Advertisment

ଲ’ ଅଫିସରମାନଙ୍କ ବଢ଼ିଲା ୫୦ ପ୍ରତିଶତ ଫି’

ଲ’ ଅଫିସରମାନଙ୍କ ୫୦ ପ୍ରତିଶତ ଫି’ ବୃଦ୍ଧି କଲେ ରାଜ୍ୟ ସରକାର। ଅତିରିକ୍ତ ସରକାରୀ ଓକିଲଙ୍କ ଦୈନିକ ଫି' ୧୮୭୫ ଟଙ୍କାକୁ ବୃଦ୍ଧି କରାଯାଇଛି।

ଅଦ୍ୟତନ ହୋଇଛି
Odisha Govt Increases Law Officers Retainer Fees

Non-Cadre Law Officers

Advertisment

କୋର୍ଟରେ ରାଜ୍ୟ ସରକାରଙ୍କ ତରଫରୁ ମୋକଦ୍ଦମା ପରିଚାଳନା କରୁଥିବା ନନ୍ କ୍ୟାଡର ଲ’ ଅଫିସରଙ୍କ ଦୈନିକ ଓ ରିଟେନର୍ ଫି ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଆଗରୁ ଅତିରିକ୍ତ ସରକାରୀ ଓକିଲ ଦିନକୁ ୧୨୫୦ ଟଙ୍କା ପାଉଥିବା ବେଳେ ଏବେ ତାକୁ ୧୮୯୫ ଟଙ୍କା କରାଯାଇଛି। ରିଟେନର୍ ଫି ଆଗରୁ ଥିଲା ୮୨୦୦ ଟଙ୍କା, ଏବେ ତାହା ୧୨ ହଜାର ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ୧୮୪ ଜଣ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର୍ ଉପକୃତ ହେବେ।

Advertisment

ସେହିପରି ସହକାରୀ ସରକାରୀ ଓକିଲ ଆଗରୁ ଦିନକୁ ୧୧୦୦ ଟଙ୍କା ପାଉଥିବା ବେଳେ ଏବେ ପାଇବେ ୧୬୫୦ ଟଙ୍କା। ରିଟେନର୍ ଫି ବାବଦରେ ସେମାନେ ଦିନକୁ ୪୦୦୦ ଟଙ୍କା ପାଉଥିଲେ। ଏବେ ପାଇବେ ୬ ହଜାର। ଏହା ଦ୍ୱାରା ୭୪୦ ଜଣ ଲାଭ ପାଇବେ। ୮୫ ଜଣ ସ୍ପେସିଆଲ୍ ପବ୍ଲିକ ପ୍ରସିକ୍ୟୁଟର ଆଗରୁ ଦିନକୁ ୧୨୫୦ ଟଙ୍କା ପାଉଥିଲେ, ଏବେ ପାଇବେ ୧୮୭୫ ଟଙ୍କା। ରିଟେନର୍ ଫି ବାବଦରେ ସେମାନେ ୮ ହଜାର ୨୦୦ ଟଙ୍କା ପାଉଥିବା ବେଳେ ଏବେ ପାଇବେ ୧୨୩୦୦ ଟଙ୍କା।

ସେହିପରି ୨୯ ଜଣ ସରକାରୀ ପ୍ଲିଡର୍ ଓ ୧୧୩ ଜଣ ଆସିଷ୍ଟାଣ୍ଟ ପ୍ଲିଡର ରିଟେନର୍ ଫି ବାବଦରେ ଆଗରୁ ୮ ହଜାର ୨୦୦ ଟଙ୍କା ପାଉଥିବା ବେଳେ ଏବେ ପାଇବେ ୧୨ ହଜାର ୩୦୦ ଟଙ୍କା।

Advertisment
Lawyers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ