Advertisment

ପୁଅ ଫସିଛି ୟୁକ୍ରେନ୍‌ରେ, ଉଦ୍ଧାର ପାଇଁ ଭୋ ଭୋ ହୋଇ କାନ୍ଦୁଛି ମାଆ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରେ ଏବେ ଚିନ୍ତାରେ ପଡିଛନ୍ତି ୟୁକ୍ରେନରେ ରହୁଥିବା ଲୋକଙ୍କ ସଂପର୍କୀୟ । ୟୁକ୍ରେନରେ ଫସିଥିବା ଭାରତୀୟ ଭିତରେ ରହିଛନ୍ତି ସୋନପୁର ସହରର ଜଣେ ମେଡିକାଲ ଛାତ୍ର ।

ଅଦ୍ୟତନ ହୋଇଛି
Sonepur Boy Stuck

Sonepur Boy Stuck

Advertisment

ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଏବଂ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Advertisment

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରେ ଏବେ ଚିନ୍ତାରେ ପଡିଛନ୍ତି ୟୁକ୍ରେନରେ ରହୁଥିବା ଲୋକଙ୍କ ସଂପର୍କୀୟ । ୟୁକ୍ରେନରେ ଫସିଥିବା ଭାରତୀୟ ଭିତରେ ରହିଛନ୍ତି ସୋନପୁର ସହରର ଜଣେ ମେଡିକାଲ ଛାତ୍ର । ସୋନପୁର ସହର ରାଜ କଲେଜ ନିକଟରେ ରହୁଥିବା ଦିଲ୍ଲିପ ବିଶି ଏବଂ ନନ୍ଦିନି ବିଶିଙ୍କ ବଡ ପୁଅ ଅଶିଷ କୁମାର ବିଶି ଗତ ୬ ବର୍ଷ ହେଲା ୟୁକ୍ରେନର ଖାରଖିପ ୟୁନିଭରସିଟିରେ ମେଡିକାଲ ପଢୁଛନ୍ତି । ଚଳିତ ବର୍ଷ ତାଙ୍କର ମେଡିକାଲ ପାଠର ଶେଷ ବର୍ଷ ବୋଲି ମା ନନ୍ଦିନି ବିଶି କହିଛନ୍ତି ।

ଲଗାତାର ଦୁଇ ଦିନ ଯୁଦ୍ଧ ପରେ ଚିନ୍ତାରେ ପଡିଯାଇଛନ୍ତି ଆଶିଷଙ୍କ ପରିବାର ଲୋକ । ସେପଟେ ୟୁକ୍ରେନରେ ଥିବା ଆଶିଷ ମଧ୍ୟ ଚିନ୍ତାରେ ଅଛନ୍ତି । ତୁରନ୍ତ ଭାରତ ସରକାର ସେଇଠୁ ସୁରକ୍ଷିତ ଭାବେ ସେମାନଙ୍କୁ ଭାରତ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି ଆଶିଷ । ଏନେଇ ଆଶିଷଙ୍କ ବାପା ମାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଓଟିଭି ସୁବର୍ଣ୍ଣପୁର ପ୍ରତିନିଧି ରବୀନ୍ଦ୍ର ହୋତା ।

Advertisment

ଆଶିଷ ଭିଡିଓ କଲ୍‌ରେ କହିଛନ୍ତି ଯେ, “ଆଜି ସକାଳ ୫ ଟାରୁ ଆଟାକ ଆରମ୍ଭ ହୋଇଯାଇଛି, ସକାଳେ ଏକ ଭୀଷଣ ବଡ ବମ୍‌ବ୍ଲାଷ୍ଟ ହୋଇଥିଲା, ଯାହାକି ଖାରକିଭ୍‌ ସହରର ସମସ୍ତଙ୍କ ନିଦ ହଜାଇ ଦେଇଥିଲା । ଭାରତୀୟ ଦୂତବାସ ଆମକୁ ୧୦ ଦିନ ହେବ ସଚେତନ କରାଉଛି କି ୟୁକ୍ରେନ୍‌-ଋଷିଆ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଯଥା ଶୀଘ୍ର ଆମକୁ ଇଭାକୁଏସନ୍‌ କରାଯିବ ବୋଲି କୁହାଯାଉଥିଲେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ । ଭାରତୀୟ ଦୂତବାସ ତରଫରୁ କୁହାଯାଉନାହିଁ କି ଆମକୁ ଫ୍ଲାଇଟ୍‌ ମାଧ୍ୟମରେ ନିଆଯିବ ବା ବାଏ ରୋଡ୍‌ ନିଆଯିବ, ଖାଲି କୁହାଯାଉଛି ତ ଆଲୋଚନା ଚାଲିଛି । ଏଠାରେ ଥିବା ଲୋକମାନେ ଓ ଛାତ୍ରଛାତ୍ରୀମାନେ ରାତି ମେଟ୍ରୋ ଓ ଅଣ୍ତରଗ୍ରାଉଣ୍ତ ବଙ୍କର ଭିତରେ ବିତାଉଛନ୍ତି। ଆମେ ଗୁହାରି କରୁଛୁ କି ଭାରତୀୟ ଦୂତବାସ ଓ ଭାରତୀୟ ସରକାର ଯଥା ଶୀଘ୍ର ଏଠାରୁ ଆମକୁ ଉଦ୍ଧାର କରନ୍ତୁ।"

ୟୁକ୍ରେନ ସୁପର ମାର୍କେଟର ଚିତ୍ର ଦେଖାଇଛନ୍ତି ଓଡ଼ିଆ ପୁଅ ଆଶିଷ । ସେଠାରେ କେମିତି ଭିଡ଼ ହୋଇଛି ଏବଂ ଲୋକେ କେମିତି ଲାଇନ୍ ରେ ଛିଡ଼ା ହୋଇ ଜରୁରୀ ସାମଗ୍ରୀ କିଣୁଛନ୍ତି ସେ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆଗରୁ ଏଠାରେ ସାମଗ୍ରୀ କିଣିବା ପାଇଁ ବହୁତ କମ୍ ସମୟ ଲାଗୁଥିବା ବେଳେ ଏବେ ଯୁଦ୍ଧ ପାଇଁ ୨ ରୁ ୩ ଘଣ୍ଟା ସମୟ ଲାଗୁଛି। ତେବେ ଲୋକେ ବହୁତ ଭୟଭୀତ ରହିଛନ୍ତି।

Advertisment
Ukraine Russia War Sonepur Boy Stuck
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ