Advertisment

ଅକ୍ଷମ କରିପାରିଲାନି ପୋଲିଓ ବେଡି : ଜାତୀୟ ଭାରୋତ୍ତୋଳନରେ ଏକାଧିକ ପଦକ ଜିତିଲେ ଦିବ୍ୟାଙ୍ଗ

ଏତେ ସଫଳତା ପରେ ବି ସରକାରୀ ସହାୟତା ଶୂନ

 para-athelete

para-athelete

Advertisment

ଚାଲି ଶିଖିବା ବୟସରେ ଗୋଡରେ ପଡିଗଲା ପୋଲିଓର ବେଡି। ଅଚଳ ହୋଇଗଲା ଗୋଡ। ହେଲେ ମନ କିନ୍ତୁ ଥିଲା ଭାରି ଚଂଚଳ। ଆଉ ଇଛାଶକ୍ତି ପାହାଡ ଭଳି ଉଚ୍ଚ, ଶକ୍ତ। ସେଥିପାଇଁ ତ ତାଙ୍କୁ ଅଟକାଇପାରିନଥିଲା ଅକ୍ଷମତା। ଯାଜପୁର ବାଲିଚନ୍ଦ୍ରପୁର ପଂଚାୟତ ନାନପୁର ପାଟଣା ଗାଁର ଦିବ୍ୟାଙ୍ଗ ଯୁବକ ଜ୍ଞାନରଂଜନ। ଘରେ ଗଦା ଗଦା ମେଡାଲ। ଜିଲ୍ଲାରୁ ଜାତୀୟ ସ୍ତର ଯାଏଁ ଭାରତ୍ତୋଳନ ପ୍ରତିଯୋଗିତାରେ ତାଙ୍କୁ ମିଳିଛି ଏସବୁ ପଦକ। ସୁଇମିଂ କମ୍ପିଟିସନରେ ବି ମିଳିଛି ଏକାଧିକ ମେଡାଲ। ବଡ କଥା ହେଉଛି ଦିବ୍ୟାଙ୍ଗ ହେଲେ ମଧ୍ୟ ସାଧାରଣ ବର୍ଗରେ ଭାଗ ନେଇ ଏତେସବୁ ମେଡାଲ ଜିତିଛନ୍ତି ଜ୍ଞାନରଂଜନ ।

Advertisment

ରାତି ପାହିଲେ ତାଙ୍କର ଆରମ୍ଭ ହୁଏ ଜିମରେ କସରତ । ନିଜେ ଘଂଟା ଘଂଟା ଝାଳ ବୁହାନ୍ତି। ପରେ ପିଲାଙ୍କୁ ମାଗଣା ଟ୍ରେନିଂ ବି ଦିଅନ୍ତି।.. ଏହାପରେ ଆରମ୍ଭ ହୁଏ ଜ୍ଞାନରଂଜନଙ୍କ ଅସଲ ସଂଘର୍ଷ ,ଯାହାପାଇଁ ସେ ଏତେ ବାଟ ଆସିଛନ୍ତି। ବାଲିଚନ୍ଦ୍ରପୁର ବଜାରରେ ରହିଛି ତାଙ୍କର ଏକ ପାନ ଦୋକାନ। ଜିମ୍ କାମ ସାରି ସାରା ଦିନ ପାନ ଦୋକାନରେ ବସନ୍ତି। ଏଥିରୁ ଯାହା ରୋଜଗାର ହୁଏ, ସେଥିରେ ଘର ଚଳେ। ଏପରିକି ପାଖ ପଡୋଶୀ ଚାନ୍ଦା କରି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଜ୍ଞାନରଂଜନଙ୍କୁ ସହଯୋଗ କରନ୍ତି।

ଏତେସବୁ ସୱେ କିନ୍ତୁ ଜିଲ୍ଲା ପ୍ରଶାସନ କି ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ କେବେ କିଛି ସହାୟତା ମିଳିନି। ଦୃଢ ଇଛାଶକ୍ତି ଏବଂ କଠୋର ପରିଶ୍ରମ ବଳରେ ସବୁ କିଛି ସମ୍ଭବ । ଯାହାକୁ ଅକ୍ଷରେ ଅକ୍ଷରେ କରି ଦେଖାଇଛନ୍ତି ଜ୍ଞାନ ରଂଜନ ଏବଂ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ