୬ ମାସ ଯାଏଁ ଷ୍ଟ୍ରାଇକ୍‌ କରିପାରିବେନି ସ୍ୱାସ୍ଥ୍ୟ କର୍ମଚାରୀ

ଜରୁରୀ ସେବାରେ ବ୍ୟାଘାତ ନଘଟାଇବା ପାଇଁ ଲାଗୁ ହେଲା ଏସମା ।

Odisha invokes ESMA on health dept staff prohibiting strike by 6 months

ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ଏସମା ଲାଗୁ କଲେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଲାଗୁ ହୋଇଛି ଏସମା । ନର୍ସ, ଫାର୍ମାସିଷ୍ଟ, ପାରାମେଡିକ, ଟେକ୍ନିସିଆନଙ୍କ ପ୍ରତି ଏସମା ଲାଗୁ କରାଯାଇଛି । ତା’ଛଡ଼ା ଅନ୍ୟ ତୃତୀୟ ଶ୍ରେଣୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପ୍ରତି ବି ଏହା ଲାଗୁ ହୋଇଛି ।

ଜରୁରୀ ସେବାରେ ବ୍ୟାଘାତ ନଘଟାଇବା ପାଇଁ ଲାଗୁ ହେଲା ଏସମା । ସମସ୍ତ ପ୍ରକାର ସରକାରୀ ଚିକିତ୍ସାଳୟରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ଏହା ଲାଗୁ ହୋଇଛି । ଆସନ୍ତା ୬ ମାସ ପର୍ଯ୍ୟନ୍ତ ନିୟମ ଲାଗୁ ହୋଇଥିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏଣିକି ଆଉ ସ୍ୱାସ୍ଥ୍ୟକର୍ମୀମାନେ ଆନ୍ଦୋଳନ କରିପାରିବେନି । ନର୍ସ ଓ ଫାର୍ମାସିଷ୍ଟଙ୍କ ଆନ୍ଦୋଳନ ଉପରେ ଲାଗିଲା ରୋକ୍ । ସ୍ୱାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀମାନଙ୍କ ଉପରେ ମଧ୍ୟ ଏହି କଟକଣା ଲାଗୁ କରାଯାଇଛି । ସ୍ୱାସ୍ଥ୍ୟ କର୍ମୀଙ୍କ ଏହି କାମ ଛାଡ ଆନ୍ଦୋଳନକୁ ବାରଣ କରାଯାଇିଛି । ଆଗାମୀ ୬ମାସ ଯାଏ ଆନ୍ଦୋଳନ ଉପରେ ରୋକ୍ ଲଗାଇଛନ୍ତି ପ୍ରଶାସନ । ଜରୁରୀ ସେବା ଆଇନ୍ ୧୯୮୮ ଆଧାରରେ ଏହି କଟକଣା ଲଗାଯାଇଛି ।