ଅପରାହ୍ନ ୨ଟା ୩୦ରେ କହିବେ ମୁଖ୍ୟ ଶାସନ ସଚିବ : କୋଭିଡ ପରିଚାଳନା ନେଇ ଘୋଷଣା ହୋଇପାରେ ଆକ୍ସନ ପ୍ଲାନ

କୋଭିଡ ପରିଚାଳନା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ସିଏସ୍ ମୁଖ୍ୟ ଶାସନ ସଚିବ

ଆଜି ଅପରାହ୍ନ ୨ଟା ୩୦ରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିବେ ମୁଖ୍ୟ ଶାସନ ସଚିବ

News Summary

କୋହଳ ହୋଇପାରେ କି କଟକଣା ?

ଆଜି ଆଂଶିକ ଲକଡାଉନ୍ ଅବଧିର ଶେଷ ଦିନ

ଅପରାହ୍ନ ୨ଟା ୩୦ରେ କହିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ବଢ଼ିବ କି ଲକଡାଉନ୍ ଅବଧି । କ’ଣ କହିବେ ମୁଖ୍ୟ ଶାସନ ସଚିବ ? ଅପରାହ୍ନ ୨.୩୦ରେ ପ୍ରେସମିଟ୍ କରିବେ ମୁଖ୍ୟ ଶାସନ ସଚିବ । କୋଭିଡ ପରିଚାଳନା ନେଇ ଆକ୍ସନ ପ୍ଲାନ୍ ଘୋଷଣା କରିପାରନ୍ତି । କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଆଂଶିକ ଲକଡାଉନ୍ ଅବଧିର ଆଜି ଶେଷ ଦିନ । ଆସନ୍ତାକାଲି ସକାଳ ୬ଟାରେ ସରୁଛି ଲକଡାଉନ୍ କଟକଣା ଆଂଶିକ ଲକଡାଉନ୍ ନେଇ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି କଣ ରହିବ, ଆଜି ହୋଇପାରେ ଘୋଷଣା ।

ଆସିପାରେ ନୂଆ ଗାଇଡଲାଇନ୍ ରାଜ୍ୟରେ ଟେଷ୍ଟ ପଜିଟିଭିଟି ହାର ଧିରେ ଧିରେ ୩ ପ୍ରତିଶତ ତଳକୁ ଖସିଛି । ଏଭଳି ସ୍ଥିତିରେ ଆଉ କିଛି ଜିଲ୍ଲାରେ କଟକଣା କୋହଳ କରାଯାଇପାରେ । କାଟାଗୋରୀ-ବିରୁ ଆଉ କିଛି ଜିଲ୍ଲାକୁ କାଟାଗୋରୀ-ଏକୁ ଅଣାଯାଇପାରେ । ଏ ନେଇ ପ୍ରଶାସନ ସ୍ତରରେ ବିଚାରବିମର୍ଶ ମଧ୍ୟ କରାଯାଇଛି । ସୂତ୍ର ଅନୁସାରେ ନୂଆ ଗାଇଡ୍ଲାଇନ୍ସରେ ୨୩ଟି ଜିଲ୍ଲାକୁ କାଟାଗୋରୀ-ଏ ଓ ୭ଟି ଜିଲ୍ଲାକୁ ବିରେ ରଖାଯାଇପାରେ । ସଂକ୍ରମଣ ଅଧିକ ରହୁଥିବାରୁ ଖୋର୍ଦ୍ଧା, କଟକ, ଯାଜପୁର, ପୁରୀ, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜ କାଟାଗୋରୀ-ବି ରେ ରହିପାରନ୍ତି ।

ସବୁଠୁ ଚିନ୍ତାଜନକ ସ୍ଥିତିରେ ରହିଛି ଖୋର୍ଦ୍ଧା ଓ କଟକ । ଖୋର୍ଦ୍ଧା ଜିଲ୍ଲାରେ ଆକ୍ଟିଭ୍ କେସ୍ ଏବେ ବି ୪ ହଜାର ଉପରେ ରହିଥିବାବେଳେ କଟକରେ ରହିଛି ୩ ହଜାର ଉପରେ । ସେହିପରି ମୟୂରଭଂଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ୧ ହଜାର ଉପରେ ରହିଛି ଆକ୍ଟିଭ୍ କେସ୍ । ତେବେ ଜୀବନ ଜୀବିକାକୁ ଆଖି ଆଗରେ ରଖି ନୂଆ ଗାଇଡ୍ଲାଇନରେ କଟକଣାକୁ ଆଉ ଟିକେ କୋହଳ କରାଯାଇପାରେ ବୋଲି ଆଶା କରାଯାଉଛି ।