ୟୁକ୍ରେନ୍‌ରେ ଫସିଛି ଅଲିଅଳି ଝିଅ : ଉଦ୍ଧାର କରିବାକୁ ଗୁହାରୀ କରୁଛି ମା’

କଳାହାଣ୍ଡି ଜିଲ୍ଲା ଭବାନୀପଟଣା ସହରର ଡାକ୍ତରୀ ଛାତ୍ରୀ ଜ୍ୟୋତିର୍ମୟୀ ।  ଭଗବାନ ଦାସ ଓ ସଞ୍ଜୁଲତା ଦାସଙ୍କ ଏକମାତ୍ର ଝିଅ । ଜ୍ୟୋତିର୍ମୟୀ ୟୁକ୍ରେନର କାରକିଭ ନ୍ୟାସନାଲ୍ ୟୁନିଭର୍ସିଟି ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ।

ଝିଅ ବଞ୍ଚାଇବାକୁ ମା’ର ନିବେଦନ

‘ ମା ମୋତେ ଏଠୁ ରକ୍ଷା କର । ଯୁଦ୍ଧ ଭିତରେ ଜୀବନ ରହିବ କି ନାହିଁ ଜାଣିନି । ମୋତେ କୌଣସି ମତେ ଏଠାରୁ ଉଦ୍ଧାର କରି ନେଇଯାଅ ବୋଲି କହୁଛି । ମୁଁ ମା’ ହୋଇ ମୋ ପିଲା ପାଇଁ କିଛି କରିପାରୁନି । ସାଙ୍ଗସାଥୀ ସହିତ ଝିଅ ୟୁକ୍ରେନ୍‌ ମଟ୍ରୋରେ ଲୁଚିଛନ୍ତି । ସକାଳୁ ସନ୍ଧ୍ୟା ସବୁବେଳେ ବୋମାମାଡ଼ ଚାଲିଛି । ଏହାରି ଭିତରେ ଝିଅକୁ ଉଦ୍ଧାର କରିବାକୁ ମା’ କାନ୍ଦି କାନ୍ଦି ଗୁହାରୀ କରୁଛି । ରାଜ୍ୟ ସରକାର ହୁଅନ୍ତୁ କିମ୍ବା କେନ୍ଦ୍ର ସରକାର ସାହାଯ୍ୟ କରନ୍ତୁ ବୋଲି ନିବେଦନ କରିଛନ୍ତି । ’

କଳାହାଣ୍ଡି ଜିଲ୍ଲା ଭବାନୀପଟଣା ସହରର ଡାକ୍ତରୀ ଛାତ୍ରୀ ଜ୍ୟୋତିର୍ମୟୀ ।  ଭଗବାନ ଦାସ ଓ ସଞ୍ଜୁଲତା ଦାସଙ୍କ ଏକମାତ୍ର ଝିଅ । ଜ୍ୟୋତିର୍ମୟୀ ୟୁକ୍ରେନର ଖାରକିଭ ନ୍ୟାସନାଲ୍ ୟୁନିଭର୍ସିଟି ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ । ଡାକ୍ତରୀ ପାଠ ପଢ଼ିବା ପାଇଁ ବିଦେଶ ଯାଇଛନ୍ତି । ଏବେ ସେଠାରେ ରହି ପଢୁଥିବା ବେଳେ ୟୁକ୍ରେନ-ରୁଷିଆ ଯୁଦ୍ଧ ପାଇଁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ବାରମ୍ବାର ତାଙ୍କ ରହୁଥିବା ଚାରିଆଡେ ବୋମା ବିସ୍ଫୋରଣ ଘଟୁଛି । ପ୍ରତି ମୁହୂର୍ତ୍ତରେ ବିପଦ ରହିଛି ।

ୟୁନିଭର୍ସିଟି କର୍ତ୍ତୃପକ୍ଷଙ୍କ ସହାୟତାରେ ସେ ବର୍ତ୍ତମାନ ବଙ୍କର ମଧ୍ୟରେ ରହିଛନ୍ତି । ଝିଅ ସହିତ ସେମାନେ ମୋବାଇଲ୍ ଫୋନରେ ଭିଡିଓ କଲିଙ୍ଗ ଜରିଆରେ କଥା ହୋଇ ପାରୁଛନ୍ତି ବାପାମା’ । ଏତେ ଦିନ ହେଲା ମେଟ୍ରୋରେ ରହିବା କାରଣରୁ ଖାଇବା ରହିବାରେ ଧୀରେ ଧୀରେ ସମସ୍ୟା ସୃଷ୍ଟି ହେଲାଣି । କିପରି ସୁରକ୍ଷିତ ଭାବେ ଦେଶକୁ ଫେରିବେ ଏନେଇ ପୂରା ପରିବାର ଚିନ୍ତାରେ ଅଛନ୍ତି ।  ତେବେ ଝିଅକୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କୁ ଉଭୟ ବାପା ମା ଅନୁରୋଧ କରିଛନ୍ତି।