Advertisment

‘ଆମକୁ ସ୍ଥାୟୀ ନିଯୁକ୍ତି ଓ ୨୬ ହଜାର ଟଙ୍କା ଦରମା ମିଳୁ’...ରାଜଧାନୀର ରାଜରାସ୍ତାରେ ଗର୍ଜିଲେ ଆଶାକର୍ମୀ

ପୁଣି ସ୍ଥାୟୀ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ। ଲୋୟର ପିଏମ୍‌ଜିରେ ହଜାର ହଜାର ଆଶାକର୍ମୀ ଆଜି ଧାରଣା ଦେଇଛନ୍ତି।

ଅଦ୍ୟତନ ହୋଇଛି
 Odisha ASHA workers protest in Bhubaneswar

Odisha ASHA workers protest in Bhubaneswar

Advertisment

ପୁଣି ସ୍ଥାୟୀ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ। ଲୋୟର ପିଏମ୍‌ଜିରେ ହଜାର ହଜାର ଆଶାକର୍ମୀ ଆଜି ଧାରଣା ଦେଇଛନ୍ତି। ସ୍ଥାୟୀ ନିଯୁକ୍ତି ସହ ୨୬ ହଜାରକୁ ଦରମା ବୃଦ୍ଧି କରିବା ପାଇଁ ଆଶାକର୍ମୀମାନେ ଦାବି କରୁଛନ୍ତି ।

Advertisment

ପେନ୍‌ସନ୍‌ ୧୦ ହଜାର ଟଙ୍କା ଏବଂ ମୃତ୍ୟୁକାଳୀନ ସହାୟତା ୮ ଲକ୍ଷ ଟଙ୍କା ଦେବାକୁ ଆଶାକର୍ମୀ ଦାବି କରିଛନ୍ତି। ତେବେ ବାରମ୍ବାର ପ୍ରତିବାଦ ଓ ଧାରଣା ପରେ ବି ସରକାର ଶୁଣୁ ନଥିବାରୁ ଆଜି ହଜାର ହଜାର ସଂଖ୍ୟାରେ ଆଶାକର୍ମୀ ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଆଶାକର୍ମୀଙ୍କ କହିବା ଅନୁସାରେ, ‘ଆମ ପିଲାମାନେ ଅନାଥ ହୋଇଗଲେଣି, ହେଲେ ଆମେ ଶହ ଶହ ପିଳାଙ୍କ ଜୀବନ ବଞ୍ଚାଉଛୁ। ତେଣୁ ଆମେ ଦାବି କରୁଛୁ- ଆମକୁ ସରକାରୀ ମାନ୍ୟତା, ସ୍ଥାୟୀ ନିଯୁକ୍ତି, ୨୬ ହଜାର ଟଙ୍କା ଦରମା ମିଳୁ। ଏବେ ମାତ୍ର ୪ ହଜାର ଟଙ୍କା ମିଳୁଛି। ତେଣୁ ବର୍ତ୍ତମାନର ଏହି ଦରବୃଦ୍ଧି ସମୟରେ ଏତେ କମ୍‌ ଟଙ୍କାରେ ଆମ ପିଲାମାନେ କେମିତି ଚଳିବେ ? ନବୀନ ବାବୁ କ’ଣ ୪ ହଜାର ଟଙ୍କାରେ ଚଳିପାରିବେ କି ବୋଲି ଆଶାକର୍ମୀ ପ୍ରଶ୍ନ କରିଛନ୍ତି।

Advertisment

ଯଦି ସରକାର ଆମ ଦାବି ପୂରଣ ନକରନ୍ତି, ତା’ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାମ ବନ୍ଦ କରିବୁ ବୋଲି ଆଶାକର୍ମୀମାନେ ଚେତାବନୀ ଦେଇଛନ୍ତି। 

ASHA Workers Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ