Driver Protest
ଆଜିଠାରୁ ଡ୍ରାଇଭର ସଂଘର ସମଗ୍ର ଭାରତରେ ଷ୍ଟିୟରିଂ ଛାଡ ଆନ୍ଦୋଳନ । ଏଥିରେ ଓଡିଶାର ସମସ୍ତ ଡ୍ରାଇଭର ମାନେ ସାମିଲ ହେବେ । ଆଗାମୀ ଦୁଇ ଦିନ ମଧ୍ୟରେ ସମଗ୍ର ରାଜ୍ୟର ଡ୍ରାଇଭର ନିଜ ଗାଡିକୁ ଘରେ କିମ୍ବା ନିଜ ମାଲିକଙ୍କ ଜିମା ଦେଇ ଆନ୍ଦୋଳନରେ ସାମିଲ ହେବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ।
କେନ୍ଦ୍ର ସରକାରଙ୍କ ହିଟ ଆଣ୍ଡ ରନକୁ ନେଇ ହୋଇଥିବା ନୂଆ ଆଇନ୍ ଓ ଦୀର୍ଘ ଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ । ଗତକାଲି ଏନେଇ ଦିଲ୍ଲୀର ଜନ୍ତର ମନ୍ତର ଠାରେ ସବୁ ରାଜ୍ୟର ଡ୍ରାଇଭର ସଂଘଙ୍କର ମିଳିତ ବୈଠକ ହୋଇଥିଲା ।
ନୂଆ ଆଇନ୍ ଅନୁସାରେ ହିଟ୍ ଏଣ୍ଡ ରନ୍ ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ କରାଯିବ । ଏତେ ପରିମାଣର ଟଙ୍କା ଡ୍ରାଇଭର ମାନେ କେଉଁଠୁ ଦେବେ ବୋଲି ସର୍ବଭାରତୀୟ ମୋଟର ଓ ଗୁଡସ ଟ୍ରାନ୍ସପୋର୍ଟ ଆସୋସିଏସନ ପକ୍ଷରୁ ପ୍ରଶ୍ନ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704341695.jpg)