ୍ତି। କିନ୍ତୁ ଏଯାଏଁ ଡିଏନଏ ରିପୋର୍ଟ ମ୍ୟାଚ୍ କରିନି। କେବଳ କୈଳାସ ନୁହନ୍ତି, ଏମିତି ଅନେକ ହତଭାଗା ସମ୍ପର୍କୀୟ ଏବେ ବି ନିଜ ପ୍ରିୟଜନଙ୍କ ମୃତ ଶରୀର ଖୋଜିବାକୁ ଧାଇଁ ଆସୁଛନ୍ତି ଏମ୍ସ।

ଏମ୍ସରେ ଥିବା ୮୧ ଅଚିହ୍ନା ମୃତ ଶରୀର ଚିହ୍ନଟ ଲାଗି ୧୦୩ ଦାବିଦାରଙ୍କ ଡିଏନ୍ଏ ନମୁନା ସଂଗ୍ରହ କରାଯାଇଥିଲା। ଡିଏନ୍ଏ ମ୍ୟାଚିଂ ପରେ ୫୨ ମୃତ ଶରୀର ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇସାରିଛି । ପ୍ରଶ୍ନ, କେବେ ସରିବ ଏ ଡିଏନଏ ମ୍ୟାଚିଂ ପ୍ରକ୍ରିୟା ? କଣ୍ଟେନର ଭିତରେ ଥିବା ଏସବୁ ଡେଡବଡିକୁ କେବେ ମିଳିବ ପରିଚୟ ? ଯଦି ପରିଚୟ ନ ମିଳିଲା, କ’ଣ ହେବ ଏସବୁ ମୃତ ଶରୀର? ଦକ୍ଷିଣ-ପୂର୍ବ ରେଳପଥ ଅଧିକାରୀଙ୍କ କହିବା କଥା, ଡିଏନଏ ମ୍ୟାଚିଂ ପାଇଁ ଦିଲ୍ଲୀକୁ ନମୁନା ପଠାଯାଇଛି ।

Advertisment

ଯେଉଁ ମୃତ ଶରୀର ସହ ପରିବାର ଲୋକଙ୍କ ଡିଏନ୍ଏ ମ୍ୟାଚ୍ କରୁଛି, ତୁରନ୍ତ ହସ୍ତାନ୍ତର କରାଯାଉଛି। ଏମ୍ସ ଅଧୀକ୍ଷକ କହିଛନ୍ତି, ଚଳିତ ସପ୍ତାହରେ ଆସିଯିବ ଅନ୍ତିମ ପର୍ଯ୍ୟାୟ ଡିଏନଏ ମ୍ୟାଚିଂ ରିପୋର୍ଟ। ତେବେ ଏଥିରେ ଅତିବେଶୀରେ ଦୁଇ-ତିନିଟି ମୃତ ଶରୀରର ଡିଏନ୍ଏ ମ୍ୟାଚ କରିବାର ସମ୍ଭାବନା ରହିଛି। ଏହାପରେ ବଳକା ଥିବା ଡେଡ୍ ବଡିର ଭବିଷ୍ୟତ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନେବେ।

ଆସନ୍ତାକାଲି ବାହାନଗା ଟ୍ରେନ୍ ଟ୍ରାଜେଡିକୁ ଦୁଇ ମାସ ପୂରିଯିବ । ଟ୍ରେନ୍ ଚଳାଚଳ ବି ସ୍ୱାଭାବିକ ହୋଇଗଲାଣି। ହେଲେ ନିଖୋଜ ସମ୍ପର୍କୀୟଙ୍କ ଠିକଣା ଖୋଜି ଖୋଜି ଅନେକଙ୍କ ଆଖିରୁ ଶୁଖୁନି ଲୁହଧାର।

Advertisment
Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ