Advertisment

ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ବୃଦ୍ଧି, ମାସିକ ପାରିଶ୍ରମିକରେ ୨୫% ବୃଦ୍ଧି କଲେ ରାଜ୍ୟ ସରକାର

ସେହିପରି ଆଉଟସୋର୍ସିଂ କର୍ମଚାରୀ ଓ ସର୍ଭିସ ପ୍ରୋଭାଇଡର୍ ଏଜେନ୍ସି ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଓଡ଼ିଶା ଷ୍ଟେଟ୍‌ ଆଉଟସୋର୍ସିଂ ଏମ୍ପ୍ଲୋଇଜ୍ ଲୋକପାଳ ଗଠନ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଦ୍ୟତନ ହୋଇଛି
Outsourcing Employee Salary Hike

Outsourcing Employee

Advertisment

ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ବଢ଼ାଇଲେ ରାଜ୍ୟ ସରକାର । ଆଉଟସୋର୍ସିଂ କର୍ମଚାରୀଙ୍କ ମାସିକ ପାରିଶ୍ରମିକ ୨୫ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । ପ୍ରତି ୫ ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ଏକ ହଜାର ମିଳିବ ବୋଲି ନିର୍ଦ୍ଦେଶ ରହିଛି । କର୍ମଚାରୀମାନେ ଯେଭଳି ଭାବେ ମାସ ଶେଷକୁ ପାରିଶ୍ରମିକ ଠିକ୍ ହିସାବରେ ପାଇବେ, ଏହା ସୁନିଶ୍ଚିତ କରିବାକୁ ସରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

Advertisment

ସେହିପରି ଆଉଟସୋର୍ସିଂ କର୍ମଚାରୀ ଓ ସର୍ଭିସ ପ୍ରୋଭାଇଡର୍ ଏଜେନ୍ସି ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଓଡ଼ିଶା ଷ୍ଟେଟ୍‌ ଆଉଟସୋର୍ସିଂ ଏମ୍ପ୍ଲୋଇଜ୍ ଲୋକପାଳ ଗଠନ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା କର୍ମଚାରୀଙ୍କ କ୍ଷେତ୍ରରେ ପ୍ରଥମ ଦୁଇଟି ସନ୍ତାନ ଜନ୍ମ ପର୍ଯ୍ୟନ୍ତ ୧୨୦ ଦିନର ମାତୃତ୍ବ ଛୁଟି ନେଇପାରିବେ । ଆଉଟସୋର୍ସିଂ କର୍ମଚାରୀ ତଥା ସର୍ଭିସ ପ୍ରୋଭାଇଡର ଏଜେନ୍ସିଙ୍କ ଅଭିଯୋଗ ଶୁଣାଣି ପାଇଁ ପ୍ରତି ବିଭାଗରେ ଜଣେ ଲେଖାଏଁ ନୋଡାଲ ଅଫିସର ରହିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସରକାର।

ଅଧିକ ପଢ଼ନ୍ତୁ: ବଢ଼ିଲା ଆଶାକର୍ମୀଙ୍କ ଦରମା; ମାସିକ ପାରିଶ୍ରମିକ ୪,୫୦୦ରୁ ୭ ହଜାର ଟଙ୍କାକୁ ବୃଦ୍ଧି

Advertisment

ସେମାନଙ୍କ ଅଭିଯୋଗ ଦାଖଲର ସରଳୀକରଣ ପାଇଁ GA&PG Department, CMGI ଜରିଆରେ ଏକ ସଫ୍ଟୱେର ଆପ୍ଲିକେସନ୍‌ ବିକଶିତ କରାଯିବ। ଯେଉଁଥିରେ କି ଉଭୟ କର୍ମଚାରୀ ଓ ଏଜେନ୍‌ସି ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ। ସେହିପରି ଯେଉଁ ଆଉଟସୋର୍ସିଂ କର୍ମଚାରୀମାନେ ଏବେ ବର୍ଦ୍ଧିତ ପାରିଶ୍ରମିକ ପାଉଛନ୍ତି, ସେମାନଙ୍କ ବର୍ଦ୍ଧିତ ପାରିଶ୍ରମିକକୁ ନୂଆ ବ୍ୟବସ୍ଥାରେ ସୁରକ୍ଷା ଦିଆଯିବ। ଏହି ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବରେ ପରିଚାଳିତ କରିବା ପାଇଁ ସବୁ ବିଭାଗ ସର୍ଭିସ ପ୍ରୋଭାଇଡିଂ ଏଜେନ୍ସିମାନଙ୍କ ସହିତ ସପ୍ଲିମେଣ୍ଟାରୀ ଏଗ୍ରିମେଣ୍ଟ କରିବେ।

CM Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ