Farmer Incomes In Odisha
ଭୁବନେଶ୍ୱର: ଚାଷୀଙ୍କ ମାସିକ ଆୟରେ ସାରା ଦେଶରେ ଓଡ଼ିଶା ତଳ ଆଡୁ ଦ୍ୱିତୀୟ ସ୍ଥାନରେ ଅଛି। ଓଡ଼ିଶାର ଚାଷୀଙ୍କ ମାସିକ ଆୟ ମାତ୍ର ୫ ହଜାର ୧୧୨ ଟଙ୍କା। ଓଡ଼ିଶା ତଳକୁ କେବଳ ଝାଡ଼ଖଣ୍ଡ ରହିଛି।
ଝାଡ଼ଖଣ୍ଡର ଚାଷୀଙ୍କ ମାସିକ ଆୟ ୪ ହଜାର ୪୯୫ ଟଙ୍କା। ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କୃଷିମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ଜୁଲାଇ ୨୦୧୮ ରୁ ଜୁନ୍ ୨୦୧୯ ମଧ୍ୟରେ ଚାଷୀଙ୍କ ଆୟ ତଥ୍ୟକୁ ବିଚାରକୁ ନେଲେ ଓଡ଼ିଶାର ଚାଷୀଙ୍କ ମାସିକ ଆୟ ହେଉଛି ମାତ୍ର ୫ ହଜାର ୧୧୨ ଟଙ୍କା। ଓଡ଼ିଶା ଉପରେ ତିନି ନମ୍ବରରେ ରହିଛି ବିହାର। ବିହାରରେ ଚାଷୀଙ୍କ ମାସିକ ଆୟ ୭ ହଜାର ୫୪୨ ଟଙ୍କା।
ମାସକୁ ୨୯ ହଜାର ୩୪୮ ଟଙ୍କା ଆୟ ସହ ମେଘାଳୟର ସବୁଠୁ ଶୀର୍ଷରେ ଅଛି। ପଞ୍ଜାବର ଚାଷୀଙ୍କ ମାସିକ ଆୟ ୨୬ ହଜାର ୭୦୧ ଟଙ୍କା ଓ ହରିୟାଣାର ଚାଷୀଙ୍କ ମାସିକ ଆୟ ୨୨ ହଜାର ୮୪୧ ଟଙ୍କା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ss_1638267395.jpg)