Advertisment

ରାଜଧାନୀରେ କେବେ ହେବ ରସଗୋଲା ହବ୍ ?

ଜଗନ୍ନାଥ ସଂସ୍କୃତି ଗବେଷକ ଅସିତ୍ ମହାନ୍ତି ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ରସଗୋଲାର ପରିଚୟକୁ ବଳିଷ୍ଠ କରିବାକୁ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହାଁନ୍ତି।

ଅଦ୍ୟତନ ହୋଇଛି
ରାଜଧାନୀରେ କେବେ ହେବ ରସଗୋଲା ହବ୍ ?

Pahala Rasagola

Advertisment

ଭୁବନେଶ୍ୱର: ରାଜଧାନୀରେ କେବେ ହେବ ରସଗୋଲା ହବ୍ ? ପାହଳରେ କେବେଠୁ ଆରମ୍ଭ ହେବ ରସଗୋଲା କ୍ଲଷ୍ଟର କାମ ? ଏ ପ୍ରଶ୍ନ ପଚାରୁଛନ୍ତି ରାଜ୍ୟର ପ୍ରତ୍ୟେକଟି ରସଗୋଲା ପ୍ରେମୀ। କାରଣ ଓଡିଶା ରସଗୋଲାକୁ ଦୁଇ ବର୍ଷ ତଳୁ ଜିଆଇ ଟ୍ୟାଗ୍ ମିଳିସାରିଥିଲେ ବି ଏଯାଏଁ ତାର ପ୍ରଚାର-ପ୍ରସାର ନେଇ ସେଭଳି କିଛି ବି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି ରାଜ୍ୟ ସରକାର। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜିଆଇ ଫେସିଲିଟେଟର ଅନୀତା ସାବତ୍। ସେ କହିଛନ୍ତି, ରାଜ୍ୟ ସରକାର ଓଡ଼ିଶା ରସଗୋଲାର ପରିଚୟକୁ ପ୍ରସାର କରିବା ଲାଗି ଅନେକ କିଛି ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି।

Advertisment

ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ଇଣ୍ଟେଲେକଚ୍ଯୁଆଲ ପ୍ରପଟି ସେଲ୍ ଗଠନ ସହ ପ୍ରତ୍ୟେକ ଜିଲ୍ଲା ପାଇଁ  ଇନସ୍ପେକସନ୍ ବଡି, ରସଗୋଲାର ୟୁନିଫର୍ମ ସ୍ପେଲିଂ ଏବଂ ରାଜ୍ୟର ସମସ୍ତ ମିଠା ବ୍ୟବସାୟୀମାନଙ୍କ ରେଜିଷ୍ଟ୍ରେସନ୍ କରାଯିବା ଜରୁରୀ। ସେପଟେ ଜଗନ୍ନାଥ ସଂସ୍କୃତି ଗବେଷକ ଅସିତ୍ ମହାନ୍ତି ମଧ୍ୟ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ରସଗୋଲାର ପରିଚୟକୁ ବଳିଷ୍ଠ କରିବାକୁ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହାଁନ୍ତି।

୨୦୧୯ରେ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ପୂର୍ବରୁ ୨୦୧୫ରୁ ପାହାଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘ ପ୍ରତିବର୍ଷ ନିଳାଦ୍ରୀବିଜେ ଦିନକୁ ରସଗୋଲା ଦିବସ ଭାବେ ପାଳନ କରିଆସୁଛି। ତେବେ ପାହାଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘ ସଭାପତିଙ୍କ ସୂଚନା ଅନୁସାରେ, କିଛିଦିନ ତଳେ ପାହାଳରେ ରସଗୋଲା କ୍ଲଷ୍ଟର ପାଇଁ ଦେଢ ଏକର ଜାଗା ଚିହ୍ନଟ ସରିଛି। ଆସନ୍ତା ବର୍ଷକ ଭିତରେ କାମ ଆରମ୍ଭ ହେବ। ତେବେ ଏ କାମରେ ସାମାନ୍ୟ ବିଳମ୍ବକୁ ନେଇ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ କହିଛନ୍ତି, ସରକାରୀ କାମରେ କିଛି ସମସ୍ୟା ଥିବାରୁ ଉଭୟ କ୍ଲଷ୍ଟର ଓ ହବ୍ କାମରେ ବିଳମ୍ବ ଘଟିଛି। ଏଥିପାଇଁ ମନ୍ତ୍ରୀ ପରୋକ୍ଷରେ ଏମଏସଏମଇ ବିଭାଗ ଉପରକୁ ବି ଦୋଷ ଠେଲିଛନ୍ତି।

Advertisment

ରସଗୋଲା, ଶ୍ରୀମନ୍ଦିର ସଂସ୍କୃତି ସହ ଶହ ଶହ ବର୍ଷ ଧରି ଜଡ଼ିତ ଯାହାର ବଳିଷ୍ଠ ପ୍ରମାଣ ଘୋଷଯାତ୍ରାର ଅନ୍ତିମ ପର୍ବ ନିଳାଦ୍ରୀବିଜେ ଦିନ ହିଁ ମିଳିଯାଏ। ରଥଯାତ୍ରାରେ ସାଙ୍ଗରେ ନେଇନଥିବାରୁ ରୋଷ କରିଥିବା ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ଏହି ରସଗୋଲା ମିଠା ଖୁଆଇ ମାନଭଞ୍ଜନ କରିଥାନ୍ତି ମହାପ୍ରଭୁ ଜଗନ୍ନାଥ। ତେବେ ପଶ୍ଚିମବଙ୍ଗ ରସଗୋଲା ଜିଆଇ ଟ୍ୟାଗ୍ ପାଇବା ପରେ ଚେଇଁ ଉଠିଥିଲେ ଓଡ଼ିଶା। ରସଗୋଲାର ଉତ୍ପତି ଓଡ଼ିଶାରେ ବୋଲି ୨୦୧୮ ଫେବ୍ରୁଆରୀ ୨୩ରେ ଦସ୍ତାବିଜ୍ ସହ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ଜିଆଇ ମାନ୍ୟତା ପାଇଁ ଆବେଦନ ହୋଇଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ୨୦୧୯ ଜୁଲାଇ ୨୯ରେ ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍।

Advertisment

ରିପୋର୍ଟ: ଅର୍ଚ୍ଚନା ଶତପଥୀ

Odisha News GI Tag Ratha Jatra Rasagola Mahotsav
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ