Advertisment

ଏଣିକି ସକାଳ ୫ଟା ରୁ ରାତି ୧୦ ପର୍ଯ୍ୟନ୍ତ ଖୋଲିବ ଦୋକାନ

ସୁଧୁରୁଥିବା କରୋନା ସ୍ଥିତିକୁ ଦେଖି କୋହଳ ହେଲା କରୋନା କଟକଣା। କହିବାକୁ ଗଲେ ସେପଟେମ୍ବରରେ ଅନଲକ୍‌ ପ୍ରକ୍ରିୟାକୁ ଯାଇଛନ୍ତି ସରକାର। ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀରେ ଲାଗୁ ସପ୍ତାହନ୍ତ ସଟଡାଉନ୍‌ ଆଉ ରହିବ ନାହିଁ। ଦୋକାନବଜାର ଖୋଲିବା ସମୟକୁ ବି ବଢାଯାଇଛି । ଏଣିକି ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନବାଜର ଖୋଲା ରହିବ

NewGuideline

NewGuideline

Advertisment

ଭୁବନେଶ୍ୱର: କୋହଳ ହେଲା ଅଗଷ୍ଟ କଟକଣା, ସେପ୍ଟେମ୍ବରରେ ଅନଲକ୍‌ ପ୍ରକ୍ରିୟାକୁ ଗଲେ ରାଜ୍ୟ ସରକାର। ଏଣିକି ଆଉ ରହିବ ନାହିଁ ସପ୍ତାହନ୍ତ ସଟ୍‌ଡାଉନ୍। ସକାଳ ୫ରୁ ରାତି ୧୦ଟା ଯାଏଁ ଖୋଲାରହିବ ଦୋକାନବଜାର। ବାହାଘର, ବ୍ରତଘର, ଅନ୍ତ୍ୟେଷ୍ଟିରେ ଅତିଥି, ଆୟୋଜକ ସମେତ ୨୫୦ ଜଣ ସାମିଲ ହୋଇପାରିବେ। ସେହିପରି ସିନେମାହଲ ଓ ମଲ୍ ପାଇଁ ଥିବା କଟକଣାକୁ ବି କୋହଳ କରାଯାଇଛି। ହେଲେ ରାଜନୈତିକ, ଧାର୍ମିକ, ସାମାଜିକ, ମେଳା, ମହୋତ୍ସବ ଉପରେ ପୂର୍ବ ପରି କଟକଣା ଜାରି ରହିବ। ପର୍ବପର୍ବାଣୀ ଉପରେ ବି ଅଗଷ୍ଟରେ ଜାରି କଟକଣା ମାନିବାକୁ ପଡ଼ିବ।

Advertisment

ସୁଧୁରୁଥିବା କରୋନା ସ୍ଥିତିକୁ ଦେଖି କୋହଳ ହେଲା କରୋନା କଟକଣା। କହିବାକୁ ଗଲେ ସେପଟେମ୍ବରରେ ଅନଲକ୍‌ ପ୍ରକ୍ରିୟାକୁ ଯାଇଛନ୍ତି ସରକାର। ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀରେ ଲାଗୁ ସପ୍ତାହନ୍ତ ସଟଡାଉନ୍‌ ଆଉ ରହିବ ନାହିଁ। ଦୋକାନବଜାର ଖୋଲିବା ସମୟକୁ ବି ବଢାଯାଇଛି । ଏଣିକି ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନବାଜର ଖୋଲା ରହିବ। ତେବେ ପୌରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ପୂର୍ବଭଳି ବଳବତ୍ତର ରହିବ। ବିବାହ, ବ୍ରତ ଓ ଶୁଦ୍ଧି ଘର ଉପରେ ଥିବା କଟକଣାକୁ ବି କୋହଳ କରାଯାଇଛି ।

Advertisment

ଏସବୁ କାର୍ଯ୍ୟରେ ଏବେ ୨୫୦ ଜଣ ସାମିଲ ହୋଇପାରିବେ। ତେବେ ବର ଶୋଭାଯାତ୍ରାରେ ବାଜା, ଲାଇଟ୍,ସାଉଣ୍ଡ ଓ ବରଯାତ୍ରୀଙ୍କୁ ମିଶାଇ ସର୍ବାଧିକ ୫୦ ଜଣ ଯାଇପାରିବେ। ଏଥିପାଇଁ ଅଧିକୃତ ଅଧୀକାରୀଙ୍କଠାରୁ ଲିଖିତ ଅନୁମତି ନେବାକୁ ପଡିବ। ପ୍ରେକ୍ଷାଳୟ ଓ ଅଡିଟୋରିୟମରେ କୋଭିଡ ଗାଇଡ୍ଲାଇନ ଅନୁସାରେ ମିଟିଂର ଆୟୋଜନ କରାଯାଇପାରିବ। ମ୍ୟୁଜିୟମ ଓ ପାଠାଗାର କୋଭିଡ଼ ନିୟମ ମାନି ଖୋଲାଯିବ। ତେବେ ସିନେମା ହଲ୍ ଓ ମଲ୍ ପାଇଁ ଥିବା କଟକଣା ଆହୁରି କୋହଳ କରାଯାଇି । ସିଟିଂ କାପାସିଟି ଅନୁସାରେ ଦର୍ଶକ ସିନେମା ହଲକୁ ଯାଇପାରିବେ। ସେହିପରି ମଲ୍ ଯିବା ଲାଗି ଭ୍ୟାକସିନ୍ ସାର୍ଟିଫିକେଟ୍ ଓ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆବଶ୍ୟକ ହେବ ନାହିଁ। ହେଲେ କୋଭିଡ ନିୟମ ପାଳନ ଦାୟିତ୍ୱ ହଲ୍ ଓ ମଲ୍ ମାଲିକଙ୍କ ଉପରେ ରହିବ।

ପୂର୍ବ ଭଳି ଧାର୍ମିକ, ରାଜନୈତିକ, ସମାଜିକ ସମାବେଶ ଉପରେ କଟକଣା ବଳବତ୍ତର ରହିଛି। ମେଳା, ମହୋତ୍ସବ ଓ ପ୍ରଦର୍ଶନୀ ଆୟୋଜନକୁ ବାରଣ କରାଯାଇଛି। ଅଗଷ୍ଟ ୯ରେ ଏସଆରସିଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ପର୍ବପର୍ବାଣୀ ପାଳନ ହେବ କେବଳ ଯାହା ବିଧି, ଓ ପରମ୍ପରା ରକ୍ଷା ଲାଗି ପୂଜାପାଠ କରାଯିବ, କୌଣସି ସାର୍ବଜନୀନ ପାଳନ ଲାଗି ଅନୁମତି ମିଳିବନି କି ପୂଜା ସ୍ଥାନରେ ଭିଡ଼ ଜମିବ ନାହିଁ।

Advertisment

କଟକଣାକୁ କୋହଳ କରିଥିଲେ ମଧ୍ୟ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ତୃତୀୟ ଲହର ଆଶଙ୍କା ଭିତରେ ଅଧିକରୁ ଅଧିକ ଛୋଟପିଲା ଓ ଶିଶୁ ଆକ୍ରାନ୍ତ ହେଉଥିବାରୁ ସତର୍କ ରହିବାକୁ କୁହାଯାଇଛି।

Lockdown NewGuidelines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ