Advertisment

‘ବାବୁସାନକୁ ବ୍ଲାକମେଲିଂ କରାଯାଉଥିଲା’

OTVକୁ ଅପରାଜିତା ମହାନ୍ତିଙ୍କ EXCLUSIVE ପ୍ରତିକ୍ରିୟା, କହିଲେ ବାବୁସାନଙ୍କ କଲ୍ ରେକର୍ଡ ଯାଞ୍ଚ ହେଉ...

ଅଦ୍ୟତନ ହୋଇଛି
Odisha to pray for him & bless him so that he returns to his family: Aparajita Mohanty

Odisha to pray for him & bless him so that he returns to his family: Aparajita Mohanty

Advertisment

ମୋ ପୁଅକୁ ବ୍ଲାକ୍‌ମେଲିଂ କରାଯାଉଥିଲା । ମୋ ପୁଅ ବହୁତ ଷ୍ଟ୍ରଙ୍ଗ, ସେ ନିଶ୍ଚୟ ଫେରିବ । ବାବୁସାନ୍‌ଙ୍କ ପାରିବାରିକ ଅଶାନ୍ତି ଖବର ସାମ୍ନାକୁ ଆସିବା ଓ ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କ ଅଭିଯୋଗ ଉଠିବା ପରେ ପ୍ରକୃତି ମିଶ୍ରଙ୍କ ନାଁ ନ ନେଇ ଗଣମାଧ୍ୟମକୁ କିଛି ଏମିତି କହିଛନ୍ତି ବାବୁସାନଙ୍କ ମା ଅପରାଜିତା ମହାନ୍ତି। 

Advertisment

ଅପରାଜିତା କହିଛନ୍ତି ଯେ, ‘ବାବୁସାନ ଭଲ ହୃଦୟର ପିଲା, ପରିବାରକୁ ଭଲ ପାଉଥିବା ପିଲା । ପରିବାର ଠାରୁ ଦୂରେଇ ଯିବା ଓ ଭୁଲିଯିବା ପିଲା ସେ ନୁହେଁ । ଦେଢ଼ ବର୍ଷ ହେଲା ତା ଭିତରେ ପରିବର୍ତ୍ତନ ଆସିଲା, ଡିପ୍ରେସ୍ ରହିଲା । ଘରେ ରହିଲାନି, ଚିଡିଚିଡି ହେଲା। ସେତେବେଳେ ଆମେ ରିଅଲ ବାବୁସାନ ଅଭାବ ପାଇଲୁ। ଘରକୁ ଆସିଲେ ୧୫ ମିନିଟରେ ୨୦୦/୩୦୦ କଲ୍ ଆସେ। ଏତେ ଫୋନ୍ ଆସେ ଯେ ବେଳେବେଳେ ସେ ରାଗିଯାଏ । ବାବୁସାନଙ୍କ କଲ୍ ରେକର୍ଡ ଯାଞ୍ଚ ହେଉ’।

କେବଳ ଏତିକି ନୁହଁ ଅପରାଜିତା ଆହୁରି ମଧ୍ୟ କହିଛନ୍ତି ଯେ, ‘ କାହିଁକି ତାଙ୍କୁ ଘରେ ରଖେଇ ଦିଆଯାଉ ନଥିଲା ତାହାର ତଦନ୍ତ ହେଉ । ମୁଁ ସେହି ଲେଡି କୋ ଆର୍ଟିଷ୍ଟଙ୍କ ବାପାଙ୍କ ପାଖକୁ ଯାଇଥିଲି, ବୁଝାଇଥିଲି ହେଲେ ତାଙ୍କ ସ୍ତ୍ରୀ ଓ ଝିଅ ଗାଳି କରିଥିଲେ ଏମିତିକି ଅପଦସ୍ତ କରିଥିଲେ। ତାକୁ ବ୍ଲାକମେଲ୍ କରାଯାଉଥିବା ବାବୁସାନ କହିଥିଲା । ବାନ୍ଧବୀ ଜଣକ ହାତ କାଟିଦେବ, ଛାତରୁ ଡେଇଁପଡ଼ିବ ଧମକାଉଥିଲା।'

Advertisment

'ପ୍ରକୃତ ବନ୍ଧୁ ଅନ୍ୟ ବନ୍ଧୁର କ୍ଷତି ଚାହେଁନି। ହେଲେ ବାବୁସାନର କ୍ୟାରିଅର, ଇମେଜ୍, ଆର୍ଥିକ କ୍ଷତି ଘଟିଲା। ତେଣୁ ଶେଷରେ ଅସହାୟ ହୋଇ ମୋ ବୋହୂ ଏଭଳି ପଦକ୍ଷେପ ନେଇଛି। ସେଥିପାଇଁ ଏବେ ମୁଁ ମୋ ବୋହୂ ସହ ଠିଆ ହେବା ଉଚିତ୍, ତାକୁ ମୋର ସମର୍ଥନ ଦରକାର । ମୋ ପୁଅ ବହୁତ ଷ୍ଟ୍ରଙ୍ଗ, ସେ ନିଶ୍ଚୟ ଫେରିବ । ଯେଉଁମାନେ ପ୍ରକୃତ ବନ୍ଧୁ ନୁହନ୍ତି ତାଙ୍କୁ ଚିହ୍ନୁ, ଦୂରେଇ ରହୁ ।’

‘ମୋ ପୁଅ-ବୋହୂ ଓ ନାତିକୁ ଏକାଠି କରିବାକୁ ହେଲେ ମୁଁ ସେମାନଙ୍କ ସାଙ୍କରେ ଠିଆ ହେବି । ବାବୁସାନ୍‌ ଜମେ ସ୍ନେହୀ ଉଚ୍ଚମାନସିକତା, ଟ୍ୟାଲେଣ୍ଟେଡ୍‌ ଛୁଆ । ସମସ୍ତଙ୍କ ପାଖରେ ବି କିଛି ନା କିଛି ଭଲ ମନ୍ଦ ଗୁଣ ଥାଏ । ତା ପାଖରେ ବି ଅଛି । ଏମିତି ନୁହେଁ କି ସେ ତା ବାପା ମାଆ ଓ ପରିବାରଙ୍କୁ ଭୁଲିଯିବ’ ।

Advertisment

ସୂଚନା ଅନୁସାରେ, ବାବୁସାନ୍-ପ୍ରକୃତି-ତୃପ୍ତି କଳି, ମୋଟ ୭ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ରାଜଧାନୀ ରାଜରାସ୍ତାରେ ବାବୁସାନ୍ ମହାନ୍ତି, ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ଘଟଣାରେ ମୋଟ ୭ ଜଣଙ୍କ ବୟାନ ରେକର୍ଡ କରିଛି ଖାରବେଳନଗର ଥାନା ପୋଲିସ । ଉଭୟ ପକ୍ଷରୁ କରାଯାଇଥିବା ୨ଟି ମାମଲାରେ ପୋଲିସ ବୟାନ ରେକର୍ଡ କରିଛି ।

ଅପରାଜିତା ମହାନ୍ତି, ତୃପ୍ତି ଶତପଥୀ, ଲଳିତ ଶତପଥୀ, ମାଉସୀ ସଙ୍ଗୀତା ପ୍ରହରାଜ, ମଉସା ଅଶୋକ ପ୍ରହରାଜଙ୍କ ବୟାନ ରେକର୍ଡ କରାଯାଇଛି । ସେହିପରି ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ଓ ମାଆ କୃଷ୍ଣାପ୍ରିୟା ମିଶ୍ରଙ୍କ ବୟାନ ରେକର୍ଡ କରାଯାଇଛି। ତୃପ୍ତିଙ୍କ ଏତଲା ଆଧାରରେ ବାବୁସାନ ଓ ପ୍ରକୃତିଙ୍କୁ ପକ୍ଷ ରଖିବାକୁ କୁହାଯାଇଛି।

Aparajita Mohanty Babushan Prakruti Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ