Advertisment

'ମାମଲା ବିଚାରାଧୀନ ଥିଲେ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମନା'

ପଦୋନ୍ନତି ପ୍ରସଂଗ ବିଚାରାଧିନ ଫୌଜଦାରୀ ମାମଲାର ଫଳାଫଳ ଉପରେ ନିର୍ଭର କରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଅଦ୍ୟତନ ହୋଇଛି
Odisha High Court On Govt Employees Promotion

Odisha HC pronounces major verdict over promotion of govt employee

Advertisment

ଭିଜିଲାନ୍ସ କିମ୍ବା ଅନ୍ୟ ଫୌଜଦାରୀ ମାମଲା ବିଚାରାଧୀନ ଥିଲେ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମନା। ଆଜି ଏଭଳି ରାୟ ଶୁଣାଇଛନ୍ତି ହାଇକୋର୍ଟ। ଜଣିକିଆ ବିଚାରପତିଙ୍କ ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ଦାୟର କରିଥିବା ୪୬ଟି ରିଟ୍ ଅପିଲର ଏକତ୍ର ଶୁଣାଣି କରି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ଏପରି ରାୟ ପ୍ରଦାନ କରିଛନ୍ତି।

Advertisment

ତେବେ ପଦୋନ୍ନତି ପ୍ରସଂଗ ବିଚାରାଧିନ ଫୌଜଦାରୀ ମାମଲାର ଫଳାଫଳ ଉପରେ ନିର୍ଭର କରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଯଦି ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଥିବା ଫୌଜଦାରୀ ମାମଲାର ରାୟ ତାଙ୍କ ସପକ୍ଷରେ ଯାଏ ଓ ତାଙ୍କ ବିରୋଧରେ ରହିଥିବା ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରୁ ସେ ଦୋଷମୁକ୍ତ ହୁଅନ୍ତି ତେବେ ତାଙ୍କୁ ପଦୋନ୍ନତି ମିଳିପାରିବ।

ଯଦି ଫୌଜଦାରୀ ମାମଲାର ରାୟ ପ୍ରକାଶ ବେଳକୁ ସଂପୃକ୍ତ କର୍ମଚାରୀ ଅବସର ଗ୍ରହଣ କରି ସାରିଥିବେ ତେବେ ପଦୋନ୍ନତି ସମୟର ସମସ୍ତ ପ୍ରାପ୍ୟକୁ ହିସାବକୁ ନେଇ ତାଙ୍କ ପେନସନ ଧାର୍ଯ୍ୟ କରାଯିବ ବୋଲି ଡିଭିଜନ ବେଞ୍ଚ ରାୟରେ ସ୍ପଷ୍ଟ କରିଛନ୍ତି।

Advertisment
Orissa High Court High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ