Advertisment

ସ୍କୁଲ୍‌ ପିଲାଙ୍କୁ ନିର୍ଘାତ ପିଟିବା ପରେ ଭୁଲ୍‌ ମାଗିଲେ ସାର୍‌

ଦଣ୍ଡମୁକ୍ତ ଅଞ୍ଚଳ ସ୍କୁଲରେ ପିଲାଙ୍କୁ ନିର୍ଘାତ ପିଟି ନୋଳା ଫଟାଇ ଦେଲେ କଟକ ନୂଆଗଡ଼ା ୟୁପି ସ୍କୁଲର ଶିକ୍ଷକ....

Odisha Teacher Thrashes Students

Odisha Teacher Thrashes Students

Advertisment

ସ୍କୁଲ ପିଲାଙ୍କୁ ସାର୍‌ଙ୍କ ନିର୍ଘାତ ମାଡ଼ । ଏମିତି ନିର୍ଦ୍ଦୟ ହୋଇ ପିଟିଛନ୍ତି ଯେ, ପିଲାଙ୍କ ଦେହରେ ଚିହ୍ନ ରହି ଯାଇଛି । ଏହାସହ ପିଲାଙ୍କ ନୋଳା ଫାଟି ଯାଇଛି । କଟକ ଜିଲ୍ଲା ନରସିଂହପୁର ଥାନା ନୂଆଗଡ଼ ୟୁପି ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । କିଛି ନ ଦେଖି ବାଡ଼ିରେ ଆଖିବୁଜା ପିଟିଥିବାର ଅଭିଯୋଗ କରିଛନ୍ତି ପିଲେ ।

Advertisment

ଅଭିଯୋଗ ଅନୁଯାୟୀ, ସାର୍ ମାଧବ ରାଉଳ ସ୍କୁଲରେ ଶୋଇଥିଲେ । ସେହି ସମୟରେ ପିଲମାନେ ଶୌଚ ଯିବା ପାଇଁ କୁଆଡ଼େ ଏହି ପିଲମାନେ ଅନୁମତି ମାଗିଥିଲେ । ସାର୍ ହଁ ବି କହିଥିଲେ । କିନ୍ତୁ ପିଲାମାନେ ଫେରିବା ପରେ ହଠାତ୍‌ ସାର୍‌ଙ୍କ ରାଗ ପଞ୍ଚମକୁ ଉଠିଥିଲା । ତା ପରେ ଜଣେ ପରେ ଜଣେ ଏମିତି ୫ ଜଣଙ୍କୁ ବାଡ଼ିରେ ନିର୍ଘାତ ପିଟିଥିଲେ ସାର୍‌ ।

ଏଥିପାଇଁ ଅବଶ୍ୟ ପରେ ସେ ଭୁଲ ମାଗିଛନ୍ତି । ଏହାର ପୁନରାବୃତ୍ତି ହେବନାହିଁ ବୋଲି କହିଛନ୍ତି । ଶିକ୍ଷକ ଜଣକ ପିଲାଙ୍କୁ ବାଡ଼ିରେ ପିଟିବା ଖବର ପାଇବା ପରେ ବିଇଓ ସ୍କୁଲକୁ ଆସି ତଦନ୍ତ କରିଛନ୍ତି । ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଅଭିଭାବକମାନେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ତାଙ୍କଠାରୁ ଏକ ଅଣ୍ଡରଟେକିଂ ଲେଖାଇ ଏହାର ସମାଧାନ କରାଯାଇଥିବା ବିଇଓ କହିଛନ୍ତି ।

Advertisment
UP School In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ