Advertisment

ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି

ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ଯାଏ ବୃଦ୍ଧି କରଯାଇଛି। ୧୯୮୬ ବ୍ୟାଚ୍‌ର ଏହି ଆଇଏଏସ ଅଧିକାରୀଙ୍କ ଚାକିରି କାଳ ଆସନ୍ତା ଫେବୃଆରୀ ୨୮ ତାରିଖରେ ସମ୍ପୂର୍ଣ୍ଣ ହେଉଥିଲା।

Odisha Chief Secretary

Odisha Chief Secretary

Advertisment

ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ଯାଏ ବୃଦ୍ଧି କରଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର Personnel ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। Personnel ବିଭାଗ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଫଳରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି ପାଇଛି।

Advertisment

୧୯୮୬ ବ୍ୟାଚ୍‌ର ଏହି ଆଇଏଏସ ଅଧିକାରୀଙ୍କ ଚାକିରି କାଳ ଆସନ୍ତା ଫେବୃଆରୀ ୨୮ ତାରିଖରେ ସମ୍ପୂର୍ଣ୍ଣ ହେଉଥିଲା। ସୁରେଶ ମହାପାତ୍ର ୨୦୨୦ ଡିସେମ୍ବରରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ। ୧୯୮୬ ବ୍ୟାଚ୍‌ର ଏହି IAS ଅଫିସର ଦୀର୍ଘ ବର୍ଷ ଧରି ଓଡିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିବା ସହ ରାଜ୍ୟ ସରକାରଙ୍କ ଏକାଧିକ ବିଭାଗର ଦାୟିତ୍ୱ ତୁଲାଇଛନ୍ତି।  

ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ସାଙ୍ଗକୁ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା କୁହାଯାଉଛି। ଏହାସହ ଆଗାମୀ ବଜେଟକୁ ଦୃଷ୍ଟି ରଖି ଏହି ନିଷ୍ପତ୍ତି ନିଆଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ତେବେ ମୁଖ୍ୟ ଶାସନ ସଚିବ ରେସ୍‌ରେ ଯେଉଁ ଆଇଏଏସ୍‌ ରହିଥିଲେ ସେମାନଙ୍କୁ ଆଉ ୬ ମାସ ଅପେକ୍ଷା କରିବାକୁ ପଡ଼ିବ। 

Advertisment
Chief Secretary Suresh Mohapatra Odisha Chief Secretary Suresh Mohapatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ