Advertisment

ଭାରି ଯାନବାହନର ଫିଟ୍‌ନେସ ଅବଧିକୁ ନେଇ ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ସଡ଼କ ସୁରକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ନିୟମ ସଂଶୋଧନ କରୁଛନ୍ତି।

ଅଦ୍ୟତନ ହୋଇଛି
Heavy Vehicle

Heavy Vehicle

Advertisment

ଭାରି ଯାନବାହନର ଫିଟ୍‌ନେସକୁ ନେଇ ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ୧୫ ବର୍ଷ ପୁରୁଣା ମିଳିବ ଟେମ୍ପରାରି ପରମିଟ୍‌। ୧୫ ବର୍ଷ ପୂରଣ କରିଥିବା ବ୍ୟବସାୟିକ ବଡ଼ ଯାନକୁ ଆଉ ନବୀକରଣ ପାଇଁ ମିଳିବନି ଅନୁମତି। ଅର୍ଥାତ୍‌ ଯାନବାହନଗୁଡିକୁ ଅସ୍ଥାୟୀ ଅନୁମତି ଭାବେ ୪ ମାସ ପାଇଁ ମିଳିବ। ୨୦୨୩ ଏପ୍ରିଲ ପହିଲାରୁ ଏ ନିୟମ ଲାଗୁ ହେବା ନେଇ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଓ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। 

Advertisment

ତେବେ ସଡ଼କ ସୁରକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ନିୟମ ସଂଶୋଧନ କରୁଛନ୍ତି। ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ଚେକିଂ ଅଭିଯାନ ଆରମ୍ଭ କରାଯାଇଛି। ଆଜିଠୁ ଆସନ୍ତା ୨୭ ତାରିଖ ଯାଏଁ ହେବାକୁ ଥିବା ଏହି ସ୍ପେଶାଲ ଡ୍ରାଇଭରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟେନସ୍, ପରମିଟ, ଇନ୍‌ସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯିବ।

ଏହାରି ଭିତରେ ରାଜ୍ୟ ସରକାର ୧୫ ବର୍ଷ ପୁରୁଣା ବଡ଼ ଯାନ ପାଇଁ ଥିବା ନିୟମରେ ସଂଶୋଧନ କରିଛନ୍ତି। କାହିଁକିନା ପୂର୍ବରୁ ପରିବହନ କର୍ତ୍ତୃପକ୍ଷ ବସ୍‌ ଓ ଅନ୍ୟାନ୍ୟ ଭାରିଯାନକୁ ୫ ବର୍ଷିଆ ପରମିଟ୍ ଦେଇଥିଲେ। 

Advertisment

୨୦୨୧ ଅଗଷ୍ଟ ମାସରେ କେନ୍ଦ୍ର ସରକାରଙ୍କ ଜାତୀୟ ଅଟୋମୋବାଇଲ ସ୍କାରପେଜ୍‌ ପଲିସି ଆରମ୍ଭ କରିଛନ୍ତି। ଏହି ନୀତି କାର୍ଯ୍ୟକାରୀ ହେଲେ ସହରାଞ୍ଚଳରୁ ଯାନବାହନଜନିତ ପ୍ରଦୂଷଣକୁ ହ୍ରାସ କରାଯାଇପାରିବ। ଆସନ୍ତା ୨୦୨୩ ଏପ୍ରିଲ ପହିଲାରୁ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏଥିରେ ୧୫ ବର୍ଷ ଗାଡ଼ିଗୁଡ଼ିକର ଫିଟ୍‌ନେସ୍‌ ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଛି। ସେହିପରି ୨୦୨୪ ଜୁନ୍‌ ମାସରୁ ଅନ୍ୟାନ୍ୟ ୧୫ ବର୍ଷିଆ ଯାନବାହନଗୁଡିକର ଫିଟନେସ୍‌ ପରୀକ୍ଷା ବାଧ୍ୟତାମୂଳକ କରାଯିବ।  

Commercial Vehicle In Odisha Heavy Vehicle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ