Advertisment

ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର

ଅପାରଗତା ଓ ଦୁର୍ନୀତି କାରବାର ପାଇଁ ରାଜ୍ୟ ସରକାର ରାଜ୍ୟ ପୋଲିସ ହାଉସିଂ ଆଣ୍ଡ୍‌ ୱେଲ୍‌ଫେୟାର କର୍ପୋରେସନର ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।

Pratap Samal

Pratap Samal

Advertisment

ଭୁବନେଶ୍ୱର: ରାଜ୍ୟ ପୋଲିସ ହାଉସିଂ ଆଣ୍ଡ୍‌ ୱେଲ୍‌ଫେୟାର କର୍ପୋରେସନ(OPHWC)ର ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଅପାରଗତା ଓ ଦୁର୍ନୀତି କାରବାର ପାଇଁ ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।

Advertisment

ବ୍ୟାପକ ଦୁର୍ନୀତି ଅଭିଯୋଗରେ ପ୍ରତାପଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପ୍ରତାପଙ୍କ ଘରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଥିଲା। ଚଢ଼ଉ ସମୟରେ ପ୍ରତାପଙ୍କ ପ୍ରାୟ ୧୫ କୋଟିର ସମ୍ପତ୍ତି ଠାବ କରାଯାଇଥିଲା। ଏହାପରେ ପ୍ରତାପଙ୍କ କଳା ଟଙ୍କା ବିନିଯୋଗ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିଥିଲା। 

ପ୍ରତାପଙ୍କ ଓଲିଉଡ୍ ଲିଙ୍କ୍ ମିଳିବା ପରେ ଓଏଫ୍‌ଡିସିକୁ ଭିଜିଲାନ୍ସ ତଥ୍ୟ ମାଗିଛି। ପ୍ରତାପଙ୍କ ପତ୍ନୀ କେତୋଟି ଫିଲ୍ମ କରିଛନ୍ତି, କେତେ ଟଙ୍କା ବିନିଯୋଗ ହୋଇଛି ଏହାର ତଥ୍ୟ ମାଗିଛି ଭିଜିଲାନ୍ସ। ଓଲିଉଡ୍‌ ଲିଙ୍କ୍‌ ପରେ ଶେଆର ଓ ଡିବେଞ୍ଚରରେ ବିନିଯୋଗ ହୋଇଥିବା ୧ କୋଟି ୭ ଲକ୍ଷ ୩୭ ହଜାର ଠାବ ହୋଇଥିଲା। 

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ ରାଜ୍ୟର ଆଉ ୮ ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ରାଜ୍ୟ ସରକାର ବିଦା କରିଥିଲେ।  ଦୁର୍ନୀତି ଓ ଅପାରଗତା ପାଇଁ  ୮ ଜଣଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଥିଲେ। 

DA Case Compulsory Retirement Odisha Pratap Samal OPHWC Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ