Advertisment

ଗାଡ଼ିରେ ଲାଗିବ ପ୍ୟାନିକ୍ ବଟନ୍: ଜାନୁଆରୀ ପହିଲାରୁ ବାଧ୍ୟତାମୂଳକ

କୌଣସି ପ୍ରକାର ଅସୁବିଧା କିମ୍ବା ଅସମୟରେ ଏହି ବଟନ୍ ଚିପିଲେ ତୁରନ୍ତ ଗାଡ଼ି ମାଲିକ, ନିକଟସ୍ଥ ଥାନା ଏବଂ ଅନ୍ୟ ପ୍ରାଧିକୃତ ସଂସ୍ଥା ନିକଟରେ ତୁରନ୍ତ ସୂଚନା ପହଞ୍ଚି ପାରିବ।

ଅଦ୍ୟତନ ହୋଇଛି
undefined

Panic Button Mandatory

Advertisment

ରାଜ୍ୟରେ ସର୍ବସାଧାରଣ ସେବାରେ ବ୍ୟବହାର ହେଉଥିବା ଯାନବାହନଗୁଡ଼ିକରେ ଖୁବଶୀଘ୍ର ଲାଗିବ ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ ଓ ପ୍ୟାନିକ୍ ବଟନ୍। ରାସ୍ତାରେ ସୁରକ୍ଷିତ ଯାତ୍ରା ଲାଗି କେନ୍ଦ୍ର ସରକାର ୨୦୧୮ରେ ଆଣିଥିବା ଏହି ନିର୍ଦ୍ଦେଶକୁ ଏବେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ପୁରୁଣା ଗାଡ଼ି ମାଲିକଙ୍କ ପାଇଁ ଆସନ୍ତା ମାର୍ଚ୍ଚକୁ ଡେଡଲାଇନ୍ ରଖାଯାଇଥିବା ବେଳେ ଜାନୁଆରୀରୁ ସମସ୍ତ ନୂଆ ଗାଡ଼ି ଲାଗି ପଞ୍ଜୀକରଣ ବେଳେ ଏହି ନିୟମ ବାଧ୍ୟତାମୂଳକ କରାଯାଇଛି।

Advertisment

ଏଣିକି ଓଡ଼ିଶା ରେ ବି ସଡ଼କ ପଥରେ ଅଧିକ ସୁରକ୍ଷିତ ହେବ ପବ୍ଲିକ ଟ୍ରାନ୍ସପୋର୍ଟରେ ଯାତାୟତ ଓ ମାଲ ପରିବହନ। ସର୍ବସାଧାରଣ ବ୍ୟବହାର କରୁଥିବା ସବୁ ପ୍ରକାର ଗାଡ଼ିରେ ଲାଗିବ ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ। ୨୦୧୮ରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଜାରି କରିଥିବା ଏ ସମ୍ପର୍କିତ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। 

ଏହା ଅନୁସାରେ ରାସ୍ତାରେ ଗଡୁଥିବା ଦୁଇ ଚକିଆ ଓ ତିନି ଚକିଆ ଗାଡ଼ିକୁ ଛାଡ଼ି ଯାତ୍ରୀ ଓ ମାଲ ପରିବହନ କରୁଥିବା ସମସ୍ତ ସର୍ବସାଧାରଣ ସେବାରେ ବ୍ୟବହୃତ ଗାଡ଼ିରେ ବାଧ୍ୟତାମୂଳକ ହେବ ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ। ଏଥିପାଇଁ ସମସ୍ତ ପୁରୁଣା ଗାଡ଼ି ମାଲିକଙ୍କ ଲାଗି ୨୦୨୩  ମାର୍ଚ୍ଚ ଡେଡଲାଇନ୍ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ସେହିଭଳି ୨୦୨୩ ଜାନୁଆରୀ ପହିଲାରୁ ପଞ୍ଜୀକୃତ ହେବାକୁ ଥିବା ସମସ୍ତ ନୂଆ ଯାନବାହନରେ ଏହି ବ୍ୟବସ୍ଥା ଥିଲେ ହିଁ ପଞ୍ଜୀକରଣ ସମ୍ଭବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି।

Advertisment

ଏବେ ନଜର ପକାନ୍ତୁ କଣ ଏହି ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ ବ୍ୟବସ୍ଥା? ଲୋକେସନ୍ ଟ୍ରାକିଂ ଡିଭାଇସ୍ ଲାଗିବା ପରେ ଏହା ଯେ କୌଣସି ଗାଡ଼ିର ଅବସ୍ଥିତି ସମ୍ପର୍କରେ ମାଲିକ କିମ୍ବା ଅନ୍ୟ ଅଧିକୃତ ଏବଂ ପଞ୍ଜିକୃତ ଅଂଶୀଦାରଙ୍କୁ ୨୪ ଘଣ୍ଟିଆ ସୂଚନା ଦେଇପାରିବ। ସର୍ବସାଧାରଣ ଗାଡ଼ିରେ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଲାଗିବା ଦ୍ୱାରା ଗାଡ଼ି ମାଲିକ, ପୋଲିସ,ଫାୟାର, କଣ୍ଟ୍ରୋଲ ରୁମ୍, ପରିବହନ ବିଭାଗ ଏବଂ ଅନ୍ୟ ଅଧିକୃତ ସଂସ୍ଥା ଗାଡ଼ି ସମ୍ପର୍କରେ ସୂଚନା ପାଇପାରିବେ। ଫଳରେ ଚୋରି, ଅପହରଣ, ଦୁର୍ଘଟଣା କିମ୍ବା ଅନ୍ୟ ଅଘଟଣ ଘଟିଲେ କିମ୍ବା ଟ୍ୟାକ୍ସ ଫାଙ୍କି ହେଲେ ଗାଡ଼ିର ଅବସ୍ଥିତି ସମ୍ପର୍କରେ ସୂଚନା ମିଳିପାରିବ।

ସେହିଭଳି ଗାଡ଼ିରେ ପାନିକ୍ ବଟନ୍ ବାଧ୍ୟତାମୂଳକ ନିୟମ ମଧ୍ୟ ଚାଳକ ଓ ଯାତ୍ରୀଙ୍କ ସୁରକ୍ଷା ଲାଗି ଉଦ୍ଦିଷ୍ଟ। କୌଣସି ପ୍ରକାର ଅସୁବିଧା କିମ୍ବା ଅସମୟରେ ଏହି ବଟନ୍ ଚିପିଲେ ତୁରନ୍ତ ଗାଡ଼ି ମାଲିକ, ନିକଟସ୍ଥ ଥାନା ଏବଂ ଅନ୍ୟ ପ୍ରାଧିକୃତ ସଂସ୍ଥା ନିକଟରେ ତୁରନ୍ତ ସୂଚନା ପହଞ୍ଚି ପାରିବ। ଫଳରେ ରାସ୍ତାରେ ଯାତ୍ରୀ କିମ୍ବା ମାଲ ପରିବହନ ବେଳେ କୌଣସି ପ୍ରକାର ସମସ୍ୟା ସମ୍ପର୍କରେ ଏହା ସତର୍କ କରାଇବ।

Advertisment

ସାଧାରଣ ସେବାରେ ନିୟୋଜିତ ଗାଡ଼ିରେ ଲାଗିବାକୁ ଥିବା ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ, ଗାଡ଼ି ମାଲିକମାନେ ଯେ କୌଣସି ସ୍ଥାନରୁ କିଣିପାରିବେ। ତେବେ ଏହାର ମାନ କେନ୍ଦ୍ରୀୟ ମୋଟର ଯାନ ଆଇନ୍ ଅନୁସାରେ ସରକାରଙ୍କ ଦ୍ୱାରା ପ୍ରାଧିକୃତ ସଂସ୍ଥା ଦ୍ୱାରା ପରୀକ୍ଷା କରାଯିବ ପରେ ବ୍ୟବହାର କରାଯାଇପାରିବ।

Panic Button Tracking System Tracking Device
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ