Astrospeak
  • Live TV
  • Read In English

କବାଡ଼ିଆକୁ ବିକା ସରିଛି ’ମୋ ସାଇକେଲ୍’ : ହେଲେ ମନ୍ତ୍ରୀଙ୍କ ପାଖରେ ତଥ୍ୟ ନାହିଁ

ତେବେ ମନ୍ତ୍ରୀଙ୍କ ଏହି ଉତ୍ତର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ କିଛି ଦିନ ତଳେ ମୋ ସାଇକେଲ୍ ଯୋଜନାରେ ରାଜଧାନୀର ଥିବା ଅନେକ ସାଇକେଲ କବାଡ଼ିଆଙ୍କୁ ବିକ୍ରି କରାଯାଇଥିଲା ବୋଲି ଖବର ଆସିଥିଲା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତାରେ ସ୍ୱତନ୍ତ୍ର ସାଇକେଲ ଟ୍ରାକ୍ ନିର୍ମାଣ ହୋଇଥିଲା, ଷ୍ଟାଣ୍ଡ ବସିଥିଲା

Mo Cycle
Mo Cycle

News Summary

କବାଡ଼ିଆକୁ ସାଇକେଲ ଦିଆଯିବା କଥା ସରକାର ଜାଣିନାହାନ୍ତି

ସରକାରଙ୍କ ପାଖରେ ତଥ୍ୟ ନଥିବା ବିଧାନସଭାରେ କହିଲେ ମନ୍ତ୍ରୀ

ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର

ଭୁବନେଶ୍ୱର : କିଏ ନେଇଗଲା ମୋ ସାଇକେଲ ? ମନ୍ତ୍ରୀ ଜାଣିନାହାନ୍ତି କିନ୍ତୁ କବାଡ଼ିଆକୁ ବିକ୍ରି ହୋଇସାରିଛି ସାଇକେଲ । ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ମୋ ସାଇକେଲ୍ ଯୋଜନାରେ ଅନେକ ସାଇକେଲକୁ କବାଡ଼ିଆକୁ ବିକ୍ରି କରି ଦିଆଯାଇଛି । ହେଲେ ଏସମ୍ପର୍କରେ ନା ସରକାରଙ୍କ ପାଖରେ ଖବର ଅଛି, ନା ମନ୍ତ୍ରୀଙ୍କ ପାଖରେ ତଥ୍ୟ ରହିଛି । ବିଧାନସଭାରେ ଆଜି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଏପରି କିଛି ଜବାବ ଦେଇଛନ୍ତି ।

ବିଧାୟକ ସୁର ରାଉତରାୟ ମୋ ସାଇକେଲର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରଶ୍ନ କରିଥିଲେ । ଆଉ ଏହାର ଜବାବ ରଖିଥଲେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା । କୌଣସି ସାଇକେଲ୍ ଚୋରି କିମ୍ବା କବାଡ଼ିଆଙ୍କୁ ବିକ୍ରି କରାଯିବାର କୌଣସି ବି ତଥ୍ୟ ସରକାରଙ୍କ ହସ୍ତଗତ ହୋଇନାହିଁ । ୨୦୧୮ରେ ୩ଟି ସଂସ୍ଥାରୁ ୨୫ ହଜାର ଟଙ୍କା ଲେଖାଏଁ ଦୁଇ ହଜାରଟି ସାଇକେଲ୍ କିଣା ଯାଇଥିଲା । ହଜାରେ ସାଇକେଲ୍ ଚାଲୁଥିବା ବେଳେ ଆଉ ହଜାରେ ମରାମତି ହେଉଛି ବୋଲି ସେ କହିଛନ୍ତି ।

ତେବେ ମନ୍ତ୍ରୀଙ୍କ ଏହି ଉତ୍ତର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ କିଛି ଦିନ ତଳେ ମୋ ସାଇକେଲ୍ ଯୋଜନାରେ ରାଜଧାନୀର ଥିବା ଅନେକ ସାଇକେଲ କବାଡ଼ିଆଙ୍କୁ ବିକ୍ରି କରାଯାଇଥିଲା ବୋଲି ଖବର ଆସିଥିଲା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତାରେ ସ୍ୱତନ୍ତ୍ର ସାଇକେଲ ଟ୍ରାକ୍ ନିର୍ମାଣ ହୋଇଥିଲା, ଷ୍ଟାଣ୍ଡ ବସିଥିଲା । ହେଲେ ସାଇକେଲ ଯାଇ କବାଡ଼ି ଖାନାରେ । ତେଣୁ ୟା ପଛରେ କିଛି ବଡ଼ ଧରଣର ଅଭିସନ୍ଧି ଥିବା ସନ୍ଦେହ କରୁଥିଲେ ସହରବାସୀ ।

ସେପଟେ ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିଧାନସଭା ସରଗରମ ହୋଇଛି । ରାଜ୍ୟ ସରକାରଙ୍କୁ ବିଜେପିର ଜୋରଦାର ଟାର୍ଗେଟ । ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ଆଇନ ମନ୍ତ୍ରୀଙ୍କର ସମ୍ପୂକ୍ତି ଥିବା ଅଭିଯୋଗ ଥିବାରୁ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରାଯାଇଛି । ସେହିପରି ମାନସ ଦାସ ଆଦିବାସୀ ପରିବାର ଗୁଡିକ ଉପରେ ଅତ୍ୟାଚାର କରୁଥିଲେ ଏବଂ ବିଜେଡ଼ି ନେତାଙ୍କ ସହ ତାଙ୍କ ଫଟୋ ଭାଇରାଲ ହୋଇଥିଲା । ଅନ୍ୟପଟେ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ଘଟଣାରେ ପୋଲିସ ଫେଲ ମାରିଛି । ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଘଟଣାରେ ଜଙ୍ଗଲ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାରୁ ଡ଼ିଏଫଓକୁ ସୁରକ୍ଷା ଦିଆଯାଉଛି । ତେଣୁ ଏହି ସବୁ ଘଟଣାରେ ନିରପେକ୍ଷ ତଦନ୍ତ ଆବଶ୍ୟକ । ଏହା ବାଦ ରାଜ୍ୟ ହତ୍ୟା ଓ ଦୁଷ୍କର୍ମ, ନାରୀ ନିର୍ଯ୍ୟାତନା ବଢ଼ି ଚାଲିଛି ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ହାଜତ ମୃତ୍ୟୁ ପ୍ରସଙ୍ଗ ବି ଉଠାଇଛି ବିଜେପି ।