Advertisment

ଡେନମାର୍କରେ ଓଡ଼ିଶା ପଟ୍ଟଚିତ୍ରକୁ ନେଇ ଚର୍ଚ୍ଚାରେ ପୁରୀ ରଘୁରାଜପୁରର ଭାସ୍କର ମହାପାତ୍ର

ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡିକ୍ସନ୍‌ଙ୍କ ବାସଭବନର ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ଶୋଭା ପାଉଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଅଦ୍ୟତନ ହୋଇଛି
Odisha’s Pattachitra

Odisha’s Pattachitra

Advertisment

ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଥିବା ଓଡ଼ିଶାର ପଟ୍ଟଚିତ୍ରକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ପଟ୍ଟଚିତ୍ରକୁ ତିଆରି କରିଛନ୍ତି ପୁରୀ ରଘୁରାଜପୁରର ଭାସ୍କର ମହାପାତ୍ର । ଡେନମାର୍କ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡିକ୍ସନଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ତାଙ୍କ ବାସଭବନରେ ଲାଗିଥିବା ପ୍ରଭୁ ଶ୍ରୀରାମଙ୍କ ଦରବାର ବିଷୟରେ ବର୍ଣ୍ଣିତ ଓଡ଼ିଶାର ପଟ୍ଟଚିତ୍ରକୁ ମୋଦିଙ୍କୁ ଦେଖାଇଥିଲେ ଫ୍ରେଡିକ୍ସନ । ପୂର୍ବରୁ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହି ପଟ୍ଟଚିତ୍ରକୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ ।

Advertisment

ତେବେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡିକ୍ସନ୍‌ଙ୍କ ବାସଭବନର ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ଶୋଭା ପାଉଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଓଡ଼ିଶାର ଅନନ୍ୟ ପାରମ୍ପରିକ କଳାର ସମ୍ଭାର ଥିବା ପଟ୍ଟଚିତ୍ରକୁ ବିଶ୍ୱ ଦରବାରରେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚାଇଥିବାରୁ ଓଡ଼ିଶା ଗର୍ବିତ ବୋଲି ଉଭୟ ନେତା ଟ୍ୱିଟ୍ କରି କହିଛନ୍ତି। ଉଭୟ ନେତା ନିଜର ଟ୍ୱିଟ୍ ମାଧ୍ୟମରେ ଏହି ଫଟୋକୁ ସେୟାର କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ତାଙ୍କ ଟ୍ୱିଟରେ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଲାଗିଥିବା ପଟ୍ଟଚିତ୍ର ପାଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଉଥିବାର ଏକ ଫଟୋଚିତ୍ରକୁ ମଧ୍ୟ ସେୟାର କରିଛନ୍ତି । ଏହାସହିତ ଓଡ଼ିଶା ପଟ୍ଟଚିତ୍ର ସମ୍ପର୍କିତ ଏକ ମାନପତ୍ରକୁ ମଧ୍ୟ ଟ୍ୱିଟ୍ କରି ଓଡ଼ିଶାର କଳା ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବାରୁ ଶ୍ରୀଯୁକ୍ତ ପଣ୍ଡା ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Advertisment

Denmark Odisha’s Pattachitra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ