୩ ବର୍ଷ ପରେ ଜଗା ମୁଣ୍ତରୁ ଖୋଲାଯିବ ହେଲମେଟ୍‌ !

କଟକ SCB ମେଡ଼ିକାଲରେ ସରିଲା ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା ସ୍ୱାସ୍ଥ୍ୟ ପରୀକ୍ଷା । ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରିଲା ଜଗା । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା କହିଲେ ପରିବାର ।

Conjoined Twins Survivor Jaga

କନ୍ଧମାଳ ଜିଲ୍ଲା ମେଲୁପଡ଼ା ଗ୍ରାମର ବହୁ ଚର୍ଚିତ ଯୋଡ଼ା ମୁଣ୍ଡ ଶିଶୁ -ଜଗା କଟକ SCB ମେଡ଼ିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା ସାରି ପୁଣି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରିଛି । ଦିଲ୍ଲୀ AIIMS ରେ ଯେଉଁ ଡାକ୍ତର ମାନେ ଜଗାର ଅସ୍ତ୍ରୋପ୍ରଚାର ଏବଂ ଚିକିତ୍ସା କରିଥିଲେ, ସେହି ଡାକ୍ତର ମାନେ କଟକ SCB ମେଡିକାଲକୁ ଆସି ତାର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଜଗାର ବାପା ଭୂୟାଁ କହଁର କହିଛନ୍ତି ।

ଜଗା ବର୍ତ୍ତମାନ ସମ୍ପୂର୍ଣ ସୁସ୍ଥ ଅଛି ଏବଂ ତାର ମୁଣ୍ଡରେ ଲାଗିଥିବା ହେଲମେଟକୁ ଆଉ ୩ ବର୍ଷ ପରେ ଅସ୍ତ୍ରୋପ୍ରଚାର କରି ବାହାର କରାଯିବ । ଜଗା ବର୍ତ୍ତମାନ ସମ୍ପୂର୍ଣ ସୁସ୍ଥ ଅଛି, ଖେଳୁଛି,ବୁଲୁଛି ଏବଂ ସ୍ୱାଭାବିକ ଭାବେ ଖାଇବା ପିଇବା ସବୁ କିଛି କରୁଛି । ତାର ପାଠ ପଢିବା ପାଇଁ ମଧ୍ୟ ଆଗ୍ରହ ରହିଛି । କିନ୍ତୁ ତାଙ୍କର ସବୁ କଥା ସରକାର ବୁଝୁ ଥିବାରୁ ଜଗାକୁ କେଉଁ ଠାରେ ଏବଂ କେମିତି ପାଠ ପଢାଇବେ, ଏନେଇ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ଭେଟି ଜଣାଇବେ ବୋଲି କହିଛନ୍ତି ଜଗାର ବାପା ।