ଓଡ଼ିଶା ସରକାରୀ କର୍ମଚାରୀଙ୍କୁ ରଜ ଭେଟି- ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ରଜ ଭେଟି। ୪% ବଢ଼ିଲା ମହଙ୍ଗା ଭତ୍ତା।

ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ରଜ ଭେଟି। ୪% ବଢ଼ିଲା ମହଙ୍ଗା ଭତ୍ତା(DA)। ମହଙ୍ଗା ଭତ୍ତା ୩୮%ରୁ ୪୨%କୁ ବୃଦ୍ଧି ପାଇଛି। ବର୍ଦ୍ଧିତ ଭତ୍ତା ୨୦୨୩ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁନ୍ ମାସ ଦରମାରେ ନଗଦ ଆକାରରେ ମିଳିବ।

ପେନ୍‌ସନ୍‌ଭୋଗୀଙ୍କ ଟିଆଇରେ ମଧ୍ୟ ୪% ବୃଦ୍ଧି ହୋଇଛି। ପେନ୍‌ସନ୍‌ଭୋଗୀ ମଧ୍ୟ ଜୁନ୍‌ ମାସ ପେନ୍‌ସନ୍‌ରେ ବର୍ଦ୍ଧିତ ଟିଆଇ ପାଇବେ। ଏହାଦ୍ୱାରା ୭.୫ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀ ଉପକୃତ ହେବେ।