Advertisment

ଜଗା ପାଖକୁ ଆସିଲେ ସୁଭଦ୍ରା

ଦୁଇ ଦୁଇଟି ଜଟିଳ ଅସ୍ତ୍ରୋପଚାର କରି ଯୋଡାମୁଣ୍ଡ ଶିଶୁ ଜଗା-ବଳିଆକୁ ଅଲଗା କରାଯାଇଥିଲା। ଦୀର୍ଘଦିନ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ରହିବା ପରେ ଉଭୟଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା।

ଜଗା ପାଖକୁ ଆସିଲେ ସୁଭଦ୍ରା

ଜଗା ସହିତ ସୁଭଦ୍ରା

Advertisment

ଫୁଲବାଣୀ: କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଘରକୁ ଆସିଛି ନୂଆ ଅତିଥି। ନାଁ ତାର ସୁଭଦ୍ରା। ବଳିଆ ଯିବାର ଦୁଃଖରେ ଭାଙ୍ଗି ପଡିଥିବା ପରିବାର ମୁହଁରେ ଏବେ ପୁଣି ହସ ଫୁଟିଛି। କୁନି ଝିଅ ସହ ଘରକୁ ଫେରିଛି ଖୁସି। ଆଉ ସବୁଠୁ ଅଧିକ ଖୁସି ତାର ଭାଇ ଜଗା। କେତେବେଳେ ଗେହ୍ଲା କରୁଛି ତ ଆଉ କେତେବେଳେ ତା ହାତ ଧରି ଖେଳାଉଛି। ବାରମ୍ବାର ଧରିବାକୁ ମାଆକୁ ମାଗୁଛି। ଟିକିଏ ବି ପାଖ ଛାଡି ଯାଉନି। ଦିନ ତମାମ ବସି ରହୁଛି ଭଉଣୀ ପାଖରେ। କେବିନ ଭିତରକୁ କାହାକୁ ପଶିବାକୁ ଦେଉନି। କହୁଛି- ତାଙ୍କ ଝିଅକୁ କରୋନା ହେବ।

Advertisment

ଗତବର୍ଷ ନଭେମ୍ବରରେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲା ବଳିଆ। ଏକା ହୋଇଯାଇଥିଲା ଜଗା ପରେ ଗତ ମାର୍ଚ୍ଚ ମାସରେ ଜଗାକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ତାକୁ କ୍ୟାବିନ ନମ୍ବର ୨ରେ ଡାକ୍ତରଙ୍କ ନୀରିକ୍ଷଣରେ ରଖାଯାଇଛି। ଖୁସିର କଥା ହେଲା ଜଗା ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଠିକସେ ଖାଉଛି, ପିଉଛି ଏବଂ ଖେଳୁଛି। ଏବେ ସୁଭଦ୍ରା ଆସିବା ପରେ ଟିକେ ଅଧିକ ଚଞ୍ଚଳ ହୋଇଯାଇଛି ଜଗା। 

Advertisment

ଦୁଇ ଦୁଇଟି ଜଟିଳ ଅସ୍ତ୍ରୋପଚାର କରି ଯୋଡାମୁଣ୍ଡ ଶିଶୁ ଜଗା-ବଳିଆକୁ ଅଲଗା କରାଯାଇଥିଲା। ଦୀର୍ଘଦିନ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ରହିବା ପରେ ଉଭୟଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା।

ରିପୋର୍ଟ: ତ୍ରିନାଥ ସାହୁ

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ