Protest
ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ । କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ ଦାବିରେ ବନ୍ଦ ପାଳନ କରାଯାଉଛି । ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷ ସଂଘ ପକ୍ଷରୁ ସକାଳ ୬ଟାରୁ ସା ୬ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ଫଳରେ ଗାଡିମଟର ଓ ବ୍ୟବସାୟିକ ପ୍ରତିଷ୍ଠାନ ଏବେ ବନ୍ଦ ରହିଥିବା ବେଳେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରାଯିବ ।
କୃଷକ ସଙ୍ଘର୍ଷ ସଙ୍ଘ ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ ବହୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିବାରୁ ଶତାଧିକ ଗାଡି ଅଟକି ରହିଛି । ଗତବର୍ଷ ଖରିଫ ଋତୁରେ ସ୍ୱଳ୍ପ ବର୍ଷା ଯୋଗୁଁ ଜିଲ୍ଲାରେ ମରୁଡି ସମସ୍ୟା ଦେଖାଯାଇଥିଲା । ମାତ୍ର କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ ଫସଲ ବୀମା ଟଙ୍କା ପ୍ରଦାନ କରାଯାଇ ନଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ କୃଷକ ସଙ୍ଘର୍ଷ ସଙ୍ଘ ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Protest_1661141116.jpg)