Advertisment

ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୬ ଲକ୍ଷ ଟଙ୍କା

ବନ୍ୟପ୍ରାଣୀଙ୍କ ଦ୍ୱାରା ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଅନୁକମ୍ପା ରାଶି ୪ ଲକ୍ଷରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
Odisha Govt Compension Plan

Odisha govt hikes compensation amount in cases of death due to attacks by wild animals

Advertisment

ବନ୍ୟପ୍ରାଣୀଙ୍କ ଦ୍ୱାରା ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ଘଟିଲେ ମିଳିବ ୬ ଲକ୍ଷ ଟଙ୍କା। ଅନୁକମ୍ପା ରାଶି ୪ ଲକ୍ଷରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବନ୍ୟପ୍ରାଣୀ ଆକ୍ରମଣରେ ଗୁରୁତର ଆହତଙ୍କ ପାଇଁ ମଧ୍ୟ ସହାୟତା ବୃଦ୍ଧି କରାଯାଇଛି।

Advertisment

୬୦%ରୁ ଅଧିକ ଅକ୍ଷମତା କ୍ଷେତ୍ରରେ ମିଳିବ ଅଢ଼େଇ ଲକ୍ଷ ଟଙ୍କା। ସେହିପରି ୬୦%ରୁ କମ୍ ଅକ୍ଷମତା କ୍ଷେତ୍ରରେ ସହାୟତା ମିଳିବ ଦେଢ଼ଲକ୍ଷ ଟଙ୍କା। ଗାଈ, ମଇଁଷି, ବଳଦଙ୍କ ମୃତ୍ୟୁ ପାଇଁ ବି ସହାୟତା ରାଶି ବୃଦ୍ଧି ହୋଇଛି।

ଗାଈ, ମଇଁଷିର ମୃତ୍ୟୁ ହେଲେ ମିଳିବ ୩୭ ହଜାର ୫୦୦ ଟଙ୍କା। ବଳଦ ମୃତ୍ୟୁ ପାଇଁ ୩୨ ହଜାର, ବାଛୁରୀ ପାଇଁ ୫ ହଜାର, ଛେଳି ଓ ମେଣ୍ଢାଙ୍କ ପାଇଁ ୪ ହଜାର, ଛେଳି ଓ ମେଣ୍ଢା ଛୁଆଙ୍କ ମୃତ୍ୟୁ ପାଇଁ ୧୫୦୦ ଟଙ୍କା ମିଳିବ। 

Advertisment
Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ