Odisha Crime Branch IG on SIM box racket
ଜଙ୍ଗଲରୁ ଅପରେଟ୍ ହେଉଥିଲା ସିମ୍ବକ୍ସ ନେଟ୍ୱର୍କ। ସିମ୍ବକ୍ସ ରାକେଟ୍ ନେଇ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ସିହ୍ନା ଏହି ସୂଚନା ଦେଇଛନ୍ତି। ସିମ୍ବକ୍ସ ମେସିନ୍ ମାଧ୍ୟମରେ ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ସାଇବର ଠକେଇ କରୁଥିବା ଏକ ରାକେଟ୍ର କ୍ରାଇମବ୍ରାଞ୍ଚ ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ମାଷ୍ଟରମାଇଣ୍ଡ ବିଶାଲ ଖଣ୍ଡେଲଓ୍ୱାଲଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏହି ରାକେଟ୍ KYC ମାଗିବା ନାଁରେ ଫେକ୍ ମେସେଜ୍ ପଠାଇ ସାଇବର୍ ଠକେଇ କରି ଆସୁଥିଲେ।
ମାଷ୍ଟରମାଇଣ୍ଡ ଖଣ୍ଡେଲୱାଲ ଓ ତାଙ୍କ ୨ ସହଯୋଗୀଙ୍କୁ ଜେରା ଚାଲିଛି। ଜେରା ବେଳେ ସେମାନଙ୍କ ନିକଟରୁ କ୍ରାଇମବ୍ରାଞ୍ଚ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓଗାଳିଛି। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଜଙ୍ଗଲରେ ସିମ୍ବକ୍ସ ନେଟ୍ୱର୍କ ଚାଲୁଥିଲା ବୋଲି ଜଣାପଡ଼ିଛି। ଠକମାନେ ଚତୁରତାର ସହ ଖୁଣ୍ଟା ଜଙ୍ଗଲରେ ଏହି ସିମ୍ବକ୍ସର ବ୍ୟବହାର କରୁଥିଲେ। KYC ଓ ସିମ୍କାର୍ଡର ବ୍ଲକ୍ ମେସେଜ ପଠାଇ ସେମାନେ ଲୋକଙ୍କୁ ଠକୁଥିଲେ। ସେମାନଙ୍କ ନିକଟରୁ ୨ଟି ସିମ୍ବକ୍ସ, ୭ଟି ଲାପ୍ଟପ୍ ଓ ବହୁ ପ୍ରି-ଆକ୍ଟିଭେଟେଡ୍ ସିମ୍ ଜବତ ହୋଇଛି।
ଏହି ଠକେଇରେ ଆଉ କାହାର ଭୂମିକା ଅଛି କି ନାହିଁ ସେନେଇ ତଦନ୍ତ ଚାଲିଛି। ତେବେ ଏତେ ପରିମାଣର ସିମ୍କାର୍ଡ କେଉଁଠୁ ଆସିଲା ତାହା ସ୍ପଷ୍ଟ ହୋଇନି। ସିମ୍ବକ୍ସ ଏବଂ ପୂର୍ବରୁ ଆକ୍ଟିଭ୍ ହୋଇଥିବା ସିମ୍ ଜରିଆରେ ସାଇବର ଠକେଇ ହେଉଥିବା ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା। ବିହାର ଏବଂ ଓଡ଼ିଶା ରୁ ଏହି ରାକେଟ୍ ପରିଚାଳିତ ହେଉଥିଲା ବୋଲି ସୂଚନା ମିଳିଛି।
ଜାଣନ୍ତୁ, କ’ଣ ଏହି ସିମ୍ବକ୍ସ...
- ସିମ୍ବକ୍ସ ଏକ ଡିଭାଇସ ବା ଯନ୍ତ୍ର। ଏଥିରେ ଶତାଧିକ ସିମ୍ ଆକ୍ଟିଭେଟ୍ କରିହୁଏ। ତାହା ପୁଣି ପ୍ରି-ଆକ୍ଟିଭେଟେଡ୍ ସିମ୍।
- ସିମ୍ କିଣିଲା ବେଳେ ଆଧାରକାର୍ଡ କିମ୍ବା ଅନ୍ୟାନ୍ୟ ପରିଚୟପତ୍ର ଦେଇ କିଣାଯାଇଥାଏ। ହେଲେ ଠକମାନେ ପ୍ରି-ଆକ୍ଟିଭେଟେଡ୍ ସିମ୍ ବ୍ୟବହାର କରି ସିମ୍ବକ୍ସ ଅପରେଟ୍ କରିଥାନ୍ତି। ଇଣ୍ଟରନେଟ୍ ମାଧ୍ୟମରେ ଯେକୌଣସି ଇଣ୍ଟରନ୍ୟାସନାଲ ଫୋନ୍ କଲ୍କୁ ଲୋକାଲ୍ କଲ୍ରେ ପରିଣତ କରାଯାଇ ସେଲ୍ୟୁଲାର ଡିଭାଇସ୍ ଅର୍ଥାତ୍ ମୋବାଇଲକୁ ପଠାଯାଇପାରିବ।
- ଏପରିକି ଅନ୍ୟ ଦେଶରୁ ଆସୁଥିବା ମୋବାଇଲ କଲ୍, କିମ୍ବା ମେସେଜକୁ ଲୋକାଲ କଲ୍ରେ ଏହି ସିମ୍ବକ୍ସ ମାଧ୍ୟମରେ ପରିଣତ କରାଯାଇଥାଏ। ଫଳରେ ପ୍ରକୃତରେ କଲ୍ କିମ୍ବା ମେସେଜ ଆସୁଥିବା ଦେଶ ବିଷୟରେ ଅବଗତ ହୋଇପାରନ୍ତିନି କଲ୍ ରିସିଭ୍ କରୁଥିବା ବ୍ୟକ୍ତି।
- ସେଲ୍ୟୁଲାର ଅପରେଟର ଏନେଇ ମଧ୍ୟ ଅବଗତ ହୋଇପାରନ୍ତି ନାହିଁ। ଯେହେତୁ ଏହା ଇଣ୍ଟରନେଟରେ ପରିଚାଳତି ହୁଏ, ତେଣୁ ସେଲ୍ୟୁଲାର ଅପରେଟର ଏନେଇ ଟେର୍ ପାଇନଥାନ୍ତି ।
- ସିମ୍ବକ୍ସ ମାଧ୍ୟମରେ ଆସୁଥିବା ଇଣ୍ଟରନ୍ୟାସନାଲ କଲ୍ ରେଟ୍ ନୁହେଁ, ବରଂ ଲୋକାଲ କଲ୍ ରେଟ୍ ନେଇଥାନ୍ତି ଟେଲିକମ୍ ଅପରେଟର। ସିମ୍ବକ୍ସ ସହାୟତାରେ ଠକେଇ ବର୍ତ୍ତମାନ ସମୟ ପାଇଁ ଟେଲିକମ୍ ଅପରେଟଙ୍କର ପାଇଁ ଚ୍ୟାଲେଞ୍ଜ ହୋଇଛି। ଏହାସହ ସିମ୍ବକ୍ସରେ ହେଉଥିବା ଠକେଇ ପାଇଁ ଟେଲିକମ୍ ଅପରେଟର୍ ଆର୍ଥିକ କ୍ଷତି ସହିଥାନ୍ତି।
- ୨୦୨୧ ମସିହାରେ ଫ୍ରଡ୍ ଲସ୍ ସର୍ଭେ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ସିମ୍ବକ୍ସ ଫ୍ରଡ୍ ପାଇଁ ବିଭିନ୍ନ ଦେଶର ଟେଲିକମ୍ ଅପରେଟର ୩ ଶହ ୧୧ କୋଟି ଟଙ୍କା କ୍ଷତି ସହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1663148415.jpg)