Advertisment

ଏଣିକି ଗାଡ଼ିରେ ଲୋକେସନ ଟ୍ରାକିଂ ଡିଭାଇସ୍‌ ଓ ପାନିକ ବଟନ୍ ବାଧ୍ୟତାମୂଳକ, ନଚେତ୍‌ ହୋଇପାରେ ଏମିତି ଅସୁବିଧା...

ଭେଇକିଲ୍‌ ଲୋକେସନ ଟ୍ରାକିଂ ଡିଭାଇସ୍‌ ଓ ପାନିକ ବଟନ୍ ବାଧ୍ୟତାମୂଳକ ନେଇ STA ପବ୍ଲିକ୍‌ ନୋଟିସ ଜାରି କରିଛି।

ଅଦ୍ୟତନ ହୋଇଛି
Odisha STA issues public notice for fitment of VLTD and panic buttons in vehicles

Odisha STA issues public notice for fitment of VLTD and panic buttons in vehicles

Advertisment

ଭେଇକିଲ୍‌ ଲୋକେସନ ଟ୍ରାକିଂ ଡିଭାଇସ୍‌(VLTD) ଓ ପାନିକ ବଟନ୍ ବାଧ୍ୟତାମୂଳକ ନେଇ ରାଜ୍ୟ ପରିବହନ ପ୍ରାଧିକରଣ(STA) ପବ୍ଲିକ୍‌ ନୋଟିସ ଜାରି କରିଛି। ଦୁଇ ଚକିଆ, ରିକ୍ସା ଓ ତିନି ଚକିଆକୁ ଛାଡ଼ି ସମସ୍ତ ଯାତ୍ରୀ ପରିବହନକାରୀ ଯାନ, ନ୍ୟାସନାଲ ପରମିଟ ଥିବା ମାଲବାହୀ ଗାଡ଼ି, ଆମ୍ବୁଲାନ୍ସ ଓ କ୍ଷତିକାରକ ତଥା ବିସ୍ଫୋରକ ସାମଗ୍ରୀ ପରିବହନ କରୁଥିବା ଗାଡ଼ି ପାଇଁ ଏହି ନିୟମ ଲାଗୁ ହେବ।

Advertisment

ଅକ୍ଟୋବର ୧ରୁ ପଞ୍ଜୀକରଣ ହେବାକୁ ଥିବା ଏସବୁ ବର୍ଗର ନୂଆ ଗାଡ଼ିରେ ପଞ୍ଜୀକରଣ ସମୟରେ ହିଁ ଲାଗିବ VLTD ଓ ପାନିକ ବଟନ୍। ନୂଆ ବର୍ଷରୁ ଅର୍ଥାତ୍ ୨୦୨୪ ଜାନୁଆରୀ ପହିଲାରୁ ଏସବୁ ବର୍ଗର ସମସ୍ତ ପୁରୁଣା ଗାଡ଼ି ପାଇଁ VLTD ଓ ପାନିକ ବଟନ୍ ବାଧ୍ୟତାମୂଳକ କରାଯିବ।

ତେଣୁ ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ରାଜ୍ୟରେ ଥିବା ଏସବୁ ବର୍ଗର ପୁରୁଣା ଗାଡ଼ିରେ VLTD ଓ ପାନିକ ବଟନ୍ ଲଗାଇବାକୁ STA ପରାମର୍ଶ ଦେଇଛି। ନଚେତ୍ ଆଗକୁ ଏଭଳି ଗାଡ଼ିର ମାଲିକମାନେ ଫିଟନେସ୍‌ ସାର୍ଟିଫିକେଟ, ମାଲିକାନା ପରିବର୍ତ୍ତନ, ପରମିଟ ପାଇବେ ନାହିଁ ବୋଲି STA ଚେତାଇ ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ