Odisha fishermen
ଜାଲ ପ୍ରସ୍ତୁତ ହେଲାଣି, ଡଙ୍ଗା ମରାମତି ସରିଲାଣି । ସମୁଦ୍ର କୂଳରେ ମାଛୁଆଙ୍କ ଭିଡ଼ ବି ହେଲାଣି । ଅପେକ୍ଷା ଶୁଭ ମୁହୂର୍ତ୍ତକୁ...କାରଣ ୨ ମାସ ପରେ କଟକଣା ହଟିଥିବାରୁ ରାତି ପାହିଲେ ସମୁଦ୍ର ଭିତରକୁ ମାଛ ମାରିବାକୁ ଯିବେ ମାଛୁଆ । ପୁଣି ଥରେ ଆରମ୍ଭ ହେବ ରୋଜଗାର ।
କଟକଣା ହଟିବା ପରେ ଆଜିଠାରୁ ସମୁଦ୍ରକୁ ମାଛ ଧରିବାକୁ ଯିବେ ସାଗର ସୌଦାଗର ମାନେ । ତେଣୁ ବାଲେଶ୍ୱର ଭୋଗରାଇର ପ୍ରମୁଖ ମାଛଧରା କେନ୍ଦ୍ର ଉଦୟପୁର, ତାଳସାରୀ, ରଣସିଂହପୁର, କୀର୍ଭନିଆ ଜେଟି ଚଳଚଞ୍ଚଳ ହୋଇଉଠିଛି । ସରକାରୀ କଟକଣା ଲାଗି ଦୀର୍ଘ ୨ ମାସ ହେବ ନାନା ଅସୁବିଧାର ସାମ୍ନା କରୁଥିଲେ ଧୀବର ଭାଇମାନେ । ଏମିତିକି ମାଛ ମାରୁନଥିବାରୁ ପରିବାର ପ୍ରତିପୋଷଣ ବି ବଡ଼ କଷ୍ଟକର ହୋଇପଡିଥିଲା । ହେଲେ ୨ ମାସ ପରେ କଟକଣା ହଟିଥିବାରୁ ଏବେ ଭାରି ଖୁସି ଧୀବର ।
କଇଁଛଙ୍କ ସହ ଅନ୍ୟ ଜୀବଙ୍କର ପ୍ରଜଜନ ପାଇଁ ଏପ୍ରିଲ ୧୫ରୁ ଜୁନ୍ ୧୪ ପର୍ଯ୍ୟନ୍ତ ଗଭୀର ସମୁଦ୍ରରେ ମାଛ ମାରିବାକୁ କଟକଣା ଲାଗିଥିଲା । ତେଣୁ ଆଜି ସରକାରୀ କଟକଣା ହଟିବା ପରେ ଭାରି ଖୁସି ଧୀବର ଭାଇ । ଖାଲି ଭୋଗରାଇ ନୁହେଁ ବରଂ ଜଳେଶ୍ଵର, ବାଲିଆପାଳ ଅଂଚଳର ହଜାରହଜାର ମତ୍ସ୍ୟଜୀବୀ ପରିବାର ମାଛ ଧରି ପେଟ ପୋଷନ୍ତି । ତେଣୁ କେମିତି ସମୁଦ୍ରକୁ ଯିବେ ଆଉ ମାଛ ମାରିବେ ସେଇ ଖୁସିରେ ଏବେ ସମସ୍ତେ । ଖାଲି ଧୀବର ଖୁସି ତାହା ନୁହେଁ ବରଂ ସମୁଦ୍ରର ଲୁଣି ମାଛ ଖାଇବାକୁ ଚାହିଁ ରହିଛନ୍ତି ଶହଶହ ଲୋକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686760497.jpg)