Satakadi hota
ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ । ଭୁବନେଶ୍ୱରରେ ୯୫ ବର୍ଷ ବୟସରେ ପରଲୋକ । ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ ସାତକଡ଼ି ହୋତା । ଏହା ସହ ଦୈନିକ ଖବରକାଗଜ 'ସମୟ'ର ମଧ୍ୟ ସଂପାଦକ ଥିଲେ ସାତକଡ଼ି ।
ସାତକଡ଼ି ହୋତାଙ୍କର ଜନ୍ମ ୧୯୩୦ ମସିହାରେ ହୋଇଥିଲା । ସେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଜଣେ ସାହିତ୍ୟିକ ତଥା ସମ୍ପାଦକ ଥିଲେ । ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ ଓ ଆତ୍ମଜୀବନୀ ଆଦି ବିଭିନ୍ନ କ୍ଷେତ୍ରରେ ସେ ନିଜର ପରାକାଷ୍ଠା ଦେଖାଇଛନ୍ତି ।
ସାତକଡ଼ିଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ବହି ପ୍ରକାଶିତ ହୋଇସାରିଛି । ୧୯୬୭ରେ ତାଙ୍କର ପ୍ରଥମ ଉପନ୍ୟାସ "ବ୍ୟାକୁଳ ହୃଦୟ" ଓ ୧୯୭୧ରେ ପ୍ରଥମ ଗପ ପ୍ରକାଶ ପାଇଥିଲା । ତାଙ୍କ ବିୟୋଗରେ ସାହିତ୍ୟ ମହଲରେ ଶୋକର ଛାୟା ଖେଳି ଯାଇଛି । ୧୯୮୫ମସିହାରେ "ଭୁବନେଶ୍ୱର ପୁସ୍ତକ ମେଳା" ଆରମ୍ଭ କରିବାରେ ସେ ଥିଲେ ଅନ୍ୟତମ ଉଦ୍ୟୋକ୍ତା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707638428.jpg)