Advertisment

‘ଭଗବାନ ମୋ ଭାଇକୁ ଫେରାଇ ଦିଅ’...୧୪ ବର୍ଷ ପରେ ଘରକୁ ଆସିଥିଲା ପୁଅ, ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲିଗଲା

ଦୀର୍ଘ ୧୪ ବର୍ଷ ପରେ ମା’ର ଶେଷକୃତ୍ୟରେ ଯୋଗଦେବା ପାଇଁ ଘରକୁ ପୁଅ ଆସିଥିଲା। ହେଲେ ସେ ଜାଣିନଥିଲେ ଏହି ଶେଷକୃତ୍ୟ ପରବର୍ତ୍ତୀ ସମୟରେ ତାଙ୍କ ଶେଷକୃତ୍ୟ ପାଲଟିଯିବ।

ଅଦ୍ୟତନ ହୋଇଛି
Odisha Train Mishap

Odisha Train Mishap

Advertisment

ଦୀର୍ଘ ୧୪ ବର୍ଷ ପରେ ମା’ର ଶେଷକୃତ୍ୟରେ ଯୋଗଦେବା ପାଇଁ ଘରକୁ ପୁଅ ଆସିଥିଲା। ହେଲେ ସେ ଜାଣିନଥିଲେ ଏହି ଶେଷକୃତ୍ୟ ପରବର୍ତ୍ତୀ ସମୟରେ ତାଙ୍କ ଶେଷକୃତ୍ୟ ପାଲଟିଯିବ। ମା’ର ଶେଷକୃତ୍ୟ ପାଇଁ ଦୀର୍ଘ ୧୪ ବର୍ଷ ପରେ ଚେନ୍ନାଇରୁ ଗାଁକୁ ଫେରିଥିବା ଜଣେ ଯୁବକଙ୍କର ଗତକାଲିର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ପରିବାର ଲୋକେ ଏ ହସ୍ପିଟାଲ୍‌ରୁ ସେ ହସ୍ପିଟାଲ୍‌ ଖୋଜୁଛନ୍ତି। ହେଲେ ମୃତଦେହ ପାଉ ନାହାନ୍ତି।

Advertisment

ସୂଚନା ଅନୁସାରେ, ବାଲେଶ୍ୱର ସୋର ଅଞ୍ଚଳର ରମେଶ ଜେନା ଚେନ୍ନାଇରେ ରହୁଥିଲେ। ମା’ଙ୍କ ଶେଷକୃତ୍ୟ କରିବା ପାଇଁ ଦୀର୍ଘ ୧୪ ବର୍ଷ ପରେ କିଛିଦିନ ପୂର୍ବେ ସେ ଘରକୁ ଫେରିଥିଲେ। ତେବେ ମା’ଙ୍କ ଶେଷକୃତ୍ୟ ସାରିବା ପରେ ପୁଣିଥରେ ରମେଶ କର୍ମକ୍ଷେତ୍ରକୁ ଫେରୁଥିଲେ। ହେଲେ ଜାଣିନଥିଲେ ଏମିତି ଏକ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାର ସେ ସମ୍ମୁଖୀନ ହେବେ। 

ରମେଶଙ୍କ ଭାଇଙ୍କ କହିବା ଅନୁସାରେ, ‘ଗତକାଲି ମୋ ଭାଇ ସନ୍ଧ୍ୟା ସାଢ଼େ ୬ଟାରେ ବାଲେଶ୍ୱରରୁ ଟ୍ରେନ୍‌ରେ ବସିଥିଲେ। ଭଦ୍ରକରେ ପହଞ୍ଚିବା ପରେ ଜଣାଇବେ ବୋଲି କହିଥିଲେ। ତେବେ ଟ୍ରେନ୍‌ ଦୁର୍ଘଟଣା ଘଟିବା ଖବର ପାଇବା ପରେ ଆମେ ଘଟଣାସ୍ଥଳରେ ପହଞ୍ଚିଥିଲୁ। ହେଲେ ତାଙ୍କୁ ଆମେ ପାଇନଥିଲୁ। ଟେନ୍‌ସନ୍‌ରେ ଆମେ ତାଙ୍କୁ ଫୋନ୍‌ କରିଥିଲୁ ଓ କୌଣସି ଜବାବ ମିଳିନଥିଲା। ସାଢ଼େ ୧୨ଟାରେ ଘରକୁ ଫେରି ପୁଣି ଫୋନ୍‌ କରିବା ପରେ ଜଣେ ଲୋକ ଫୋନ୍‌ ଉଠାଇ ଥିଲେ ଓ ଭାଇର ମୃତ୍ୟୁ ହୋଇ ଯାଇଥିବା କଥା କହିଥିଲେ।’  

Advertisment

ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ପାଇବା ପରେ ମୃତଦେହକୁ ଖୋଜିବା ଲାଗି ଗୋଟିଏ ହସ୍ପିଟାଲ୍‌ରୁ ଅନ୍ୟ ହସ୍ପିଟାଲ୍‌କୁ ଖୋଜି ବୁଲୁଛନ୍ତି ପରିବାର ଓ ସମ୍ପର୍କୀୟ। ଏମିତି ବିଭୀଷିକା ଘଟଣା ମଧ୍ୟରେ କିଏ କେଉଁଠି ହଜି ଯାଇଛି, କୌଣସି ପତ୍ତା ମିଳିପାରୁ ନାହିଁ। କାହାର ଭାଇ ହଜି ଯାଇଛି ତ ଆଉ କେଉଁଠି ବାପାମା’ଙ୍କ ପାଖରୁ ପିଲା ଅଲଗା ହୋଇଯାଇଛି। ସେହିପରି ପରିବାର ଲୋକଙ୍କ ସହ ଯାତ୍ରା କରୁଥିବା ସପରିବାର ଏକାଠି ମୃତ୍ୟୁବରଣ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ