Advertisment

ବିନା ମନ୍ତ୍ର ଉଚ୍ଚାରଣ, ବିନା ହୋମ ଅଗ୍ନି, ବିନା ଯୌତୁକରେ ବିବାହ ! ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଆବଦ୍ଧ ହେଲେ ଶ୍ରୁତି ଓ ବିଜୟ

ବିଜୟ ଓ ତପସ୍ୱିନୀଙ୍କ ବାହାଘରରେ ଜଳିନି ହୋମ, ଉଚ୍ଚାରଣ ହୋଇନି ମନ୍ତ୍ର। ପଡ଼ିନି ହାତ ଗଣ୍ଠି, ଦେଖା ହୋଇନି ଜାତି କି ଜାତକ। ଏଠି କେହି ଉଠାଇ ନାହାନ୍ତି ଯୌତୁକ କଥା। ବରଂ ଏଠି ଉଭୟେ ଦେଶର ସମ୍ବିଧାନକୁ ସାକ୍ଷୀ ରଖି ଉଭୟେ ଉଭୟଙ୍କୁ ଜୀବନ ସାଥୀ ରୂପେ ବାଛିଛନ୍ତି।

ଅଦ୍ୟତନ ହୋଇଛି
marriage

marriage

Advertisment

ବ୍ରହ୍ମପୁର (ଜଗନ୍ନାଥ ସାହୁ) : ସମ୍ବିଧାନ ସାଜିଲା ବିବାହର ସାକ୍ଷୀ । ବ୍ରହ୍ମପୁରରେ  ଅନୁଷ୍ଠିତ ହୋଇଯାଇଛି ଏପରି ଏକ ନିଆରା ବିବାହ ।  ଯେଉଁଠି ନା  ବ୍ରାହ୍ମଣ ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ନା କର୍ମକାଣ୍ଡ ।  ଏପରିକି ଏହି ବିବାହରେ ଜାନିଯୌତୁକ ଦିଆନିଆ ମଧ୍ୟ ହୋଇଛନି ।  ଏଥିରେ ସ୍ୱାମୀ ସ୍ତ୍ରୀକୁ ବାନ୍ଧି ନ ଥିଲା ମଙ୍ଗଳସୂତ୍ର । କେବଳ ବିବାହରେ ନବଦମ୍ପତି ନେଇଥିଲେ ସମ୍ବିଧାନର ଶପଥ ।  ତା ସହ ରକ୍ତଦାନ ଓ ଶରୀର ଦାନ । ଆଉ ଭୋଜିଭାତ ଖାଇ ସମ୍ପର୍କୀୟ ମାନେ ବିବାହର ମଜା ନେଇଥିଲେ । 

Advertisment

ଏବେ ବିବାହ ଋତୁ ଚାଲିଛି । ପ୍ରତିଦିନ ଗାଁ ଠୁ ସହର ଶହ ଶହ ବାହାଘର ହେଉଛି । ହୋମ ନିଆଁ ଜଳୁଛି, ସାତ ଦ୍ୱୀପ ଆଠକଳସକୁ ସାକ୍ଷୀ ରଖି ହାତ ଗଣ୍ଠି ପଡ଼ୁଛି ।  ବିବାହ ଦୁଇ ମନର ମିଳନ  । ଏଠି ନା ଲୋଡ଼ା କର୍ମକାଣ୍ଡ ନା ଲୋଡ଼ା ଯୌତୁକ  । ଏଭଳି ଏକ ବିବାହ କରି ସମାଜ ପାଇଁ  ଉଦାହରଣ ସୃଷ୍ଟି କରିଛନ୍ତି ନବଦମ୍ପତି ।   ସାଧାରଣତଃ ବିବାହ ବେଳେ ପୁଅ ଓ ଝିଅଙ୍କ ଜାତକ ମେଳକ ହୁଏ ।  ଯୌତୁକ ଦେବା ନେବା ଆଲୋଚନା ସହ ପଣ୍ଡିତ ଆସି ହୋମ ଓ ମନ୍ତ୍ର ଉଚ୍ଚାରଣ କରି ଅଗ୍ନିକୁ ସାକ୍ଷୀ ରଖି ପୁଅ ଓ ଝିଅ ଦୁହେଁ ବିବାହ କରାନ୍ତି ।  

ହେଲେ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥି ବିବାହ ସମ୍ପୂର୍ଣ୍ଣ ଭିନ୍ନ । ଏଠି ବିବାହ ଅନୁଷ୍ଠିତ ହୋଇଛି ଆଭିଜାତ୍ୟ, ଜାକଜମକରୁ ବହୁ ଦୂରରେ  । ଏକ ନିରାଡ଼ମ୍ବର ପରିବେଶରେ ବିନା ମନ୍ତ୍ର ଉଚ୍ଚାରଣ, ବିନା ହୋମ ଅଗ୍ନି, ବିନା ଯୌତୁକରେ ହୋଇଥିଲା ବିବାହ । ସ୍ୱାମୀ, ସ୍ତ୍ରୀ ବେକରେ ମଙ୍ଗଳସୂତ୍ର ନ ବାନ୍ଧି କେବଳ ଫୁଲମାଳଟିଏ ପକାଇଥିଲ । ପଣ୍ଡିତଙ୍କ ଶାସ୍ତ୍ର ଉଚ୍ଚାରଣ ସ୍ଥାନରେ ରହିଥିଲା ଜଣେ ହେତୁବାଦୀଙ୍କ ସମ୍ବିଧାନ ସଂକଳ୍ପ ।  ଅଗ୍ନି ସାକ୍ଷୀ ନନେଇ  ନେଇଥିଲେ ସମ୍ବିଧାନର ସାକ୍ଷୀ  । ଏଭଳି ଏକ ପରିବେଶରେ ବିବାହ କରିଥିଲେ ଦୁଇ ଯୋଡ଼ି ବିଜୟ କୁମାର ଓ ଶ୍ରୁତି ।   

Advertisment

ବିଜୟ କୁମାରଙ୍କ ଘର ବ୍ରହ୍ମପୁରରେ ହୋଇଥିବା ବେଳେ ଶ୍ରୁତି ସକ୍ସେନାଙ୍କ ଘର ଲକ୍ଷ୍ମୌରେ ।  ଚେନ୍ନାଇରେ ଉଭୟଙ୍କ ମନ ମିଳନ ହୋଇଥିବା ବେଳେ ଉଭୟ ପରିବାରଙ୍କ ସହମତିରେ ବିବାହ ହୋଇଥିଲା । ବିନା ଯୌତୁକ, ଜାତିରେ ଯାହାକି ହିନ୍ଦୁ ପାରମ୍ପରିକ ବିବାହରୁ ଥିଲା ଭିନ୍ନ । ଏହାକୁ ନେଇ କନ୍ୟା ବି ଖୁସ୍ ଥିବା କହିଥିବା ବେଳେ କନ୍ୟା ପିତା ବି ଖୁସ୍ ଥିବା କହିଛନ୍ତି ।

ବିବାହ ଯୋଡ଼େ ରକ୍ତର ସମ୍ପର୍କ । ଏଣୁ ସେହି ଦିନକୁ  ସ୍ମରଣୀୟ କରିବା ପାଇଁ ନବଦମ୍ପତି ରକ୍ତଦାନ କରିବା ସହ ଶରୀର ଦାନ ପାଇଁ ଶପଥ କରିଥିଲେ ।  ଖାଲି ସେତିକି ନୁହେଁ, ସମାଜରେ ବିଧବା ମାନେ ବିବାହରେ ସାମିଲ ହେଲେ ଯେଉଁ ଅଶୁଭ ଲକ୍ଷଣ କୁହାଯାଉଥିଲା ସେଭଳି ଜଣେ ବିଧବା ହିଁ ନବଦମ୍ପତିଙ୍କୁ ଦେଇଥିଲେ ଆଶୀର୍ବାଦ ।  ଜାତି, ଧର୍ମ, ବ୍ରାହ୍ମଣବାଦରୁ ଉପରକୁ ଆସି ନବଦମ୍ପତିଙ୍କ ବାପା, ମାଆ ସହ ବହୁ ହେତୁବାଦୀ,ମାନବବାଦୀ ଆସିଥିଲେ ।  ପୁରୁଷ ଓ ସ୍ତ୍ରୀ ହିଁ ଦୁଇଟି ଜାତି ଅନ୍ୟ କେହି ନୁହଁନ୍ତିଭଳି ମତ ଦେଇଥିଲେ । 

Advertisment

ଏଭଳି ବିବାହକୁ ସାକ୍ଷୀ ରହିଥିଲେ ଶତାଧିକ ମହିଳା ପୁରୁଷ । ପୂର୍ବରୁ ଏଭଳି ନିରାଡ଼ମ୍ବର ବିବାହ କରି ନିଜ ସୁଖ ସଂସାର ଜାରି ରଖିଥିବା ବହୁ ବ୍ୟକ୍ତି ମଧ୍ୟ ନିଜ ମତ ପ୍ରଦାନ କରିଥିଲେ ।  ଭୋଜିଭାତର ଆସର ଭିତରେ ନବଦମ୍ପତିଙ୍କୁ ଆଶିଷ ମଧ୍ୟ ଦେଇଥିଲେ ।

Unique Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ