Irasis Acharya
ଭୁବନେଶ୍ୱର : ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ମାମଲାରେ ବିଜେପି ଯୁବ ମୋର୍ଚ୍ଚାର କଡା ଆଭିମୁଖ୍ୟ । ଲଢ଼େଇକୁ ଆହୁରି ତ୍ରୀବତର କରାଯିବ । ପୋଲିସ୍ ନାଲି ଆଖିକୁ କେହି ଡରିବେନି । ପ୍ରତିବାଦ ଆହୁରି ଜୋରଦାର ହେବ । ସମସ୍ତେ ଲଢ଼େଇ କରିବା । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯେଉଁଠିକି ଯିବେ ସେଠାରେ ବିରୋଧ ହେବ । କଳାପତାକା ପ୍ରଦର୍ଶନ କରିବ ବୋଲି କହିଛି ବିଜେପି ଯୁବ ମୋର୍ଚ୍ଚା ।
ଏଥିସହ ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛି ଯୁବ ମୋର୍ଚ୍ଚା । ଏମିତିକି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ବିରୋଧ କରାଯିବ ବୋଲି ପ୍ରେସମିଟରେ କୁହାଯାଇଛି । ଯେପର୍ଯ୍ୟନ୍ତ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଯାଇନାହିଁ, ଯୁବ ମୋର୍ଚ୍ଚା ଆନ୍ଦୋଳନକୁ ତୀବ୍ର ଓ ଶାଣିତ କରିବା ନେଇ ଘୋଷଣା କରିଛି । ଏପଟେ ଦୀପାବଳିରେ ମମିତାଙ୍କ ଆତ୍ମାର ଶାନ୍ତି ପାଇଁ ଦୀପ ଦାନ କରିବାକୁ ଯୁବ ମୋର୍ଚ୍ଚା ପକ୍ଷରୁ ଅନୁରୋଧ କରାଯାଇଛି ।
ସେପଟେ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଗଜପତି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଆସନ୍ତା ୬ ତାରିଖରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ।
Also Read
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ମନ୍ତ୍ରୀ ଇସ୍ତଫା ଦେଉନଥିବାରୁ ଏହାର ପ୍ରତିବାଦରେ ଗଜପତି ଜିଲ୍ଲା ବିଜେପି ୬ ତାରିଖ ଦିନ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦେଇଛି । ଏହି ଦିନ ସମସ୍ତେ ଏଥିରେ ସହାୟତା କରିବାକୁ ବିଧାୟକ ନିବେଦନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636014005.jpg)
