Odisha Assembly
ଆଜି ଆସିବ କାମ ଚଳା ବଜେଟ୍। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୦୬ ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ପ୍ରସ୍ତାବ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଉପସ୍ଥାପନ କରିବେ। ଏହା ପୂର୍ବରୁ ଗତକାଲି ଆସିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୧୦.୧% ରହିବା ନେଇ ଆକଳନ କରାଯାଇଛି।
ଚଳିତ ବର୍ଷ ଜାତୀୟ ହାର ୮.୮% ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ହାରଠୁ ଅଧିକ ଆକଳନ କରାଯାଇଛି। ଓଡ଼ିଶାର ବିକାଶମୂଳକ ପଦକ୍ଷେପ, ଦକ୍ଷତାର ସହ କୋଭିଡ ପରିଚାଳନା, ଟିକାକରଣ ପାଇଁ ଏହା ସମ୍ଭବ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।
୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୫.୩% ପ୍ରତିଶତ ରହିଛି। ରାଜ୍ୟର ମୁଣ୍ଡ ପିଛା ଆୟ ମଧ୍ୟ ବଢ଼ିଛି। ୨୦୧୧-୧୨ ଆର୍ଥିକ ବର୍ଷରେ ଏହା ୪୮ ହଜାର ୪୯୯ ଥିବା ବେଳେ ୨୦୨୧-୨୨ରେ ଏହା ୧ ଲକ୍ଷ ୨୭ ହଜାର ୩୮୩ରେ ପହଁଞ୍ଚିଛି। ୨୦୧୧-୧୨ ତୁଳନାରେ ଏହା ଡବଲ ଡିଜିଟ ଛୁଇଁ ଥିବାବେଳେ ଏ କ୍ଷେତ୍ରରେ ୧୬. ୮% ବୃଦ୍ଧି ହୋଇଛି।
ରାଜ୍ୟର ଦ୍ରୁତ ଅଭିବୃଦ୍ଧି ହାର, ପୁଞ୍ଜି ନିବେଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଜନସଂଖ୍ୟାରେ ସ୍ତିରତା ଯୋଗୁ ମୁଣ୍ଡ ପିଛା ଆୟ ବଢ଼ିଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିଭଳି ରାଜ୍ୟ ଅର୍ଥନୀତିକୁ କୃଷି କ୍ଷେତ୍ରର ଯୋଗଦାନ ୨୦.୨୧% ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648606156.jpg)