Advertisment

ହାର୍ ମାନିଛି ବୟସ, ହାରି ନାହାନ୍ତି ମାଳତୀ ମାଉସୀ

ଇଚ୍ଛା ଶକ୍ତି ଆଗରେ ହାର୍ ମାନିଛି ବୟସ, ୯୫ ବର୍ଷ ହେଲାଣି କିନ୍ତୁ ନିଜେ ଏବେ ବି ସ୍ୱାବଲମ୍ବୀ ଅଛନ୍ତି ମାଳତୀ ମାଉସୀ

ଅଦ୍ୟତନ ହୋଇଛି
Handicraft

Handicraft

Advertisment

କଟକ: ବୟସର ଅପରାହ୍ନରେ ବୁଢ଼ୀ ମାଉସୀ ପୂରା ଫିଟ୍‌ ଅଛନ୍ତି। କେବଳ ଯେ ଫିଟ୍‌ ଅଛନ୍ତି ତାହା ନୁହେଁ ବରଂ ସେ ଏମିତି କାମ କରୁଛନ୍ତି ଯାହାକୁ ଦେଖିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ। ୯୫ ବର୍ଷ ବୟସରେ ବି ପୁରା ଫିଟ୍ ଓ ବିନ୍ଦାସ ଅଛନ୍ତି ମାଳତୀ ମାଉସୀ। ଏହି ବୟସରେ ମଧ୍ୟ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ।

Advertisment

କଟକ ବିଡାନାସୀ ଅଞ୍ଚଳର ମାଳତି ଦେବୀଙ୍କୁ ନେଇ ବଢୁଛି ଚର୍ଚ୍ଚା। ଅଦରକାରୀ ଜିନିଷରେ ତିଆରି କରୁଛନ୍ତି ଭଳି କି ଭଳି ସାମଗ୍ରୀ । କଣ୍ଢେଇ ଠାରୁ ଆରମ୍ଭ କରି ପାପୋଛ୍ , ଘର ସାଜସଜ୍ଜା ପାଇଁ ମଧ୍ୟ ସାମଗ୍ରୀ ମଧ୍ୟ ତିଆରି କରୁଛନ୍ତି ମାଳତୀ। କେବଳ ସେତିକି ନୁହେଁ ହାରମୋନିୟମ ବଜାଇ ଗୀତ ମଧ୍ୟ ଗାଉଛନ୍ତି ମାଳତୀ ଦେବୀ। ଏହାସହ ଚିତ୍ର ଆଙ୍କୁଛନ୍ତି , ହାତ ଥରୁଥିଲେ ମଧ୍ୟ ଚିତ୍ର ଆଙ୍କି ପାରୁଛନ୍ତି ମାଳତୀ। ଏ ବୟସରେ ମଧ୍ୟ ସେ ଅନ୍ୟର ସାହାଯ୍ୟ ନ ନେଇ ନିଜ କାମ ନିଜେ କରିପାରନ୍ତି । ମାଳତୀ ଦେବୀଙ୍କ ଜନ୍ମ ୧୯୨୬ ମସିହାରେ କଟକ ଚାନ୍ଦିନୀଚୌକରେ ହୋଇଥିଲା।

ଚାନ୍ଦିନୀଚୌକ ପ୍ରାଥମିକ ସ୍କୁଲରେ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଡିଛନ୍ତି। ପୁଅ ଓ ଦୁଇ ଝିଅ ତାଙ୍କର ଅଛନ୍ତି। ଦୀର୍ଘ ବର୍ଷ ହେବ ସ୍ୱାମୀଙ୍କ ଦେହାନ୍ତ ହୋଇସାରିଛି। ଅଭାବ, ଅନଟନ ମଧ୍ୟରେ ଭାଙ୍ଗି ନ ପଡି ମନୋବଳ ଦୃଢ କଲେ ସବୁକିଛି ସମ୍ଭବ ବୋଲି କହିଛନ୍ତି ମାଳତୀ ଦେବ। ତେବେ ମାଳତୀ କହିଛନ୍ତି ଯେ, ବୟସ ମୋ କାମରେ ବାଧା ସୃଷ୍ଟି କରିନାହିଁ। ନିଜର ଇଚ୍ଛାଶକ୍ତରି ଥିଲେ ଆମେ କିଛି ବି କରିପାରିବା ବୋଲି ସେ କହିଛନ୍ତି।

Advertisment
Handicraft
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ