Advertisment

କୋରାପୁଟ କଫି ପାଇଁ ବଡ଼ ଯୋଜନା ଘୋଷଣା କଲେ ରାଜ୍ୟ ସରକାର

କୋରାପୁଟ ଜିଲ୍ଲାରେ କଫି ଚାଷ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବଡ଼ ଯୋଜନା ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
Big Plans For Koraput Coffee

Big Plans For Koraput Coffee

Advertisment

ଭୁବନେଶ୍ୱର: କୋରାପୁଟ କଫି ପାଇଁ ରାଜ୍ୟ ସରକାରଙ୍କ ବଡ଼ ଯୋଜନା। କୋରାପୁଟ ଜିଲ୍ଲାରେ କଫି ଚାଷ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବଡ଼ ଯୋଜନା ଘୋଷଣା କରିଛନ୍ତି। ଆଗାମୀ ୫ ବର୍ଷରେ କୋରାପୁଟରେ ୫ ହଜାର ହେକ୍ଟର ଜମିରେ କଫି ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment

କୋରାପୁଟ ଜିଲ୍ଲା ପାଇଁ ଭର୍ଚୁଆଲ୍‌ ମୋଡ୍‌ରେ BSKY ସ୍ମାର୍ଟ ହେଲ୍‌ଥ୍‌ କାର୍ଡ ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, କୋରାପୁଟ କଫି ଜିଲ୍ଲା ପାଇଁ ନୂଆ ପରିଚୟ ଓ ବ୍ରାଣ୍ଡ୍‌ ସୃଷ୍ଟି କରିଛି। 

ଆଜି କୋରାପୁଟରେ BSKY ସ୍ମାର୍ଟ ହେଲ୍‌ଥ୍‌ କାର୍ଡ ବଣ୍ଟନ କରାଯାଇଥିଲା। କୋରାପୁଟ ଜିଲ୍ଲାରେ ୩ ଲକ୍ଷ ୭୦ ହଜାର ହିତାଧିକାରୀ BSKY ସ୍ମାର୍ଟ ହେଲ୍‌ଥ୍‌ କାର୍ଡ ପାଇବେ। ଏହାଦ୍ୱାରା ୧୨ ଲକ୍ଷ ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୨୨ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୪୫ଟି ପ୍ରକଳ୍ପର ଉଦ୍‌ଘାଟନ କରିଥିବା ବେଳେ ୮୬୬ କୋଟି ୨୮ ଲକ୍ଷ ବ୍ୟୟରେ ନିର୍ମାଣ ହେବାକୁ ଥିବା ୬୭ଟି ପ୍ରକଳ୍ପର ଭୂମି ପୂଜନ କରିଛନ୍ତି।  

Advertisment
Koraput Coffee CM Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ