Advertisment

ଆଜି ପଶ୍ଚିମ ଓଡ଼ିଶା ପାଳନ କରୁଛି ସମ୍ବଲପୁରୀ ଦିନ୍

ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ସମେତ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ....ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଇଥାଏ...

ଅଦ୍ୟତନ ହୋଇଛି
Odisha Celebrates Sambalpuri Day

Odisha Celebrates Sambalpuri Day

Advertisment

ଆଜି ସମ୍ବଲପୁରୀ ଦିନ୍ ପାଳନ କରୁଛି ପଶ୍ଚିମ ଓଡ଼ିଶା । ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ସମେତ ବିଭିନ୍ନ ସ୍ଥାନରେ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଉଛି । ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ, କଳାକୁ ଲୋକାଲୋଚନକୁ ଆଣିବା ପାଇଁ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଅବଦାନ ଅନେକ ଥିଲା ।

Advertisment

ସୁବର୍ଣ୍ଣପୁର ଜନ୍ମିତ ଗୁରୁ ବହିଦାରଙ୍କୁ ସମ୍ବଲୁପରୀ ଭାଷା ସାହିତ୍ୟର ଗୁରୁ ବୋଲି କୁହାଯାଏ । ସେ ସମ୍ବଲପୁରୀ ଭାଷାରେ ଲେଖିବା ପାଇଁ ଲୋକଙ୍କୁ ଉତ୍ସାହିତ କରୁଥିଲେ । ସମ୍ବଲପୁରୀ କଳାସଂସ୍କୃତିର ପ୍ରଚାର ପ୍ରସାରରରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ତାଙ୍କ ସ୍ମୃତିରେ ଆଜି ବିଭିନ୍ନ ସ୍ଥାନରେ ସମ୍ବଲପୁରୀ ଦିନ୍ ପାଳନ କରାଯାଉଛି ।

ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବଲପୁରୀ ଦିନ୍ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପଶ୍ଚିମ ଓଡ଼ିଶାର ଭାଷା, ଲୋକକଳା, ଲୋକକଥା, ସାହିତ୍ୟ, ପରମ୍ପରା, ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମକୁ ବେଶ୍ ଧୁମଧାମରେ ପାଳନ କରାଯାଉଛି ।

Advertisment

ତେବେ ଗତ ୨ ବର୍ଷ ପରେ କରୋନା କଟକଣା ହଟିଥିବାରୁ ପଶ୍ଚିମଓଡ଼ିଶାର ବିଭିନ୍ନ ସ୍ଥାନରେ ସମ୍ବଲପୁରୀ ଦିନ୍‌କୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଲୋକ ବାଦ୍ୟ, ଲୋକ ନାଚର ତାଳେ ତାଳେ ବେଶ୍ ଉତ୍ସାହର ସହିତ ସମ୍ବଲପୁରୀ ଦିନ୍ ପାଳନ କରୁଛନ୍ତି । ଲୋକେ ଘରେ ଘରେ ସମ୍ବଲପୁରୀ ପୋଷାକ ପିନ୍ଧି, ପିଠାପଣା କରି ସମ୍ବଲପୁରୀ ଦିନ୍‌କୁ ପାଳନ କରୁଛନ୍ତି ।

Sambalpuri Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ