Advertisment

ରାଜ୍ୟ ସରକାର ଦେଲେ ହିସାବ- ବନ୍ୟା ସମୟରେ ବିପନ୍ନ ଖାଇଗଲେ ଶହେ କୋଟିର ଖାଦ୍ୟ

ସରକାରଙ୍କ ତଥ୍ୟ ଗୋଟେ ଆଉ ଗ୍ରାଉଣ୍ଡ ରିୟଲିଟି ଆଉ ଗୋଟେ। ବନ୍ୟା ସମୟରେ କେଉଁଠି ଖାଦ୍ୟ ପହଞ୍ଚି ନଥିଲା ତ ଆଉ କେଉଁଠି ଖାଦ୍ୟ ଯୋଗାଣରେ ଅବ୍ୟବସ୍ଥା ଦେଖାଦେଇଥିବା ନେଇ ଏକାଧିକ ଅଭିଯୋଗ ହୋଇଥିଲା।

ଅଦ୍ୟତନ ହୋଇଛି
Odisha Flood Damage Assessment

Odisha floods- Ground report on spending of nearly Rs 100 cr for providing cooked food to victims

Advertisment

ବନ୍ୟା ସମୟରେ ବିପନ୍ନ ଖାଇଗଲେ ଶହେ କୋଟିର ଖାଦ୍ୟ।  ରାଜ୍ୟ ସରକାର ଏମିତି ହିସାବ ଦେଇଛନ୍ତି। ଗତ ଅଗଷ୍ଟ ମାସରେ ଓଡ଼ିଶା ର ୨୪ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା। ତେବେ ବନ୍ୟା ବିପନ୍ନଙ୍କ ଖାଦ୍ୟ ବାବଦକୁ ସରକାର ଏତେ ଟଙ୍କା କେଉଁଠି ଖର୍ଚ୍ଚ କଲେ ତାକୁ ନେଇ ପ୍ରଶ୍ନ ଉଠିଛି।

Advertisment

କାହିଁକି ନା ସରକାରଙ୍କ ତଥ୍ୟ ଗୋଟେ ଆଉ ଗ୍ରାଉଣ୍ଡ ରିୟଲିଟି ଆଉ ଗୋଟେ। ବନ୍ୟା ସମୟରେ କେଉଁଠି ଖାଦ୍ୟ ପହଞ୍ଚି ନଥିଲା ତ ଆଉ କେଉଁଠି ଖାଦ୍ୟ ଯୋଗାଣରେ ଅବ୍ୟବସ୍ଥା ଦେଖାଦେଇଥିବା ନେଇ ଏକାଧିକ ଅଭିଯୋଗ ହୋଇଥିଲା। ସରକାରଙ୍କ ଏହି ତଥ୍ୟକୁ ବିରୋଧି ବିଶ୍ୱାସ କରି ପାରୁନାହାନ୍ତି। ଅନ୍ୟପଟେ ଆସିଥିବା ଅଭିଯୋଗକୁ ବିଭାଗୀୟ ମନ୍ତ୍ରୀ ଖଣ୍ଡନ କରିଛନ୍ତି। 

ରାଜ୍ୟ ସରକାରଙ୍କ ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ବିବାଦ ଦେଖାଦେଇଛି। ସରକାରଙ୍କ ରିପୋର୍ଟ ଅନୁସାରେ, ବନ୍ୟା ଓ ବର୍ଷାରେ ୨୪ଟି ଜିଲ୍ଲା  ପ୍ରଭାବିତ ହୋଇଛି। ୧୪, ୨୩୫ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି।  ୫ହଜାର ୩୬ ହେର ଚାଷ ଜମି ବାଲିଚର ହୋଇଛି ଏବଂ ୧ଲକ୍ଷ ୨୬ ହଜାର ୧୬୨ ହେକ୍ଟର ଜମିରେ ହୋଇଥିବା ଚାଷର ୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

Advertisment

କ୍ଷୟକ୍ଷତି ଭରଣା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୧୨୮ କୋଟି ଟଙ୍କା ସହାୟତା ରାଶି ମଞ୍ଜୁର କରାଯାଇଛି। ତେବେ ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ବିରୋଧୀ ଆପତ୍ତି ଉଠାଇଛନ୍ତି। କ୍ଷୟକ୍ଷତି ରିପୋର୍ଟ ତ୍ରୁଟିପୂର୍ଣ୍ଣ ବୋଲି ଅଭିଯୋଗ ହୋଇଛି। ଆଉ ଥରେ ସର୍ଭେ କରିବା ସହ କେତେ ଗାଁ କେତେ ଘର କ୍ଷୟକ୍ଷତି ହୋଇଛି, ସେନେଇ ଶ୍ୱେତପତ୍ର ପ୍ରକାଶ କରିବାକୁ ବିଜେପି ଓ କଂଗ୍ରେସ ଦାବି କରିଛନ୍ତି। 

Odisha Floods
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ