Special story
ରାଜ୍ୟରେ ଆଉ ୩୬ଟି ନୂଆ ଥାନା ଖୋଲିବ । ଏହାସହ ୩୬ଟି ନୂଆ ଥାନାର ପରିଚାଳନା ପାଇଁ ଇନସପେକ୍ଟର, ସବଇନସପେକ୍ଟର, କନେଷ୍ଟବଳ ଭଳି ବିଭିନ୍ନ ପାହ୍ୟାର ୫୬୩ ନୂଆପଦବୀ ସୃଷ୍ଟି କରାଯାଇଛି । ତେବେ ନୂଆ ଥାନାଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ନୂଆ ଥାନା ତାଲିକା :
ଏହି ୩୬ଟି ନୂଆ ଥାନା ଭିତରେ ଭୁବନେଶ୍ୱରର ମୈତ୍ରୀ ବିହାରରେ ଗୋଟିଏ ଖୋଲିବ । ସେହିପରି ଅନୁଗୁଳ ଜିଲ୍ଲା ବାଗେଡ଼ିଆ ଓ ଗୋପାଳପ୍ରସାଦରେ ନୂଆ ଥାନା ପ୍ରତିଷ୍ଠା ହେବ । ବାଲେଶ୍ୱରର ଗୋପାଳପୁର ଓ ଅନନ୍ତପୁର, କଟକର ମାଣିଆବନ୍ଧ, ଜୋଡୁ ଓ ଭଦ୍ରେଶ୍ୱର, ଦେବଗଡ଼ର ଲାଇମୁରା, ଢେଙ୍କାନାଳର ମହାବିରୋଡ଼, ଯାଜପୁରର ଅଳକୁଣ୍ଡ, ବ୍ରହ୍ମବରଦା ଓ ଦଶରଥପୁରରେ ନୂଆ ଥାନା ଖୋଲିବ ।
ଝାରସୁଗୁଡ଼ାର ଏୟାରପୋର୍ଟରେ, ପୁରୀର ଚାରିଛକ, ଖୋର୍ଦ୍ଧାର ନାଚୁଣି, କେନ୍ଦୁଝରର ମନୋହରପୁର ଆଦି ସ୍ଥାନରେ ମଧ୍ୟ ନୂଆ ଥାନା ଖୋଲିବ । ବର୍ତ୍ତମାନ ଥିବା ଥାନାଗୁଡ଼ିକର ବିଭକ୍ତିକରଣ ତଥା ଫାଣ୍ଡିଗୁଡ଼ିକର ଅପ୍ ଗ୍ରେଡେସନ କରାଯାଇ ସୃଷ୍ଟି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661585408.jpg)