Advertisment

ୟୁକ୍ରେନ୍‌ରେ ସ୍ଥିତି ଅସମ୍ଭାଳ: ଏଣେ ପିଲା କେବେ ଫେରିବେ ଚିନ୍ତାରେ ବାପା ମାଆ

ଆମେ କହୁଛୁ ଯୁଦ୍ଧ ଭୂଇଁରେ ଫସିଥିବା ସେଇସବୁ ପିଲାଙ୍କ ବାପା-ମାଆଙ୍କ କଥା, ପରିବାରର କଥା ଏବଂ ସେଇ ପିଲାଙ୍କ କଥା । ୟୁକ୍ରେନ୍ ଉପରେ ଋଷ ଆକ୍ରମଣକୁ ୮ ଦିନ ହେଇଗଲାଣି ।

ଅଦ୍ୟତନ ହୋଇଛି
Indian Student Stucked

Indian Student Stucked

Advertisment

ଧନ ମୋ କେମିତି ଅଛୁ? ହଁ ଆମେ କହୁଛୁ, ସେଇ ସବୁ ମାଆ-ବାପାଙ୍କ କଥା, ଯେଉଁମାନଙ୍କ ପିଲାମାନେ ଡାକ୍ତରୀ, ଇଞ୍ଜିନିୟରିଂ ପଢ଼ିବାକୁ ୟୁକ୍ରେନ୍‌ ଯାଇଛନ୍ତି । ଏବେ ପିଲା ଯୁଦ୍ଧତ୍ରସ୍ତ ୟୁକ୍ରେନ୍‌ରେ ଫସିଛନ୍ତି । ସେ ଖାର୍କିଭ୍ ହେଉ କି କିବ୍, ଓଡ଼େଶା ହେଉକି ଖେରସନ୍, ଯିଏ ଯେଉଁଠି ବି ଅଛନ୍ତି । ପ୍ରତିମୂହୁର୍ତ୍ତରେ ଆକାଶରୁ ଖସୁଥିବା ଯୁଦ୍ଧର ଗୋଳାରୁ ବର୍ତ୍ତିବାକୁ ବଙ୍କରରେ ଲୁଚିଛନ୍ତି । ରକେଟ୍, ମୋର୍ଟାର, ମିଜାଇଲ୍ ଆଉ ଘନ ଘନ ବୋମାର ବର୍ଷାଠୁ ଦୁରେଇ ସୁରକ୍ଷିତ ଜାଗାଟିଏ ଖୋଜିବାକୁ ମାଇଲ୍ ମାଇଲ୍ ବାଟ ଚାଲୁଛନ୍ତି, ଭୋକ ଉପାସରେ ସହର ସହର ବୁଲି ମୁଣ୍ଡ ଉପରେ ଭଲ ଆକାଶଟିଏ ଖୋଜୁଛନ୍ତି ।

Advertisment

ଆମେ କହୁଛୁ ଯୁଦ୍ଧ ଭୂଇଁରେ ଫସିଥିବା ସେଇସବୁ ପିଲାଙ୍କ ବାପା-ମାଆଙ୍କ କଥା, ପରିବାରର କଥା ଏବଂ ସେଇ ପିଲାଙ୍କ କଥା । ୟୁକ୍ରେନ୍ ଉପରେ ଋଷ ଆକ୍ରମଣକୁ ୮ ଦିନ ହେଇଗଲାଣି । ଯେଉଁମାନେ ମୃତ୍ୟୁର ମୁହଁରୁ ଫେରି ଆସିଛନ୍ତି ବା ଆସୁଛନ୍ତି, ସେମାନଙ୍କ କଥା ଅଲଗା କିନ୍ତୁ ଭାରତ ସରକାରଙ୍କ ସକଳ ଚେଷ୍ଚା ସତ୍ତ୍ୱେ ଯେଉଁମାନେ ଏବେ ବି ଫସିଛନ୍ତି, ସେମାନେ କେମିତି ଅଛନ୍ତି, କଣ ଖାଉଛନ୍ତି, କେଉଁ ପରିସ୍ଥିତିରେ ଅଛନ୍ତି, କେମିତି ସୁରକ୍ଷିତ ଫେରିବେ? ସେଇ ଚିନ୍ତା ଘାରୁଛି ।

କାହିଁକିନା ୟୁକ୍ରେନ୍‌କୁ ନେଇ ଆଉ କିଛି ଭଲ ଖବର ଆସୁନି, ଏହାରି ଭିତରେ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବାର ଦେଖିବାକୁ ମିଳୁଛି। କେତେବେଳେ ତୃତୀୟ ବିଶ୍ୱଯୁଦ୍ଧ ତ ପୁଣି କେତେବେଳେ ଆଣବିକ ଯୁଦ୍ଧର ଧମକ । ଆଉ ଆଶଙ୍କା ବି ଗ୍ରାସୁଛି ।

Advertisment
Ukraine Russia War Indian Stucked In Ukraine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ